ଓଡ଼ିଶାରେ ଏବେ ୯ ଲକ୍ଷ ଲୋକେ ବେକାର: ମୁଣ୍ଡପିଛା ଆୟ ଏତିକି

ଭୁବନେଶ୍ୱର,୨୫।୭: ଓଡ଼ିଶାରେ ଏବେ ୯ ଲକ୍ଷ ଲୋକେ ବେକାରୀ ଥିବା ଜଣାପଡିଛି। ବୁଧବାର ସରକାର ଉପସ୍ଥାପନା କରିଥିବା ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଓଡ଼ିଶାରେ ୧୫ ଓ ଉର୍ଦ୍ଧ ବୟସର ଜନସଂଖ୍ୟା ପ୍ରାୟ ୩.୫୧ କୋଟି ରହିଛନ୍ତି। ଏମାନଙ୍କ ମଧ୍ୟରୁ ୨.୧୪ କୋଟି ଲୋକ ରାଜ୍ୟର ବିଭିନ୍ନ ଶ୍ରମଶକ୍ତିର ସାମିଲ ଅଛନ୍ତି। ଏଥିରୁ ଜଣା ପଡୁଛି ଯେ, ରାଜ୍ୟରେ ପ୍ରାୟ ୯ ଲକ୍ଷ ଲୋକ ବେକାରୀ ରହିଛନ୍ତି।

ତେବେ ଶ୍ରମଶକ୍ତିରେ ନିଯୁକ୍ତ ପାଇଥିବା ଲୋକଙ୍କ ମଧ୍ୟରୁ ୬୪% ବା ୧.୩୧ କୋଟି ଆତ୍ମନିଯୁକ୍ତି ହୋଇଥିବା ବେଳେ ବଳକା ୩୬% ହେଉଛନ୍ତି ବେତନଭୋଗୀ ଓ ମଜୁରି ଶ୍ରେଣୀର ଲୋକ। ରିପୋର୍ଟ ମୁତାବକ ୨୦୧୭-୧୮ରେ ଓଡ଼ିଶାର ମୋଟ ଶ୍ରମଶକ୍ତିର ଆକାର ୧.୪୫ କୋଟି ଥିଲା ବେଳେ ୨୦୨୨-୨୩ ରେ ଏହା ବଢି ୨.୦୫ କୋଟିରେ ପହଞ୍ଚିଛି। ରାଜ୍ୟରେ ଶ୍ରମଶକ୍ତିରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରଗୁଡିକର ଅଂଶ ସର୍ବାଧିକ ୪୮% ରହିଛି।

ସେହିଭଳି ଶିଳ୍ପ କ୍ଷେତ୍ରରେ ଶ୍ରମଶକ୍ତି ୨୦୧୭-୧୮ରେ ୩୮.୪ ଲକ୍ଷରୁ ୨୦୨୨-୨୩ରେ ୫୩ ଲକ୍ଷକୁ ବୃଦ୍ଧି ପାଇଛି। ସେବା କ୍ଷେତ୍ରରେ ଏହି ବର୍ଷ ଗୁଡ଼ିକରେ ୧୭.୫ ଲକ୍ଷ ସାମିଲ ହୋଇଛନ୍ତି। ତେବେ ବିଗତ ୬ ବର୍ଷରେ ରାଜ୍ୟରେ ଆତ୍ମନିଯୁକ୍ତି ୬.୭% ବୃଦ୍ଧି ପାଇଛି।

ତେବେ ଏହି ରିପୋର୍ଟ ଅନୁସାରେ ଓଡ଼ିଶାରେ ମୁଣ୍ଡପିଛା ଆୟ ୧, ୬୪, ୪୩୭ ଟଙ୍କା ବୋଲି ଜଣା ପଡ଼ିଛି। ଯାହା ଭାରତର ମୁଣ୍ଡପିଛା ଆୟ ୧,୮୪,୨୦୫ ଟଙ୍କା ଠାରୁ ୧୨.୪% ପ୍ରତିଶତ କମ୍। ୨୦୧୫-୧୬ ପରଠାରୁ ଓଡ଼ିଶାର ମୁଣ୍ଡପିଛା ଆୟ ୧୨.୧ ପ୍ରତିଶତ ସିଜିଆର ରେ ବୃଦ୍ଧି ପାଇଥିବା ବେଳେ ୧୭ ଟି ପ୍ରମୁଖ ରାଜ୍ୟ ତାଲିକାରେ ଓଡ଼ିଶା ୨୦୨୨-୨୩ ରେ ୧୧ ତମ ସ୍ଥାନରେ ରହିଛି।

ନାଗରିକଙ୍କ ମୁଣ୍ଡପିଛା ଆୟ ବୃଦ୍ଧି ଏବଂ ବିକଶିତ ଭାରତର ଲକ୍ଷ୍ୟ ସାଧନ ପାଇଁ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ରାଜ୍ୟ ଏହାର ବିକାଶମୂଳକ ଏବଂ ଅଭିବୃଦ୍ଧି ପ୍ରୟାସକୁ ତ୍ୱରାନ୍ୱିତ କରିବାକୁ ପର୍ତୁଶୃତିବଦ୍ଧ ବୋଲି ସରକାର କହିଛନ୍ତି।

ଅଗ୍ରୀମ ଆକଳନ ଅନୁଯାୟୀ ୨୦୨୩-୨୪ରେ ଓଡ଼ିଶାର ଅଭିବୃଦ୍ଧି ହାର ୮.୫% ରହିବା ଆକଳନ କରାଯାଇଛି। ଏହି ଅଭିବୃଦ୍ଧି ୨୦୨୨-୨୩ ରେ ରାଜ୍ୟର ଅଭିବୃଦ୍ଧି ହାର ଥିଲା ୭.୯ ପ୍ରତିଶତ। ଶିଳ୍ପ ଏବଂ ସେବା କ୍ଷେତ୍ରରେ ଉଚ୍ଚ ଅଭିବୃଦ୍ଧି ଯୋଗୁଁ ଏହା ସମ୍ଭବ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାମୁ ଘର ଆଗରେ ଖେଳୁଥିଲେ ଭୁଷୁଡ଼ିଲା  କାନ୍ଥ:  ଆଖିବୁଜିଲା  କୁନି ଝିଅ, ମା’ ବଡ଼ ଝିଅ…

ତିହିଡି଼,୨୩।୩(ସଞ୍ଜିତ ବଳ): ତିହିଡି଼ ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ କାଶୀପୁର ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି l ଗ୍ରାମର ନାରାୟଣ ବେହେରା…

ଗାଁରେ ପଶି ତାଣ୍ଡବ ରଚିଲା ଦନ୍ତା, ଭାଙ୍ଗିଲା ବାଇକ୍‌-ସାଇକେଲ୍‌

ବୌଦ୍ଧ,୨୩।୩: ବୌଦ୍ଧ ଜିଲା ବୌଦ୍ଧ ବନଖଣ୍ଡ ସୁବଳୟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ…

ବିବାଦୀୟ ସ୍ଥାନରେ ବାସନ୍ତୀ ପୂଜା ବନ୍ଦ:୧୬୩ ଧାରା ଜାରିକଲେ ପ୍ରଶାସନ,ଅଶାନ୍ତ ହେଉଛି…             

ଭୋଗରାଇ, ୩।୪ ( ପ୍ରଦୀପ ଦାସ ): ରାତି ପାହିଲେ ମଧୁ ପାର୍ବଣ । ମା ବାସନ୍ତୀ ଦେବୀଙ୍କ ଷଷ୍ଠୀ  ପୂଜା । ସବୁଠି ମାଙ୍କ ଆରାଧନା…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଫୁଲବାଣୀ,୨୩।୩ (ରାକେଶ କୁମାର ରାଉତ): ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା…

୨୮ ଯାଏ ଝଡ଼ବର୍ଷା: ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୩ା୩ (ବନ୍ଦନା ସେଠୀ):ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଲାଗି ରହିଥିବା ଝଡ଼ବର୍ଷାର ପ୍ରଭାବ କମିଥିଲେ ହେଁ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା…

ରେଳ ଲାଇନ ପାର୍ ହେଉଥିବା ବେଳେ ମହିଳାଙ୍କୁ ପିଟିଦେଲା ଟ୍ରେନ, ତାପରେ…

କୋରାପୁଟ,୨୩।୩ ( ଅମିତାଭ ବେହେରା ): କୋରାପୁଟ ସହରର ଉପକଣ୍ଠରେ ସୋମବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି । ରେଳ ଧକ୍କାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି…

ବିନା ସୂଚନା ଫଳକରେ ବୁର୍ଡା-ସିଆଲବାହାଲି ରାସ୍ତା କାମ: ସାଧାରଣରେ ପ୍ରଶ୍ନବାଚୀ

ଲୋଇସିଂହା,୨୩।୩(ସୁଶାନ୍ତ ବାରିକ):ଗତ ୫ବର୍ଷ ପୂର୍ବେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକର ବୁର୍ଡା-୨୬ ନଂ ଜାତୀୟ ରାଜପଥରୁ ସିଆଲବାହାଲି ପର୍ଯ୍ୟନ୍ତ ରାସ୍ତା କାମ କରାଯାଇଥିଲା। ସେତେବେଳେ ନିମ୍ନମାନର କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri