୯୦ ପ୍ରତିଶତ ସଙ୍ଗଠନ ଦୁର୍ବଳ ହୋଇପଡିଛି:ଏସ୍‌.ପି.

ମାଲକାନଗିର,୮ା୮ (ଡି.ଏନ୍‌.ଏ.):ଦଶ ବର୍ଷରୁ ଉର୍ଦ୍ଧ୍ୱ ହେବ ମାଓବାଦୀମାନେ ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ସେମାନଙ୍କ ଶହୀଦ ସପ୍ତାହ ପାଳନ କରୁଥିଲେ। ଏହି ଅବସରରେ ସେମାନେ ବିଭିନ୍ନ ସ୍ଥାନରେ ସ୍ତୁପ ନିର୍ମାଣ କରି ଶହୀଦ ହୋଇଥିବା ମାଓବାଦୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥାନ୍ତି। ଏଥିସହ ନାଚଗୀତ କରି ଯୁବଗୋଷ୍ଠୀଙ୍କୁ ପ୍ରବତାଇ ମାଓବାଦୀ ସଙ୍ଗଠନରେ ସାମିଲ କରିବା, ବିଭିନ୍ନ ସ୍ଥାନରେ ଗଛ କାଟି ରାସ୍ତା ଅବରୋଧ କରିବା, ପୋଷ୍ଟର ବ୍ୟାନର ଲଗାଇବା, ଗାଡି ପୋଡିବା, ପୋଲିସ ଉପରେ ଆକ୍ରମଣ କରିବା, ଲ୍ୟାଣ୍ଡମାଇନ ବିସ୍ଫୋରଣ କରିବା ଭଳି ହିଂସା ଘଟାଇଥାନ୍ତି। ତେବେ ଗତ ତିନିବର୍ଷ ହେଲା କୋରାପୁଟ ଓ ମାଲକାନଗିରି ଜିଲାରେ ବିଏସ୍‌ଏଫ୍‌ ଯବାନଙ୍କ କ୍ୟାମ୍ପ ପ୍ରତିଷ୍ଠା ସେମାନଙ୍କ କାର୍ଯ୍ୟରେ ରୋକୋ ଲଗାଇଛି। ସେବେଠାରୁ ମାଓବାଦୀଙ୍କ ପ୍ରଭାବ କମିବାରେ ଲାଗିଛି। ଗତବର୍ଷ ସେମାନେ ଶହୀଦ ସପ୍ତାହରେ ସେପରି କୌଣସି ହିଂସାକାଣ୍ଡ ଘଟାଇ ନ ଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ପୋଷ୍ଟର ବ୍ୟାନର ଲଗାଇବା, ରାସ୍ତା ଅବରୋଧ କରିବା ଭଳି କାର୍ଯ୍ୟ କରିଥିଲେ। ତେବେ ଚଳିତବର୍ଷ କୋରାପୁଟ ଓ ମାଲକାନଗିରି ଜିଲାର କୌଣସି ସ୍ଥାନରେ ମାଓବାଦୀ ପୋଷ୍ଟର, ବ୍ୟାନର ଲଗାଯାଇନାହିଁ କି ଅସ୍ଥାୟୀ ସ୍ତୁପ ମଧ୍ୟ ନିର୍ମାଣ ହୋଇନାହିଁ। କୌଣସି ସ୍ଥାନରେ ଗଛ କାଟି ରାସ୍ତା ଅବରୋଧ ମଧ୍ୟ କରାଯାଇ ନ ଥିବା ଜଣାପଡିଛି। ଅନ୍ୟପକ୍ଷରେ ଗତବର୍ଷ ଶହୀଦ ସପ୍ତାହଠାରୁ ଚଳିତବର୍ଷ ଶହୀଦ ସପ୍ତାହ ମଧ୍ୟରେ ୩ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ଆନ୍ଧ୍ର ଓଡ଼ିଶା-ବର୍ଡର ଜୋନାଲ କମିଟିର ଆକ୍କିରାଜୁ ହରଗୋପାଲ, ଦେବା ମାଢି ଓ ମୁକା ସୋଡି। ଗତ ୧୪ା୧୦ା୨୦୨୧ରେ ଦେବାଙ୍କ ପୋଲିସ ଗୁଳିରେ ମୃତ୍ୟୁ ଘଟିଥିବା ବେଳେ ବୈପାରିଗୁଡା ଓରିଆ କମିଟି ସମ୍ପାଦକ ଦେବାଙ୍କ ୧୬ା୬ା୨୦୨୧ରେ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲାର ତେଗଲମେଟା ଗ୍ରାମରେ ଏନକାଣ୍ଟଟରରେ ମୃତ୍ୟୁ ଘଟିଥିଲା। ସେହିପରି ଗୁମ୍ମା ଏରିଆ କମିଟିର ଏନ୍‌ସିଏମ୍‌ ମୁକାଙ୍କ ୧୨ା୧୦ା୨୦୨୧ରେ ମାଲକାନଗିରି ଜିଲା ତୁଳସୀ ଜଙ୍ଗଲରେ ହୋଇଥିବା ଏନକାଣ୍ଟରରେ ମୃତ୍ୟୁ ହୋଇଥିଲା। ଏମାନଙ୍କ ପାଇଁ ମଧ୍ୟ ଶହୀଦ ସପ୍ତାହରେ କୌଣସି ସ୍ତୁପ ନିର୍ମାଣ ହୋଇନାହିଁ ବୋଲି ଓଡିଶା ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିରୁ ସଷ୍ଟ ଯେ, କୋରାପୁଟ ଓ ମାଲକାନଗିରି ଜିଲାରେ ମାଓବାଦୀଙ୍କ କାର୍ଯ୍ୟକଳାପ ୯୦ପ୍ରତିଶତ କମିଯାଇଛି ବୋଲି ମାଲକାନଗିରି ଏସ୍‌ପି ନିତେଶ ଓ୍ବାଧଓ୍ବାନୀ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri