ଆଜି ରାଜ୍ୟରୁ ୯୧ ପଜିଟିଭ୍‌ ଚିହ୍ନଟ, ସମ୍ବଲପୁରରୁ ସର୍ବାଧିକ

ଭୁବନେଶ୍ୱର,୫।୩(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୯୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୭,୬୨୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୫୩ ଜଣ ଚିହ୍ନଟ ହୋଇଥିବା ବେଳେ ୩୮ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ସମ୍ବଲପୁରରୁ ସର୍ବାଧିକ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୩ ଏବଂ ବାଲେଶ୍ୱରରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୧, ଭଦ୍ରକ ୯, ବଲାଙ୍ଗୀର ୧, ବୌଦ୍ଧ ୧, ଦେବଗଡ଼ ୧, ଗଞ୍ଜାମ ୩, ଜଗତସିଂହପୁର ୨, ଯାଜପୁର ୬, ଝାରସୁଗୁଡ଼ା ୩, ଖୋର୍ଦ୍ଧା ୧୦, ମୟୂରଭଞ୍ଜ ୬, ନବରଙ୍ଗପୁର ୨, ପୁରୀରୁ ୩ ଏବଂ ରାୟଗଡ଼ାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୭,୬୨୦ରେ ପହଞ୍ଚିଥିବା ବେଳେ ୩,୩୪,୮୩୮ ଜଣ ସୁସ୍ଥ ହୋଇଛନ୍ତି। ୮୧୨ ଜଣ ଚିକିିତ୍ସିତ ହେଉଛନ୍ତି।