Posted inଫୁରସତ

ଟ୍ରେନ୍‌ରେ ବାଜିଥାଏ ୯ ପ୍ରକାରର ହର୍ନ, ଜାଣନ୍ତୁ କାହାର ଥାଏ କେଉଁ ଅର୍ଥ

ଭାରତର ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିଥାନ୍ତି। ବସ୍‌ ଅପେକ୍ଷା ଟ୍ରେନ୍‌ ଅଧିକ ସୁବିଧାଜନକ। ଏପରିକି ବିମାନ ଅପେକ୍ଷା ଟ୍ରେନ୍‌ ଯାତ୍ରା ଶସ୍ତା ବି ହୋଇଥାଏ। ଭାରତରେ ଟ୍ରେନ୍‌ ନେଟଓ୍ବାର୍କ ଦୁର୍ଗମ ଅଞ୍ଚଳ ମଧ୍ୟ ଦେଇ ଯାଇଛି। ଏଭଳି ପରିସ୍ଥିତିରେ ଲୋକମାନେ ଏଥିରେ ଅଧିକ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି। ଆପଣ ନିଶ୍ଚିତ ଭାବରେ ଅନେକ ଥର ଟ୍ରେନ୍‌ର ହର୍ନ ଶୁଣିଥିବେ। କିନ୍ତୁ ଜାଣନ୍ତି କି ଶୁଣୁଥିବା ହର୍ନ ସମାନ ପ୍ରକାରର ନୁହେଁ। ଟ୍ରେନ୍‌ରେ ମୋଟ୍‌ ୯ ପ୍ରକାରର ହର୍ନ ବାଜିଥାଏ। ପ୍ରତ୍ୟେକ ହର୍ନର ଭିନ୍ନ ଅର୍ଥ ରହିଛି। ଜାଣନ୍ତୁ ଏ ସମ୍ପର୍କରେ…

ଶର୍ଟ ହର୍ନ: ଏହି ହର୍ନର ଅର୍ଥ ହେଉଛି ଟ୍ରେନ୍‌ ଟ୍ରାକ୍‌ରେ ଆସୁଛି। ବର୍ତ୍ତମାନ ଏହାକୁ ସଫା କରିବାର ସମୟ।

୨ଟି ଶର୍ଟ ହର୍ନ ବାଜିଲେ ଟ୍ରେନ୍‌ ଗଡ଼ିବା ପାଇଁ ପ୍ରସ୍ତୁତ।

୩ ଶର୍ଟ ହର୍ନର ଅର୍ଥ ହେଉଛି ଟ୍ରେନର ଲୋକୋପାଇଲଟ୍‌ ଇଞ୍ଜିନରୁ ନିୟନ୍ତ୍ରଣ ହରାଇଛନ୍ତି ଏବଂ ଭ୍ୟାକ୍ୟୁମ୍‌ ବ୍ରେକ ସହିତ ଟ୍ରେନ ବନ୍ଦ କରିବାକୁ ପଡ଼ିଥାଏ।

୪ ନଂ ଶର୍ଟ ହର୍ନ ଅର୍ଥ ହେଉଛି ଟ୍ରେନରେ ଯାନ୍ତ୍ରିକ ତ୍ରୁଟି ଅଛି ଏବଂ ବର୍ତ୍ତମାନ ଟ୍ରେନ୍‌ ଆଗକୁ ଯାଇପାରିବ ନାହିଁ।

୬ ଶର୍ଟ ହର୍ନ ଯେତେବେଳେ ଲୋକୋପାଇଲଟ କୌଣସି ବିପଦକୁ ଅନୁଭବ କରନ୍ତି ସେତେବେଳେ ସେ ଏହି ପ୍ରକାରର ହର୍ନ ବଜାନ୍ତି।

ଛୋଟ ଏବଂ ବଡ଼ ହର୍ନ : ଏହି ପ୍ରକାରର ହର୍ନ ଦୁଇଟି କାରଣରୁ ବଜାଯାଏ। ସର୍ବପ୍ରଥମେ, ଯେତେବେଳେ କେହି ଟ୍ରେନର ଚେନ୍‌ ଟାଣନ୍ତି କିମ୍ବା ଯେତେବେଳେ ଗାର୍ଡ ଭାକ୍ୟୁମ ପ୍ରେସର ବ୍ରେକ୍‌ ଲଗାନ୍ତି।

ଯଦି ହର୍ନ ବହୁ ସମୟ ବାଜେ ତେବେ ଏହାର ଅର୍ଥ ଏହା ପ୍ଲାଟଫର୍ମରେ ବନ୍ଦ ହେବ ନାହିଁ।

ଦୁଇଥର ରହିରହି ହର୍ନ ବଜାଯାଏ ଯେତେବେଳେ ଟ୍ରେନ ରେଳ୍‌ କ୍ରସିଂ ନିକଟରେ ପହଞ୍ଚେ, ସେତେବେଳେ ଏପରି ହର୍ନ ବାଜିଥାଏ। ଏହାର କାରଣ ହେଉଛି କୌଣସି ବ୍ୟକ୍ତି ରେଳ ଟ୍ରାକ୍‌ ନିକଟକୁ ଯେମିତି ନ ଆସନ୍ତୁ।

ଦୁଇଟି ଲମ୍ବା ଏବଂ ଗୋଟିଏ ଶର୍ଟ ହର୍ନ ବାଜିଥାଏ ଯେତେବେଳେ ତା’ର ଟ୍ରାକ୍‌ ପରିବର୍ତ୍ତନ କରେ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri