Posted inଫୁରସତ

୯ ହରିବୋଲ

ଲୀଲାମୟ
ଦାରୁଦିଅଁ। ସେ ଦିଅଁ ଯେପରି ତାଙ୍କ ଲୀଳା ବି ସେପରି। ଭାଇ ଭଉଣୀଙ୍କୁ ସାଥୀରେ ଧରି ସେ ଭିଆନ୍ତି ଜଗତମଙ୍ଗଳ ଲୀଳା। କାଳିଆ ଠାକୁରଙ୍କ ଏହି ଲୀଳା ସହ ଯୋଡ଼ିହୋଇ ରହିଛି ହରିବୋଲ ପରମ୍ପରା…

ସମଗ୍ର ଭାରତବର୍ଷରେ ଦେବ ଓ ଦେବୀମାନଙ୍କ ପାଇଁ ଯେତେ ପ୍ରକାରର ରଥ ନିର୍ମାଣ ହୋଇଆସୁଛି, ସେସବୁ ମଧ୍ୟରେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରାର ରଥ ନିର୍ମାଣ ଅତ୍ୟନ୍ତ ରହସ୍ୟମୟ। ବହୁ ପ୍ରାଚୀନକାଳରୁ ଶିଳ୍ପୀଶାସ୍ତ୍ର ଅନୁଯାୟୀ ଏହା ନିର୍ମିତ ହେଉଅଛି। ରଥଖଳାରେ ରଥ ନିର୍ମାଣ ହୁଏ ମହାପ୍ରଭୁଙ୍କ ଆଜ୍ଞାମାଳ (ଆଦେଶ) ପାଇବା ପରେ। ପୂର୍ବେ ବର୍ତ୍ତମାନ ପରି ପ୍ରଶାସନିକ ବ୍ୟବସ୍ଥା ନ ଥିଲା। ଥିଲା ରାଜ ପ୍ରଶାସନ। ସେତେବେଳେ ମଧ୍ୟ ରଥ ନିର୍ମାଣ ହେଉଥିଲା। ନିର୍ମାଣ ସହିତ ଜଡ଼ିତ ସେବକମାନଙ୍କୁ ନେଇ ସାତୋଟି ନିଯୋଗ ରହିଥିଲା। ସେମାନଙ୍କୁ କୁହାଯାଉଥିଲା- ସପ୍ତ ରଥକାର।
ସପ୍ତ-ରଥକାର ପରମ୍ପରାରେ ଥିଲେ ୩୬ ପ୍ରକାର ସେବକ। କାଳକ୍ରମେ ଏହି ସେବା ମଧ୍ୟରୁ କେତେକ ଲୋପ ହୋଇଯାଇଛି। କିଛି ସେବା ବନ୍ଦ ହୋଇଗଲେ ମଧ୍ୟ ରଥ ନିର୍ମାଣ ଓ ଯାତ୍ରା ସମ୍ପାଦନ ପାଇଁ ଆହୁରି ଅଧିକ ସେବକଙ୍କୁ ଏହି କାର୍ଯ୍ୟ ସହିତ ସାମିଲ କରାଯାଇଥିଲା। ଐତିହ୍ୟରୁ ଜଣାପଡ଼େ ୬୪ ପ୍ରକାର ସେବକ ରଥ ନିର୍ମାଣ ସହିତ ସମ୍ପୃକ୍ତ ଥିଲେ।
ଏମାନଙ୍କର କାର୍ଯ୍ୟ ଦୋଳପୂର୍ଣ୍ଣିମାଠାରୁ ଆରମ୍ଭ ହେଉଥିଲା। ଶେଷ ହେଉଥିଲା ରଥଭଙ୍ଗା ହେବା ପରେ। ବିଧି ଏବେ ବି ଅଛି। କିଛି ସେବା ସଙ୍କୁଚିତ ହୋଇଯାଇଛି। ସରକାରୀ ସ୍ତରରେ ଅନେକ କାର୍ଯ୍ୟ ହେବାରୁ ଆପେ ଆପେ ସେବା ଅଣଆଡ଼ିଆ ହୋଇଯାଇଛି। ପୁରୀର ହୁଳହୁଳିଆ ପାଟକୁ କାଠପଟାଳି ନଈରେ ଆସୁନି। ତେଣୁ କାଠଗଡ଼ା ଦିଅଁ ସେବା ବନ୍ଦ ହୋଇଛି। ସେହିପରି ଗଜନାୟକ ସେବା। ହାତୀ ଶୁଣ୍ଢରେ ନଈରୁ କାଠଗଡ଼ ଉଠାଇବା କାର୍ଯ୍ୟ କରୁଥିଲେ। ଏବେ ଟ୍ରକରେ ବଡ଼ଦାଣ୍ଡରେ ପହଞ୍ଚୁଛି। ସେମିତି ଦିହୁଡ଼ିଆ ସେବା। ବିଜୁଳି ବ୍ୟବସ୍ଥା ପରେ ଏହି ସେବା ଅଲୋଡ଼ା ହୋଇଯାଇଛି। ଏହିପରି ୧୨ଟି ସେବା ବନ୍ଦ ହୋଇସାରିଛି। ମହାରଣା ସେବା, ରୂପକାର ସେବା, ଚିତ୍ରକର ସେବା, ଦରଜିସେବା ଓ ରଥ ଭୋଇ ସେବା ପ୍ରଭୃତି ଏବେ ବି ଅଛି।
ଶ୍ରୀମନ୍ଦିରରେ ହରିବୋଲ ପରମ୍ପରା
ଦାରୁଦିଅଁଙ୍କ ଶ୍ରୀମନ୍ଦିରରେ ହରିବୋଲ ପରମ୍ପରା ସମ୍ପର୍କରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ରଥ ନିର୍ମାଣ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏକ ଅଭିନବ ପରମ୍ପରା ପୁରୀରେ ପ୍ରଚଳିତ ଅଛି। ନିର୍ମାଣର କ୍ରମ ଅଛି। କ୍ରମ ଅନୁଯାୟୀ ଗୋଟିକ ପରେ ଗୋଟିଏ କାର୍ଯ୍ୟ ହୋଇଥାଏ। ସୁରୁଖୁରୁରେ ନିର୍ବିଘ୍ନ ଭାବରେ ପ୍ରଥମ କାମ ସରିଲେ ‘ହରିବୋଲ’ ପଡ଼ିଥାଏ। ସ୍ମରଣଯୋଗ୍ୟ ମହାପ୍ରଭୁଙ୍କୁ ‘ହରି’ ଭାବରେ ସମ୍ବୋଧନ କରାଯାଏ। ଶାସ୍ତ୍ରରେ ଏହା ସମର୍ଥିତ। ପ୍ରତ୍ୟେକ ଏକାଦଶୀ ଦିନ ଶ୍ରୀମନ୍ଦିରରେ ଶ୍ରୀନୀଳଚକ୍ର ନିକଟରେ ମହାଦୀପ ଉଠିବା ସମୟରେ ‘ହରିବୋଲ’ ପଡ଼େ। ଚୂନରା ସେବକ ଶ୍ରୀମନ୍ଦିରର ନୀଳଚକ୍ର ଉହାଡ଼ରେ ମହାଦୀପକୁ ଟେକିଦେବା ବେଳେ ଡାକ ଦିଅନ୍ତି-
-ହରି ବୋଲି ବୋଲ ହେ… ହରି ବୋଲି ବୋଲ ହେ …. ହରି ବୋଲି ବୋଲ ହେ … ା
ମହାପ୍ରଭୁ! ଶ୍ରୀ ଶ୍ରୀ ବୀରଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟୋତ୍କଳ ବୀରାଧି-ବୀରବର ଭୂତ ଭୈରବ ସାଧୁ ଶାସନୋତ୍ତୀର୍ଣ୍ଣ ରାଉତରାଜ ଅତୁଳ ବଳ ପରାକ୍ରମ ସଂଗ୍ରାମ ସହସ୍ର ବାହୁ କ୍ଷତ୍ରିୟକୁଳ ଧୂମକେତୁ ମହାରାଜାଧିରାଜ ଦିବ୍ୟସିଂହଦେବ ମହାରାଜାଙ୍କୁ ଶଙ୍ଖେ ପୂରାଇ ଚକ୍ର ଆଢ଼ୁଆଳ କରିବା ପାଇଁ ଆଜ୍ଞା ହେଉ…
ହରି ବୋଲି ବୋଲ ହେ….ହରି ବୋଲି ବୋଲ ହେ … ା
ମହାପ୍ରଭୁ! ସଂସାର ସୁଖୀ ରହୁ…
ନିର୍ମାଣରେ ହରିବୋଲ:
ହରି ବୋଲି ବୋଲ ହେ…, ହରି ବୋଲି ବୋଲ ହେ…, ହରି ବୋଲି ବୋଲ ହେ…, ହରି ବୋଲି ବୋଲ ହେ…
‘ଦାରୁ’ ଶବ୍ଦର ଅର୍ଥ ଦାରଣ କରିବା, ଯିଏ ଦୁଃଖ ଦାରଣ କରନ୍ତି। ହର ଶବ୍ଦର ଅର୍ଥ ହରଣ କରିବା, ଯିଏ ଦୁଃଖ ହରଣ କରନ୍ତି। ‘ହରିବୋଲ’ ଶବ୍ଦ ବହୁ ପ୍ରାଚୀନ କାଳରୁ ଶ୍ରୀଜଗନ୍ନାଥଙ୍କ ଉପାସନା ସହିତ ଜଡ଼ିତ ରହିଛି। ଯେ କୌଣସି ମଙ୍ଗଳ କାର୍ଯ୍ୟର ଆରମ୍ଭ, ମଧ୍ୟାନ୍ତର ଓ ଶେଷରେ ‘ହରିବୋଲ’ ପକାଇବାର ପରମ୍ପରା ରହିଛି। ହରିବୋଲ ପକାଇ ହରିଙ୍କୁ ସ୍ମରଣ କରାଯାଏ। ହରିବୋଲ ଶବ୍ଦ ଉଚ୍ଚାରଣ ମାତ୍ରେ ମନରେ ପବିତ୍ର, ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନା ଭାବ ଜାଗ୍ରତ ହୁଏ। ହରି ଶବ୍ଦ ପ୍ରଭୁଙ୍କୁ ସମର୍ପିତ ହୋଇ ଡକାଯାଏ।
ପ୍ରାଚୀନ କାଳରୁ ରଥ ନିର୍ମାଣ ସହିତ ହରିବୋଲ ପକାଇବାର ପରମ୍ପରା ରହିଛି। ରଥ ନିର୍ମାଣ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନଅ ଥର ହରିବୋଲ ପଡ଼ିଥାଏ। ହରିବୋଲ ପଡ଼ିଲେ ରଥଖଳାରେ ଏକ ଆଧ୍ୟାତ୍ମିକ ବାତାବରଣ ଖେଳିଯାଏ। ସମସ୍ତ ସେବକଙ୍କ ମଧ୍ୟରେ ଉତ୍ସାହର ସହିତ ମହାପୁରୁଙ୍କ ପ୍ରତି ସମର୍ପିତ ଭାବ ସୃଷ୍ଟି ହୋଇଥାଏ।
ପ୍ରଥମ ହରିବୋଲ : ବିଧି ଅନୁଯାୟୀ ବାହାର ଚନ୍ଦନଯାତ୍ରାର ଶେଷଦିନ ଅର୍ଥାତ୍‌ ଭଉଁରି ଦିନ ରଥର ଦୁଇଟି ଲେଖାଏଁ ଚକ ଡେରାଯାଏ। ଅଖ ସହିତ ଚକ ସଂଯୋଗ କରାଯାଏ। ଭୋଇ ସେବକମାନେ ଏହି ଚକଡେରା ନୀତି ସାରିବା ପରେ ତିନି ରଥର ବାଡ଼ ଅନୁଯାୟୀ ଉପସ୍ଥିତ ରହି ହରିବୋଲ ଡାକ ଦିଅନ୍ତି। ଯିଏ ଯେଉଁ ରଥର ସେବକ, ସିଏ ସେଇ ରଥ ପାଖରେ ଥାଇ ଡାକ ଦିଅନ୍ତି।
୨ୟ ହରିବୋଲ: ସବୁ ରଥର ଚକଗୁଡ଼ିକ ଅଖ ସହିତ ସଂଯୋଗ ହୋଇ ଅଲଗା ଅଲଗା ରହିବା ପରେ ‘ଦଣ୍ଡା’ ସଂଯୋଗ ହୁଏ। ପ୍ରଥମେ ଅଖ ଉପରକୁ ପାଞ୍ଚଦଣ୍ଡା ଉଠେ। ତିନି ରଥରେ ପାଞ୍ଚଦଣ୍ଡା ଲେଖାଏ ଉଠିସାରିବା ପରେ କାର୍ଯ୍ୟର ୨ୟ ଚରଣ ନିର୍ବିଘ୍ନରେ ହେଲା ବୋଲି ଗ୍ରହଣ କରାଯାଏ। ପୂର୍ବ ପରି ଭୋଇସେବକମାନେ ଯେଝା ରଥ ପାଖରେ ଉପସ୍ଥିତ ରହି ହରିବୋଲ ଡାକ ଦିଅନ୍ତି।
୩ୟ ହରିବୋଲ: ଦେବସ୍ନାନ ପୂର୍ଣ୍ଣିମା ଦିନ ବିଧି ଅନୁଯାୟୀ ତିନି ରଥର ଚାରି ନାହାକା ଉଠେ। ଦଣ୍ଡା ଉପରେ ଗରଗରା, ଗରଗରା ଉପରେ ଚାରିନାହାକା ଖଞ୍ଜାଯାଏ। ଚାରିନାହାକା ଖଞ୍ଜା ହେବା ପରେ ଆନନ୍ଦର ବାତାବରଣ ଖେଳିଯାଏ। ସାବଧାନ ହୋଇ ଏହି କାର୍ଯ୍ୟ କରିବାକୁ ହୁଏ। କାର୍ଯ୍ୟ ଶେଷ ପରେ ପୂର୍ବ ପରି ଭୋଇ ସେବକଙ୍କ ସମେତ ମହାରଣା ମଧ୍ୟ ହରିବୋଲ ପକାଇ ଶ୍ରୀନୀଳଚକ୍ରକୁ ଚାହିଁ ହାତ ଯୋଡ଼ି ଦିଅନ୍ତି। ସବୁ ତାଙ୍କରି ଇଚ୍ଛା….।
୪ର୍ଥ ହରିବୋଲ: ତିନିରଥରେ ଚାରିନାହାକା ଉଠିବା ପରେ ଭୂଇଁ ସ୍ଥାପନ ବିଧି ଆରମ୍ଭ ହୁଏ। ଏହା ବଡ଼ କଠିନ କାର୍ଯ୍ୟ। ପ୍ରଥମ ଭୂଇଁ ଉଠିବା ପୂର୍ବରୁ ରଥ ନିର୍ମାଣ ପଦ୍ଧତି ଅନୁଯାୟୀ ‘ଛଅକାଠ’ ଉଠିଥାଏ। ଛଅକାଠ ଠିକ୍‌ ଭାବରେ ଉଠିବା ପରେ ରଥର ସମତୁଳନ ବା ସ୍ଥିରତା ନିଶ୍ଚିତ ହୋଇଯାଏ। ରଥ ଗଡ଼ିବା ବେଳେ ଅସ୍ଥିରତା ଦେଖାଯାଏ ନାହିଁ। ତେଣୁ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଟି ସରିବା ପରେ ଶ୍ରୀପତିତପାବନ ବାନାକୁ ଚାହିଁ ସମସ୍ବରରେ ହରିବୋଲ ଡାକ ଦିଆଯାଏ।
୫ମ ହରିବୋଲ: ରଥରେ ଈଷିପଟା ଲାଗିବା ପରେ ତା’ ଉପରେ ଖଞ୍ଜାଯାଏ ବଡ଼ଥାଳି ପୋଟଳ। ଏହାକୁ ରଥଭୋଇ ଉପରକୁ ଉଠାନ୍ତି। ରଥରେ ସେବା କରୁଥିବା ଭୋଇ ତିନି ଭାଗରେ ବିଭକ୍ତ ହୋଇ କାର୍ଯ୍ୟ କରନ୍ତି। ରଥ ଭୋଇ, ଛେକା କାଠିଆ ଭୋଇ ଓ ଯନ୍ତାଭେଣ୍ଡିଆ ଭୋଇ। ହରିବୋଲ ଡାକ ବେଳେ ସମସ୍ତେ ସମସ୍ବରରେ ହାତ ଉପରକୁ କରି ଡାକ ଦିଅନ୍ତି। ବଡ଼ଥାଳି ପୋଟଳ ଉଠିବା ପରେ ହରିବୋଲ ପଡ଼େ।
୬ଷ୍ଠ ହରିବୋଲ: ଗୋଟିଏ ଗୋଟିଏ ରଥର ୧୩ ପରସ୍ତ ପୋଟଳ ଉଠିଥାଏ। ଏହା ଉପରେ ରହେ ଖପୁରି। ଖପୁରି ଉଠାଇବା ବଡ଼ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟ। ଭୋଇ ସେବକ ପ୍ରବଳ ପରିଶ୍ରମ କରି ଖପୁରି ଉଠାଇଥାନ୍ତି। ଖପୁରି ଉଠିବା ପରେ ଆନନ୍ଦିତ ହୋଇ ନିଜ ନିଜ ରଥର ବାଡ଼ ଉପରେ ଠିଆହୋଇ ଶ୍ରୀନୀଳଚକ୍ରକୁ ଚାହିଁ ହରିବୋଲ ପକାଇଥା’ନ୍ତି।
୭ମ ହରିବୋଲ: ପ୍ରତି ରଥରେ ୪ଟି ଲେଖାଏ ଦୁଆର ବେଢ଼ା ଲାଗିଥାଏ। ଦୁଆରବେଢ଼ା କେବଳ ସୌନ୍ଦର୍ଯ୍ୟ ବଢ଼ାଇ ନ ଥାଏ, ପ୍ରାକୃତିକ ପ୍ରକୋପକୁ ପ୍ରତିହତ କରିଥାଏ। ଦୁଆର ବେଢ଼ାକୁ ରଥ ଭୋଇ ଉପରକୁ ଉଠାଇଥା’ନ୍ତି। ସାବଧାନ ହୋଇ ଦୁଆରବେଢ଼ା ଉଠାଇବା ପରେ ରଥ ଉପରେ ରହି ହରିବୋଲ ଡାକ ଦିଅନ୍ତି।
୮ମ ହରିବୋଲ: ରଥ ଉପରେ ଖପୁରି ଲାଗିବା ପରେ ଖପୁରି ଉପରେ କଳସ ସ୍ଥାପନ ହୁଏ। ତାହା ଉପରେ ରହେ ଅଁଳା ଓ ଦଧିନଉତି। କଳସ ସ୍ଥାପନ ହେବାପରେ ଦରକାର ଅନୁଯାୟୀ ହରିବୋଲ ଡକାଯାଏ।
୯ମ ହରିବୋଲ: ପ୍ରତିରଥରେ ସିଂହାସନ ସ୍ଥାପନ ହୁଏ। ସିଂହାସନ ପଛରେ ‘ପ୍ରଭା’ ଖଞ୍ଜାଯାଏ। ମହାପ୍ରଭୁ ଏଇଠି ବସନ୍ତି। ଏହାକୁ ମହାରଣା ସେବକମାନେ ନିର୍ମାଣ କରିସାରିବା ପରେ ରୂପକାର ସେବକ ଏଥିରେ ଖୋଦେଇ କରନ୍ତି। ଚିତ୍ରକର ସେବକ ରଙ୍ଗ ଦେଇଥା’ନ୍ତି। ଏହାପରେ ଭୋଇସେବକ ଏହାକୁ ରଥ ଉପରକୁ ଉଠାନ୍ତି। ରଥ ଉପରକୁ ଉଠିବା ପରେ ଶେଷ ହରିବୋଲ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri