ଆତ୍ମସମର୍ପଣ କଲେ ୯୦୭ ମାଓବାଦୀ, ସମର୍ଥକ

ମାଲକାନଗିରି/ଚିତ୍ରକୋଣ୍ଡା, ୨୦ା୧୨ (ଡି.ଏନ୍‌.ଏ.)- ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ପଣସପୁଟ ପଞ୍ଚାୟତ ଘନବେଡା ବିଏସ୍‌ଏଫ୍‌ କ୍ୟାମ୍ପରେ ମଙ୍ଗଳବାର ୯୦୭ ଜଣ ମାଓବାଦୀ ଓ ମାଓବାଦୀ ସମର୍ଥକ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୪୬୭ ଜଣ ମାଓବାଦୀ ସମର୍ଥକ ରହିଥିବା ଜଣାପଡିଛି। ଅବଶିଷ୍ଟ ୪୬୭ ଜଣ ମାଓବାଦୀ ମିଲିସିଆ ଅଛନ୍ତି। ମାଓବାଦୀ ସମର୍ଥକମାନେ ବାଡା ଆମ୍ବଲିବେଡା, ସାନା ଅମ୍ବଲିବେଡା, ଅଙ୍ଗୁରଗୁଡା, ନାକମୁମୁଡି ପଞ୍ଚାୟତର ଟିକରପଡା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ସାଦରାମ, କୋଣ୍ଡେହେଞ୍ଜେରୀ, ନାଡମାନଜାରି, ଜାଣ୍ଟ୍ରି, ମାରିପଡା, କୋଡିଗଣ୍ଡି ବାଚଲପଦର, ରାମାଗୁଡା ଏବଂ ଆଣ୍ଡ୍ରାପାଲି ପଞ୍ଚାୟତର ପଣଷପୁଟ , ବେଜିଙ୍ଗି, ମୁକୁଦିପାଲି, ଗୁରୁସେଟୁ, ବଟିଗୁଡା, ସିନ୍ଦିପୁଟ, ମୁଣ୍ଡିଗୁମ୍ମା ଏବଂ ପାନସପୁଟ ପଞ୍ଚାୟତର ଡଙ୍ଗରପଦର, ବିହନଗୁଡ଼ି, ସିମିଲିପଦର ଏବଂ ଜାଜମ୍ବୋ ଜି. ଇଲାମପାଗାଲ, ଯୋଡାମ୍ବୋ ଥାନା ଅନ୍ତଗର୍ର୍ତ ପୁଲିଜାଲମା, ବଙ୍ଗାପୁଟ ପଞ୍ଚାୟତର କୋଟିଆଗୁଡା ଏବଂ ମାଜିଗୁଡା, କୁମୁଦା ପଞ୍ଚୟତର ସିରଲିମେଟା, ମୁଚିଙ୍ଗପୁଟ ଅଞ୍ଚଳର ବୋଲି ଜଣାପଡିଛି। ସମସ୍ତେ ମାଲକାନଗିରି ପୋଲିସ ଏବଂ ଘନବେଡା ବିଏସ୍‌ଏଫ୍‌ କ୍ୟାମ୍ପରେ ଆତ୍ମସମର୍ପଣ କରିଛନ୍ତି। ଏହି ମାଓବାଦୀମାନେ ଗୃହଦାହ, ହତ୍ୟାକାଣ୍ଡ ଭଳି ବିଭିନ୍ନ ହିଂସାକାଣ୍ଡରେ ଜଡିତ ଅଛନ୍ତି। ତେବେ ବର୍ତ୍ତମାନ ସରକାର ଓ ପ୍ରଶାସନର ଉନ୍ନୟନମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସେମାନେ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି। ଏହି ଅବସରରେ ଆତ୍ମସମର୍ପଣ କରିଥିବା ସମର୍ଥକମାନେ ମାଓବାଦୀ ମୁର୍ଦ୍ଦାବାଦ ଧ୍ୱନି ଦେଇଥିଲେ। ପୋଲିସ ପକ୍ଷରୁ ଏମାନଙ୍କୁ ସରକାରଙ୍କ ରହିଥିବା ଥଇଥାନ ବ୍ୟବସ୍ଥା ଅନୁଯାୟୀ ସମସ୍ତ ପ୍ରକାର ସୁବିଧା ସୁଯୋଗ ମିଳିବ ବୋଲି ମାଲକାନଗିରି ଏସ୍‌ପି ନୀତୀଶ ଓ୍ବାଧ୍ୱାନୀ କହିଛନ୍ତି। ସମସ୍ତଙ୍କୁ ଶାଢି, କପଡା, ଛୋଟ ପିଲାମାନଙ୍କୁ ଶିକ୍ଷା ଉପକରଣ, କ୍ରୀଡା ସାମଗ୍ରୀ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ଘନବେଡା ବିଏସ୍‌ଏଫ୍‌ ଯବାନଙ୍କ ସହ ଅନ୍ୟ ପୋଲିସ ଅଧିକାରୀ, ବିଏସ୍‌ଏଫ୍‌ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଏହା ପୂର୍ବରୁ ୫୦ ସକ୍ରିୟ ମିଲିସିଆ ଗତ ୨ା୬ା୨୨ରେ, ୩୯୭ ମିଲିସିଆ ଏବଂ ସମର୍ଥକ ୧୧ା୬ା୨୨ରେ ଏବଂ ୫୦୦ ମିଲିସିଆ ଏବଂ ସମର୍ଥକ ୨୨ା୮ା୨୨ରେ ଆତ୍ମସମର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ମାଓବାଦୀଙ୍କ ଆତ୍ମସମର୍ପଣ ସମୟସୀମା: ଆଉ ମିଳିବ ନାହିଁ ସୁଯୋଗ

ଭୁବନେଶ୍ୱର,୩୧।୩: ଓଡ଼ିଶାରେ ମାଓବାଦୀ ଦମନ ଟାର୍ଗେଟ୍‌ ସଫଳ ହୋଇଛି ବୋଲି ADG ସଞ୍ଜୀବ ପଣ୍ଡା ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଶାକୁ ଆଉ ମାଓବାଦୀ ବିପଦ ନାହିଁ ବୋଲି…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

ହାଇକୋର୍ଟ ଗେଟ୍ ଆଗରେ ଗାଡ଼ିରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା….

କଟକ,୩୧।୩(ପ୍ରଭୁକଲ୍ୟାଣ ପାଲ୍/କାର୍ତ୍ତିକ ସାହୁ): ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି…

ଜଙ୍ଗଲରେ ଦନ୍ତା ହାତୀ: ଭୟରେ ଅଞ୍ଚଳବାସୀ, ସତର୍କ ରହିବାକୁ ପରାମର୍ଶ ଦେଲା ବନବିଭାଗ

ଜି.ଉଦୟଗିରି,୩୧।୩(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ନିକଟ ରଟିଙ୍ଗିଆ ସଂରକ୍ଷିତ ଜଙ୍ଗଲରେ ସୋମବାର ରାତିରେ ଦନ୍ତା ହାତୀ ଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri