ଗୁଳି ବିନିମୟରେ ୯ ମାଓବାଦୀ ମୃତ: ୫ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି, ୩ା୯(ଦୁର୍ଯ୍ୟୋଧନ ପାତ୍ର)-ଛତିଶଗଡ଼ ସୁକ୍‌ମା ଜିଲା ପୋଲିସ ନିକଟରେ ଜଣେ ମହିଳାଙ୍କ ସମେତ ୫ ମାଓବାଦୀ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ମେହେତା ଆର୍‌ପିସି କେଏଏମ୍‌ଏସ୍‌ ସଦସ୍ୟା ପୋଡିୟମ ବୁଦରି, ଗୋଲାପାଲି ଏଲ୍‌ଓଏସ୍‌ ସଦସ୍ୟ ୧ ଲକ୍ଷ ପୁରସ୍କାର ଘୋଷିତ ମଲାମ ଦେବା, ସିଙ୍ଗାରାମ ଆର୍‌ପିସି ଡିକେଏମ୍‌ଏସ୍‌ ସଭାପତି ୧ ଲକ୍ଷ ପୁରସ୍କାର ଘୋଷିତ କାରତମ ହିଡମା, ସିଙ୍ଗାରାମ ଆରପିସି ମିଲିସିଆ ସଦସ୍ୟ ମାଡବି ଯୋଗୀ ଓ ଅଲମପାଲୀ ପଞ୍ଚାୟତ ସିଏନ୍‌ଏସ୍‌ ଉପାଧ୍ୟକ୍ଷ ଦୁଧୀ ଜଗା ା ସୁକ୍‌ମା ଜିଲା ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅନନ୍ତ ହାଂସ, ସହକାରୀ କମାଣ୍ଡାଣ୍ଟ ୧୩୧ ବାହିନୀ ସିଆର୍‌ପିଏଫ୍‌ଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନେ ପୋଲିସ ପାଟ୍ରୋଲିଂ ଦଳ ଉପରେ ଆକ୍ରମଣ, ରାସ୍ତାରେ ଲାଣ୍ଡମାଇନ୍‌ ଲଗାଇବା, ରାସ୍ତା ଖୋଳିବା ଓ ମୁଖ୍ୟରାସ୍ତା ଅବରୋଧ କରିବା ଭଳି ବିଭିନ୍ନ ହିଂସାରେ ଜଡ଼ିତ ଥିଲେ।

ଏହା ପୂର୍ବରୁ ଛତିଶଗଡ଼ ଦାନ୍ତଓ୍ବୋଡା ଜିଲାରେ ପୋଲିସ ସହ ଗୁଳି ବିନିମୟରେ ମଙ୍ଗଳବାର ୯ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଛି। ସେମାନେ ବ୍ୟବହାର କରୁଥିବା ବିପୁଳ ପରିମାଣ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ା ଡିଆର୍‌ଜି ଓ ସିଆର୍‌ପିଏଫ୍‌ ବାହିନୀ ମିଳିତ ଭାବେ ମାଓବାଦୀ ଦମନ ଅଭିଯାନରେ ସର୍ଚ୍ଚ ଅପରେଶନ କରୁଥିଲେ। ଦାନ୍ତଓ୍ବୋଡା ଓ ବିଜାପୁର ସୀମାବର୍ତ୍ତୀ ଅଞ୍ଚଳ ପଶ୍ଚିମବସ୍ତର ଡିଭିଜନରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇ ସର୍ଚ୍ଚ ଅପରେଶନ କରାଯାଇଥିଲା। ଲୋହା ଗ୍ରାମ ପେଡିଆ ଜଙ୍ଗଲରେ ମାଓବାଦୀମାନେ ଥିବା ଜାଣି ସୁରକ୍ଷା କର୍ମୀମାନେ ସେଠାକୁ ଯାଇଥିଲେ। ଯବାନମାନଙ୍କ ଆସିବା ଦେଖି ମାଓବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିବା ବେଳେ ପାଲଟା ଜବାବରେ ସୁରକ୍ଷା କର୍ମୀମାନେ ମଧ୍ୟ ଗୁଳି ଚାଳନା କରିଥିଲେ। ଉଭୟଙ୍କ ମଧ୍ୟରେ ବହୁ ସମୟ ଧରି ଗୁଳି ଚାଳନା ଚାଲିଥିବା ବେଳେ ମାଓବାଦୀମାନେ ସୁରକ୍ଷା କର୍ମୀଙ୍କ ଆକ୍ରମଣକୁ ସାମ୍ନା୍‌କରି ନ ପାରି ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ। ପରେ ସର୍ଚ୍ଚ ସମୟରେ ୯ ମାଓବାଦୀଙ୍କ ମୃତଦେହ ଜବତ କରାଯାଇଥିଲା। ଏଥିସହ ଘଟଣାସ୍ଥଳରୁ ଏସ୍‌ଏଲ୍‌ଆର୍‌ ୩୦୩ ରାଇଫଲ, ୩୧୫ ବୋର୍‌ ରାଇଫଲ ସହ ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri