୯୦ ବାଂଲାଦେଶୀ ଗଲେ, ୯୫ ଭାରତୀୟ ମତ୍ସ୍ୟଜୀବୀ ଫେରିଲେ

ପାରାଦୀପ,୭।୧(ଶରତ ରାଉତ):ପାରାଦୀପରେ ଡିସେମ୍ବର ୧୦ରୁ ଅଟକ ଥିବା ୭୮ ବାଂଲାଦେଶୀ ମତ୍ସ୍ୟଜୀବୀ ଓ ୨ ବୋଟ ସୋମବାର ପ୍ରତ୍ୟୁଷରେ ସ୍ବଦେଶ ଫେରିଯାଇଛନ୍ତି। ସେମାନଙ୍କ ସହ ପୂର୍ବରୁ କୋଲକାତାରେ ଅଟକ ଥିବା ୧୨ ମତ୍ସ୍ୟଜୀବୀଙ୍କୁ ମଧ୍ୟ ପଠାଇ ଦିଆଯାଇଛି। ଜବାବରେ ବାଂଲାଦେଶରେ ଅଟକ ଥିବା ୬ ଭାରତୀୟ ମାଛଧରା ବୋଟ ସମେତ ସେଠାକାର ଜଳସୀମାରେ ଧରାପଡ଼ିଥିବା ୯୫ ମତ୍ସ୍ୟଜୀବୀଙ୍କୁ ବାଂଲାଦେଶ କୋଷ୍ଟଗାର୍ଡ ଟିମ୍‌ ଛାଡ଼ିଦେଇଛି। ଭାରତ-ବାଂଲାଦେଶ ଜଳସୀମା ପାଖରେ ଊଭୟ ପକ୍ଷର କୋଷ୍ଟଗାର୍ଡ ଟିମ୍‌ ପରସ୍ପର ଦେଶର ନାଗରିକଙ୍କୁ ପ୍ରତ୍ୟର୍ପଣ କରିବା ସହ ଚୁକ୍ତିନାମା ହସ୍ତାନ୍ତର କରିଥିଲେ। ଏହାପରେ ଭାରତୀୟ କୋଷ୍ଟଗାର୍ଡର ପାଟ୍ରୋଲିଂ ଜାହାଜ ସମ୍ପୃକ୍ତ ବୋଟ୍‌ଗୁଡିକୁ ନେଇ ଧାର୍ଯ୍ୟ ସ୍ଥାନରେ ଛାଡ଼ି ଦେଇଛି।
ସୂଚନାଯୋଗ୍ୟ, ଗତ ଡିସେମ୍ବର ୯ରେ ବାଂଲାଦେଶର ଦୁଇଟି ବଡ଼ ମାଛଧରା ବୋଟ ଭାରତୀୟ ଜଳସୀମାରେ ପ୍ରବେଶ କରି ଫିଶିଂ କରୁଥିଲେ। ସେହି ବୋଟ ଦୁଇଟି ହେଲା ଲୈଲା ଓ ମେଘନା। ସେଥିରେ ୭୮ ମତ୍ସ୍ୟଜୀବୀ ଥିଲେ। ବୋଟରେ ୧୬୦ ଟନ୍‌ ମାଛ ଥିଲା। ସମ୍ପୃକ୍ତ ୨ ବୋଟକୁ ଭାରତୀୟ କୋଷ୍ଟଗାର୍ଡ ଟିମ୍‌ କାବୁ କରି ପାରାଦୀପରେ ପହଞ୍ଚତ୍ବା ପରେ ସେଥିରେ ଥିବା ବାଂଲାଦେଶୀ ମତ୍ସ୍ୟଜୀବୀମାନଙ୍କୁ ପାରାଦୀପ ଆଦର୍ଶ ଥାନାକୁ ହସ୍ତାନ୍ତର କରାଯାଇଥିଲା। ଏହାପରେ ପୋଲିସ ବାଂଲାଦେଶୀ ମତ୍ସ୍ୟଜୀବୀମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପାଇଁ ସମସ୍ତ ପ୍ରକାର କାଗଜପତ୍ର ପ୍ରସ୍ତୁତ କରିଥିଲା। ମାତ୍ର ଡିସେମ୍ବର ୧୨ରେ ଭାରତ ସରକାର ବାଂଲାଦେଶ ବୋଟ୍‌ ପ୍ରତ୍ୟର୍ପଣ କରିବାକୁ ଆଲୋଚନା କରିଥିଲେ। ଏଥିସହ ମତ୍ସ୍ୟଜୀବୀମାନଙ୍କୁ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ସେବେଠାରୁ ଉଭୟ ବୋଟ ପାରାଦୀପ ବନ୍ଦର କୋଷ୍ଟଗାର୍ଡ ବର୍ଥରେ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri