ପୁଣି ମାତିଲେ କଳା ପଲ୍‌ସର ଲୁଟେରା, ଝାମ୍ପି ନେଲେ ୯୦ ହଜାର

ଟିଟିଲାଗଡ, ୧୩ା୬(ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ଲୁଟେରା ଗ୍ୟାଙ୍ଗ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ଏହିପରି ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ସୋମବାର ଘଟଣାର ପୁଣି ପୁନରାବୃତ୍ତି ଘଟିଛି।

ଟିଟିଲାଗଡ଼ ଷ୍ଟେଶନ ରାସ୍ତାରେ ପଥର୍ଲା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ନେତ୍ରାନନ୍ଦ ବେହେରାଙ୍କଠାରୁ ଦୁର୍ବୃତ୍ତମାନେ ୯୦ ହଜାର ଟଙ୍କା ଝାମ୍ପି ନେଇଛନ୍ତି। ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରୁ ଟଙ୍କା ଉଠାଇ ଷ୍ଟେଶନ ରାସ୍ତାରେ ଥିବା ଏକ ହୋଟେଲ ସମ୍ମୁଖରେ ବାଇକରୁ ଓହ୍ଲାଉ ଥିବାବେଳେ କଳା ପଲସରରେ ଆସି ୨ଜଣ ଯୁବକ ନେତ୍ରାନନ୍ଦଙ୍କ ହାତରୁ ଟଙ୍କା ବ୍ୟାଗ ଛଡାଇ ନେଇଥିଲେ। ଚିତ୍କାର ଶୁଣି ସେଠାରେ ଥିବା କେତେକ ଯୁବକ ସେମାନଙ୍କ ପିଛା କରିଥିଲେ ମଧ୍ୟ ଧରି ପାରି ନ ଥିଲେ। ସ୍ଥାନୀୟ ପୋଲିସ ଘଟଣାର ଅନୁସନ୍ଧାନ ଚଳାଇଛି।

କିଛିଦିନ ତଳେ ଟିଟିଲାଗଡ଼ ଡିଏଭି ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ଗୋପାଳକୃଷ୍ଣ ଚାନ୍ଦ ସ୍ଥାନୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାରୁ ଦେଢ଼ ଲକ୍ଷ ଟଙ୍କା ଉଠାଇ ଜ୍ବାଇଁଙ୍କ ସହ ଏକ ଦୁଇଚକିଆ ଯାନରେ ଫେରୁଥିବା ବେଳେ ଠିକାଦାରପଡ଼ା ସ୍ଥିତ ଘର ସମ୍ମୁଖରେ ଦୁଇଜଣ ଦୁର୍ବୃତ୍ତ ଏକ ପଲସରରେ ଆସି ଟଙ୍କା ଭର୍ତ୍ତି ବ୍ୟାଗ ଲୁଟି ନେଇଥିଲେ। ବର୍ତ୍ତମାନ ସୁଦ୍ଧା ପୋଲିସ ଲୁଟେରାଙ୍କୁ ଠାବ କରି ପାରିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ଚାଲାଣ ବେଳେ ୨ ଟ୍ରକ୍‌ରୁ ୧୧ଶହ ଧାନ ବସ୍ତା ଜବତ

କୋକସରା,୨।୬ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପୋଲିସ ଆନ୍ଧ୍ରପ୍ରଦେଶକୁ ବେଆଇନ ଭାବେ ଧାନ ଚାଲାଣ ହେଉଥିବା ୨ଟି ଟ୍ରକକୁ ଜବତ କରିଛି। ମିଳିଥିବା...

୨ ମାସର କଂକ୍ରିଟ ରାସ୍ତା ଫାଟିଲା

ଯାଜପୁର ରୋଡ,୨୦ା୮(ଡି.ଏନ.ଏ.): ଯାଜପୁର ଜିଲାର ଅନ୍ୟତମ ପ୍ରମୁଖ ସହର ବ୍ୟାସନଗର ପୌରାଞ୍ଚଳରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ସହରର ସଫେଇ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗ...

ଗିରଫ ହେଲେ ପ୍ରଧାନଶିକ୍ଷକ, ଆଟେଣ୍ଡାଣ୍ଟ: ରୋଷେୟାଙ୍କୁ ଅସଦାଚରଣ ଘଟଣା

ଦାରିଙ୍ଗବାଡି,୨୬ା୨(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଛଡ଼ାକିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ବିଧବା ରୋଷେୟାଙ୍କୁ ଅସଦାଚରଣ କରାଯାଉଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହି...

‘ସୁଗମ ଯୋଜନା’: ୧୫ ଦିନରେ ୪୭୪୮ ପ୍ରବାସୀଙ୍କୁ ଗନ୍ତବ୍ୟ ସ୍ଥଳରେ ଛାଡ଼ିଲାଣି ଗଞ୍ଜାମ ପ୍ରଶାସନ, ୧୭ ହଜାରଙ୍କୁ ଖାଦ୍ୟ ପ୍ୟାକେଟ୍‌

ଛତ୍ରପୁର, ୨୯।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଦେଇ ଯାଉଥିବା ପ୍ରବାସୀ ଶ୍ରମିକମାନଙ୍କୁ ନିଜ ଜ଼ିଲା ଓ ଏହି ଜିଲାର ବିଭିନ୍ନ ଅଞ୍ଚଳଞ୍‌କୁ ସୁଗମ ଯୋଜନାରେ ପ୍ରଶାସନ ପକ୍ଷରୁ...

ରାସ୍ତା ଅବସ୍ଥା ଶୋଚନୀୟଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ଝୁମ୍ପୁରା ୧୬।୭(ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଫକିରପୁର, ପଦ୍ମକେଶରପୁର, ବାଘିଆନଶା, କଙ୍କଡାଯୋଡି ଗାଁ ଲୋକେ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି କରିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ...

ବିଶ୍ୱ ହସ୍ତୀ ଦିବସ ପାଳିତ‘ସଚେତନତା ଦ୍ୱାରା ହାତୀଙ୍କ ସୁରକ୍ଷା ସମ୍ଭବ’

ବାରିପଦା ଅଫିସ,୧୩ା୮- ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ପକ୍ଷରୁ ସୋମବାର ବିଶ୍ୱ ହସ୍ତୀ ଦିବସ ପାଳିତ ହୋଇ ଯାଇଛି। ବାରିପଦା ବନଖଣ୍ଡ ଅଧିକାରୀ ସ୍ବୟଂ ମଲିକଙ୍କ...

୯ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଲୁଟ୍‌

ଭୁବନ, ୨୫।୩(ଡି.ଏନ୍‌.ଏ.): କିଛିଦିନର ନୀରବତା ପରେ ଢେଙ୍କାନାଳ ଜିଲା ଭୁବନ ଥାନା ଅଞ୍ଚଳରେ ପୁଣିଥରେ ଲୁଟେରାଙ୍କ ଦୌରାତ୍ମ୍ୟ ଦେଖାଦେଇଛି। ଗୃହକର୍ତ୍ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଦୁର୍ବୃତ୍ତମାନେ...

ସଂସ୍କାର ହେଉନି ଗୋପାଳିଆ କେନାଲ: ପାଣିରେ ବୁଡ଼ିଛି ଚାଷଜମି

ତିହିଡ଼ି, ୨।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ କୁବେରା ପଞ୍ଚାୟତର ୩ଟି ମୌଜାରେ ୩ ଶହ ଏକର ଚାଷଜମି ପାଣିରେ ବୁଡ଼ି...

Advertisement
Archives

Model This Week