ଭାରତରେ ଓମିକ୍ରନ୍‌ର ୯ ସବ୍‌ ଭାରିଆଣ୍ଟ…

ନୂଆଦିଲ୍ଲୀ,୧୩।୧୦ : କରୋନା ଭୂତାଣୁର ଓମିକ୍ରନ ଭାରିଆଣ୍ଟର ଦୁଇଟି ସବ୍‌ ଭାରିଆଣ୍ଟ ଚାଇନାରେ ପୁନର୍ବାର ସଂକ୍ରମଣ ବିସ୍ତାର କରିଛି। ଚାଇନାର ୫ରୁ ଅଧିକ ରାଜ୍ୟରେ ସଂକ୍ରମଣ ମାମଲାରେ ହଠାତ ବୃଦ୍ଧି ପାଇବାରେ ଲାଗିଛି।

ଏପରିସ୍ଥଳେ ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ଓମିକ୍ରନର ନଅଟି ସବ୍‌ ଭାରିଆଣ୍ଟ ଚିହ୍ନଟ କରାଯାଇଛି। ଯାହାର ସର୍ବାଧିକ ପ୍ରାଦୁର୍ଭାବ ରହିଛି, କିନ୍ତୁ ଚାଇନାରେ ମିଳୁଥିବା ଦୁଇଟି ସବ୍‌ ଭାରିଆଣ୍ଟ ଏଥିରେ ଅନ୍ତର୍ଭୁକ୍ତ ନୁହେଁ ବୋଲି ବିଶେଷଜ୍ଞ ସୂଚନା ପ୍ରଦାନ କରିଛନ୍ତି।

ଜେନୋମ କ୍ରମ ପାଇଁ ସେଟ ହୋଇଥିବା ଇନସାକୋଗ୍‌ ନେଟୱାର୍କର ଜଣେ ବରିଷ୍ଠ ବୈଜ୍ଞାନିକ କହିଛନ୍ତି ଯେ ଏପର୍ଯ୍ୟନ୍ତ ଓମିକ୍ରନର ବିଏ.୧, ବିଏ.୨, ବିଏ.୩, ବିଏ.୪, ବିଏ.୫, ବିଏ.୨.୯, ବିଏ.୧.୧୨.୧, ବିଏ,୨.୩.୮ ଏବଂ ବିଏ.୨.୭୩ ସବ୍‌ ଭାରିଆଣ୍ଟ ଗୁଡିକ ଭାରତରେ ମିଳିଛି। ତେବେ ଏସବୁ ଚାଇନାରେ ମିଳିଥିବା ବିଏଫ.୭ ଏବଂ ବିଏ.୫.୧.୭ ସହିତ ସମାନ ନୁହନ୍ତି। ଚାଇନାରେ ମିଳୁଥିବା ଉଭୟ ସବ୍‌ ଭାରିଆଣ୍ଟ ଗୁଡିକ ଅତ୍ୟଧିକ ସଂକ୍ରାମକ ଏବଂ ଦ୍ରୁତ ଗତିରେ ବ୍ୟାପିଥାଏ। ଏଥିମଧ୍ୟରୁ ସବଭାରିଆଣ୍ଟ ବିଏଫ୍‌.୭ ର ସର୍ବାଧିକ ସଂକ୍ରମଣ ସମ୍ଭାବନା ଥିବା ଜଣାଯାଇଛି ।

ବୈଜ୍ଞାନିକମାନେ କହିଛନ୍ତି ଯେ ଦେଶରେ ଚାଇନାର ନୂତନ ସବ-ଭାରିଆଣ୍ଟ ଚିହ୍ନଟ ହୋଇନାହିଁ, କିନ୍ତୁ ସରକାର ତୁରନ୍ତ ଏକ ସତର୍କ ସୂଚନା ଜାରି କରିବା ଉଚିତ ଏବଂ ବିଦେଶ ଯାତ୍ରା ଉପରେ ନଜର ରଖିବା ଜରୁରୀ। ଯଦି ଆମେ ଅତୀତର ଅଭିଜ୍ଞତା ଆଧାରରେ କଥାବାର୍ତ୍ତା କରୁ, ଏହା ଜରୁରୀ ନୁହେଁ ଯେ ଚାଇନାରେ ବ୍ୟାପିଥିବା ସମସ୍ତ ଭାରିଆଣ୍ଟ ଅନ୍ୟ ଦେଶରେ ମିଳିବ । ତେବେ ସତର୍କତା ଅବଲମ୍ବନ ଅପରିହାର୍ଯ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri