Posted inଜାତୀୟ

ବଦଳିବ ରାଷ୍ଟ୍ରପତି ଭବନର ଦରବାର ହଲ୍‌, ଅଶୋକ ହଲ୍‌ର ନାମ, ରହିବ ଏହି ନାଁ…

ନୂଆଦିଲ୍ଲୀ,୨୫ା୭: ରାଷ୍ଟ୍ରପତି ଭବନର ଦରବାର ହଲ୍‌ ଏବଂ ଅଶୋକ ହଲ୍‌ର ନାମ ପରିବର୍ତ୍ତନ କରାଯାଇଛି। ଦରବାର ହଲ୍‌ ନାଁ ପରିବର୍ତ୍ତନ ହୋଇ ‘ଗଣତନ୍ତ୍ର ମଣ୍ଡପ’ ଏବଂ ଅଶୋକ ହଲ୍‌ ନାଁ ପରିବର୍ତ୍ତନ ହୋଇ ‘ଅଶୋକମଣ୍ଡପ’ ନାମରେ ପରିଚିତ ହେବ। ନାମ ପରିବର୍ତ୍ତନକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖୁସି ବ୍ୟକ୍ତ କରିଛନ୍ତି। ଗୁରୁବାର ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ଏକ ପ୍ରେସ୍‌ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ଏହି ସମୟରେ ଅନେକ ପ୍ରମୁଖ ଅଟ୍ଟାଳିକା ଏବଂ ରାସ୍ତାର ନାମ ମଧ୍ୟ ପରିବର୍ତ୍ତନ କରାଯାଇଛି।

These 9 Lesser Known Facts About The Rashtrapati Bhavan Will Leave You Amazed!

ଏହି ଦରବାର ହଲ୍‌ରେ ରାଷ୍ଟ୍ରୀୟ ପୁରସ୍କାର ପ୍ରଦାନ ସମାରୋହ ପରି ବଡ଼ବଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଦରବାର ଶବ୍ଦ ଭାରତୀୟ ଶାସକ ଏବଂ ବ୍ରିଟିଶମାନଙ୍କର କୋର୍ଟ ଏବଂ ସମାବେଶ ସହିତ ଜଡ଼ିତ, ଯେଉଁଠାରେ ସେମାନେ ସେମାନଙ୍କର କାର୍ଯ୍ୟ ପରିଚାଳନା କରୁଥିଲେ। ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଭାରତ ଏକ ଗଣତନ୍ତ୍ର ହେବା ପରେ ଏହାର ପ୍ରାସଙ୍ଗିକତା ଶେଷ ହେଲା। ପ୍ରାଚୀନ କାଳରୁ ଗଣତନ୍ତ୍ରର ଅବଧାରଣା ଭାରତୀୟ ସମାଜରେ ଗଭୀର ଭାବରେ ଯୋଡ଼ି ହୋଇଛି। ତେଣୁ ଦରବାର ହଲ୍‌ ପାଇଁ ‘ଗଣତନ୍ତ୍ର ମଣ୍ଡପ’ ନାମଟି ଅତ୍ୟନ୍ତ ପ୍ରଯୁଜ୍ୟ ଅଟେ।

President Murmu Attends Opening Amrit Udyan Gardens, 52% OFF

ବିବୃତ୍ତିରେ କୁହାଯାଇଛି ଯେ, ଅଶୋକ ହଲ୍‌ ମୂଳତଃ ଏକ ବଲ ରୁମ୍‌ ଥିଲା। ‘ଅଶୋକା’ ଶବ୍ଦର ଅର୍ଥ ହେଉଛି ଯିଏ ‘ସମସ୍ତ ଦୁଃଖରୁ ମୁକ୍ତ’ କିମ୍ବା ‘କୌଣସି ଦୁଃଖରୁ ବଞ୍ଚିତ’। ଆହୁରି ମଧ୍ୟ ‘ଅଶୋକ’ ସମ୍ରାଟ ଅଶୋକଙ୍କୁ ବୁଝାଏ। ଯିଏ ଏକତା ଏବଂ ଶାନ୍ତିପୂର୍ଣ୍ଣ ସହଭାଗୀତାର ପ୍ରତୀକ। ରିପବ୍ଲିକ ଅଫ୍‌ ଇଣ୍ଡିଆର ଜାତୀୟ ପ୍ରତୀକ ହେଉଛି ସାରନାଥରୁ ଅଶୋକାଙ୍କ ସିଂହ ମୁଣ୍ଡ। ଏହି ଶବ୍ଦ ଅଶୋକା ବୃକ୍ଷକୁ ମଧ୍ୟ ବୁଝାଏ। ଯାହାର ଭାରତୀୟ ଧାର୍ମିକ ପରମ୍ପରା ତଥା କଳା ଏବଂ ସଂସ୍କୃତିରେ ଗଭୀର ମହତ୍ତ୍ୱ ରହିଛି। ’ଅଶୋକା ହଲ୍‌’ର ନାମକୁ’ ଅଶୋକ ମଣ୍ଡପ’ରେ ପରିବର୍ତ୍ତନ କରିବା ଭାଷାରେ ସମାନତା ଆଣିବ ଏବଂ ଇଂରାଜୀକରଣ ଚିହ୍ନ ଦୂର କରିବ। ‘ଅଶୋକ’ ଶବ୍ଦ ସହିତ ଜଡ଼ିତ ମୂଳ ମୂଲ୍ୟ ମଧ୍ୟ ବଜାୟ ରଖିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?