ଓଡ଼ିଶାରେ ଏବେ ୯ ଲକ୍ଷ ଲୋକେ ବେକାର: ମୁଣ୍ଡପିଛା ଆୟ ଏତିକି

ଭୁବନେଶ୍ୱର,୨୫।୭: ଓଡ଼ିଶାରେ ଏବେ ୯ ଲକ୍ଷ ଲୋକେ ବେକାରୀ ଥିବା ଜଣାପଡିଛି। ବୁଧବାର ସରକାର ଉପସ୍ଥାପନା କରିଥିବା ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଓଡ଼ିଶାରେ ୧୫ ଓ ଉର୍ଦ୍ଧ ବୟସର ଜନସଂଖ୍ୟା ପ୍ରାୟ ୩.୫୧ କୋଟି ରହିଛନ୍ତି। ଏମାନଙ୍କ ମଧ୍ୟରୁ ୨.୧୪ କୋଟି ଲୋକ ରାଜ୍ୟର ବିଭିନ୍ନ ଶ୍ରମଶକ୍ତିର ସାମିଲ ଅଛନ୍ତି। ଏଥିରୁ ଜଣା ପଡୁଛି ଯେ, ରାଜ୍ୟରେ ପ୍ରାୟ ୯ ଲକ୍ଷ ଲୋକ ବେକାରୀ ରହିଛନ୍ତି।

ତେବେ ଶ୍ରମଶକ୍ତିରେ ନିଯୁକ୍ତ ପାଇଥିବା ଲୋକଙ୍କ ମଧ୍ୟରୁ ୬୪% ବା ୧.୩୧ କୋଟି ଆତ୍ମନିଯୁକ୍ତି ହୋଇଥିବା ବେଳେ ବଳକା ୩୬% ହେଉଛନ୍ତି ବେତନଭୋଗୀ ଓ ମଜୁରି ଶ୍ରେଣୀର ଲୋକ। ରିପୋର୍ଟ ମୁତାବକ ୨୦୧୭-୧୮ରେ ଓଡ଼ିଶାର ମୋଟ ଶ୍ରମଶକ୍ତିର ଆକାର ୧.୪୫ କୋଟି ଥିଲା ବେଳେ ୨୦୨୨-୨୩ ରେ ଏହା ବଢି ୨.୦୫ କୋଟିରେ ପହଞ୍ଚିଛି। ରାଜ୍ୟରେ ଶ୍ରମଶକ୍ତିରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରଗୁଡିକର ଅଂଶ ସର୍ବାଧିକ ୪୮% ରହିଛି।

ସେହିଭଳି ଶିଳ୍ପ କ୍ଷେତ୍ରରେ ଶ୍ରମଶକ୍ତି ୨୦୧୭-୧୮ରେ ୩୮.୪ ଲକ୍ଷରୁ ୨୦୨୨-୨୩ରେ ୫୩ ଲକ୍ଷକୁ ବୃଦ୍ଧି ପାଇଛି। ସେବା କ୍ଷେତ୍ରରେ ଏହି ବର୍ଷ ଗୁଡ଼ିକରେ ୧୭.୫ ଲକ୍ଷ ସାମିଲ ହୋଇଛନ୍ତି। ତେବେ ବିଗତ ୬ ବର୍ଷରେ ରାଜ୍ୟରେ ଆତ୍ମନିଯୁକ୍ତି ୬.୭% ବୃଦ୍ଧି ପାଇଛି।

ତେବେ ଏହି ରିପୋର୍ଟ ଅନୁସାରେ ଓଡ଼ିଶାରେ ମୁଣ୍ଡପିଛା ଆୟ ୧, ୬୪, ୪୩୭ ଟଙ୍କା ବୋଲି ଜଣା ପଡ଼ିଛି। ଯାହା ଭାରତର ମୁଣ୍ଡପିଛା ଆୟ ୧,୮୪,୨୦୫ ଟଙ୍କା ଠାରୁ ୧୨.୪% ପ୍ରତିଶତ କମ୍। ୨୦୧୫-୧୬ ପରଠାରୁ ଓଡ଼ିଶାର ମୁଣ୍ଡପିଛା ଆୟ ୧୨.୧ ପ୍ରତିଶତ ସିଜିଆର ରେ ବୃଦ୍ଧି ପାଇଥିବା ବେଳେ ୧୭ ଟି ପ୍ରମୁଖ ରାଜ୍ୟ ତାଲିକାରେ ଓଡ଼ିଶା ୨୦୨୨-୨୩ ରେ ୧୧ ତମ ସ୍ଥାନରେ ରହିଛି।

ନାଗରିକଙ୍କ ମୁଣ୍ଡପିଛା ଆୟ ବୃଦ୍ଧି ଏବଂ ବିକଶିତ ଭାରତର ଲକ୍ଷ୍ୟ ସାଧନ ପାଇଁ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ରାଜ୍ୟ ଏହାର ବିକାଶମୂଳକ ଏବଂ ଅଭିବୃଦ୍ଧି ପ୍ରୟାସକୁ ତ୍ୱରାନ୍ୱିତ କରିବାକୁ ପର୍ତୁଶୃତିବଦ୍ଧ ବୋଲି ସରକାର କହିଛନ୍ତି।

ଅଗ୍ରୀମ ଆକଳନ ଅନୁଯାୟୀ ୨୦୨୩-୨୪ରେ ଓଡ଼ିଶାର ଅଭିବୃଦ୍ଧି ହାର ୮.୫% ରହିବା ଆକଳନ କରାଯାଇଛି। ଏହି ଅଭିବୃଦ୍ଧି ୨୦୨୨-୨୩ ରେ ରାଜ୍ୟର ଅଭିବୃଦ୍ଧି ହାର ଥିଲା ୭.୯ ପ୍ରତିଶତ। ଶିଳ୍ପ ଏବଂ ସେବା କ୍ଷେତ୍ରରେ ଉଚ୍ଚ ଅଭିବୃଦ୍ଧି ଯୋଗୁଁ ଏହା ସମ୍ଭବ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri