ଏସ୍‌ସିବିରେ ୯ ଇକ୍‌ମୋ ମେଶିନ ଲାଗିବ

ଭୁବନେଶ୍ୱର, ୮।୭(ବ୍ୟୁରୋ): କଟକ ଏସ୍‌ସିବି ମେଡିକାଲ ଓ କଲେଜରେ ୯ଟି ଇକ୍‌ମୋ ମେଶିନ ଲାଗିବ। ଏନେଇ ବୁଧବାର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାକୁ ୯ଟି ଇକ୍‌ମୋ ମେଶିନ୍‌ ଆସିବ। ସବୁଗୁଡ଼ିକ ଏସ୍‌ସିବି ମେଡିକାଲରେ ଲାଗିବ। ଏହି ୯ଟି ଇକ୍‌ମୋ ମେଶିନ୍‌ ମଧ୍ୟରୁ ୬ଟି ରାଜ୍ୟ ସରକାରଙ୍କ ପାଣ୍ଠିରୁ ଆସିବ। ବାକି ୩ଟି ମେଶିନ ସିଏସ୍‌ଆର୍‌ ପାଣ୍ଠିରୁ କିଣାଯିବ। ଇକ୍‌ମୋ ପରିଚାଳନା ପାଇଁ ଆବଶ୍ୟକ ବିଶେଷଜ୍ଞ ଚୟନ ସରିଛି। ସେମାନଙ୍କୁ ପ୍ରଶିକ୍ଷଣ ନେବାକୁ କୋଲକାତା ପଠାଯିବ। ଜୁଲାଇ ୩୧ ସୁଦ୍ଧା ପ୍ରଶିକ୍ଷଣ ସରିବ। ଅଗଷ୍ଟ ୧୫ରୁ ଇକ୍‌ମୋ କାର୍ଯ୍ୟକ୍ଷମ ହେବ ବୋଲି ମହାପାତ୍ର କହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ଇକ୍‌ମୋ ମେଶିନର ଅଭାବ ଯୋଗୁ ବହୁ କରୋନା ଆକ୍ରାନ୍ତ ଚିକିତ୍ସା ସେବାରୁ ବଞ୍ଚତ୍ତ ହୋଇ ବାହାର ରାଜ୍ୟ ଉପରେ ନିର୍ଭର କରୁଛନ୍ତି। ଏହି ଚିକିତ୍ସା ପାଇଁ ବହୁ ଟଙ୍କା ଆବଶ୍ୟକ ଥିବାବେଳେ ବାହାର ରାଜ୍ୟକୁ ଯାଇ ଚିକିତ୍ସା କରାଇବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇପାରୁ ନାହିଁ। ତେଣୁ ଅନ୍ୟମାନଙ୍କ ସହାୟତା ନେଇ ବହୁ ରୋଗୀ ଏବେ ବି ଅନ୍ୟ ରାଜ୍ୟରେ ଚିକିତ୍ସିତ ହେଉଛନ୍ତି। ଏସ୍‌ସିବିରେ ଇକ୍‌ମୋ ମେଶିନ କାର୍ଯ୍ୟକ୍ଷମ ହେଲେ ବହୁ ରୋଗୀ ଉପକୃତ ହେବେ ବୋଲି ଆଶା କରାଯାଉଛି।
ଅନ୍ୟପକ୍ଷରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମହାପାତ୍ର କରୋନା ମୃତ୍ୟୁକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି। ସେ କହିଛନ୍ତି, ଏବେ ଯେଉଁ ମୃତ୍ୟୁ ସଂଖ୍ୟା ଆସୁଛି, ତାହା ବର୍ତ୍ତମାନର ନୁହେଁ। ଆଜି ଆସୁଥିବା ମୃତ୍ୟୁସଂଖ୍ୟା ଗତକାଲିର ଘଟଣା ନୁହେଁ। କୋଭିଡ୍‌ ମୃତ୍ୟୁ ୩ ଥାକିଆ ଅଡିଟ୍‌ କମିଟି ଦ୍ୱାରା ସ୍ଥିର ହୋଇଥାଏ। ସମ୍ପୃକ୍ତ ମେଡିକାଲ, ଜିଲା ଓ ରାଜ୍ୟ କମିଟି ଅଡିଟ୍‌ କରିଥାଏ। ମେ’ ଓ ଜୁନ୍‌ରେ ପ୍ରବଳ କେସ୍‌ ଥିବାରୁ ଡାକ୍ତର ସମୟ ପାଇ ନ ଥିଲେ। ମେ’ ଓ ଜୁନ୍‌ରେ ଘଟିଥିବା ମୃତ୍ୟୁକୁ ସମୀକ୍ଷା କରାଯାଇ ଏବେ ସଂଖ୍ୟା ଆସୁଛି। ଏହି ଅବସରରେ ସେ ରାଜ୍ୟରେ କୋଭିଡ୍‌ ସ୍ଥିତି, ପଜିଟିଭ୍‌ ହାର, ଶଯ୍ୟା କ୍ଷମତା, ଭେଣ୍ଟିଲେଟର, ଆଇସିୟୁର ଉପଲବ୍ଧତା, ସମ୍ଭାବ୍ୟ ତୃତୀୟ ଲହର ନିମନ୍ତେ ପ୍ରସ୍ତୁତି, ଘରକୁ ଘର ବୁଲି ସର୍ବେକ୍ଷଣ ଓ ଟିକାକରଣ ଅଭିଯାନ ଉପରେ ସୂଚନା ଦେଇଥିଲେ। ଜନସାଧାରଣଙ୍କୁ କୋଭିଡ୍‌ ନିୟମାବଳୀର କଠୋର ଅନୁପାଳନ ନିମନ୍ତେ ମହାପାତ୍ର ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପି ସର୍ଖେଲଙ୍କ ବଡ଼ ବୟାନ, କହିଲେ ମୁଁ ଦାମଙ୍କ ପୁଅ

ଭୁବନେଶ୍ବର,୧୪।୧୨: ବାପି ସର୍ଖେଲ ବଡ଼ ବୟାନ ଦେଇଛନ୍ତି। ନିଜକୁ ଦାମଙ୍କ ପୁଅ କହିଲେ ପାରାଦୀପ ଶ୍ରମିକ ନେତା ବାପି ସର୍ଖେଲ । ପାରାଦୀପ, କୁଜଙ୍ଗରେ ଆୟୋଜିତ...

କୋଟଗଡ଼ରେ ହାତୀ ଆତଙ୍କ: ନଷ୍ଟ କଲେ ଫସଲ

ବାଲିଗୁଡ଼ା,୧୪ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ଗତ ଦୁଇଦିନ ଧରି କୋଟଗଡ଼ ବନାଞ୍ଚଳର ଲାସେରୀ...

ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣିଆଣୁଛି ଦାରିଙ୍ଗବାଡ଼ି, ମୌଳିକ ସୁବିଧା ପାଇଁ ନିବେଦନ

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ତା’ର ଆଖପାଖରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ିଠାରୁ ମାତ୍ର ୨୨...

ସବ୍ୟ-ଅର୍ଚ୍ଚିତାଙ୍କ ଘରକୁ ଆସିବେ କୁନି ଅତିଥି, ସୋସିଆଲ ମିିଡିଆରେ ସେୟାର କଲେ ଭିଡ଼ିଓ

ଭୁବନେଶ୍ବର,୧୪।୧୨: ଓଲିଉଡ ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏକ ଖୁସି ଖବର ଦେଇଛନ୍ତି । ଖୁବଶୀଘ୍ର ସେମାନଙ୍କ ଘରକୁ କୁନି...

ଇହୁଦୀ ପର୍ବ ପାଳନ ବେଳେ ବିଚରେ ଫାୟାରିଂ, ୧୦ ମୃତ

ନୂଆଦିଲ୍ଲୀ,୧୪।୧୨: ଆଜି ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚ୍‌ରେ ସ୍ପଷ୍ଟ ଦିବାଲୋକରେ ଗୁଳିମାଡ଼ ଘଟିଛି। ଦୁଇଜଣ ସଶସ୍ତ୍ର ଆକ୍ରମଣକାରୀ ସାଧାରଣ ଲୋକଙ୍କ ଉପରେ ଅତର୍କିତ ଗୁଳିଚାଳନା କରିଥିଲେ।...

ଉଦ୍ଧାର ହାତୀ ଛୁଆ ନନ୍ଦନକାନନ ସ୍ଥାନାନ୍ତର

କେନ୍ଦୁଝର,୧୪।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ରବିବାର ସକାଳେ ଏକ ହାତୀ ଛୁଆ ଉଦ୍ଧାର ହୋଇଛି। ପିସିସିଏଫ (ବନ୍ୟପ୍ରାଣୀ)ଙ୍କ ନିର୍ଦ୍ଦେଶ ଅନୁଯାୟୀ, ଉକ୍ତ ଛୁଆକୁ ବନ ବିଭାଗ...

WWEରୁ ଅବସର ନେଲେ ଜନ୍ ସିନା, ଜାରି ରହିବ ଫିଲ୍ମ କ୍ୟାରିୟର

ନୂଆଦିଲ୍ଲୀ,୧୪।୧୨: ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି WWE ରିଙ୍ଗରେ ରାଜ କରିଥିବା ଜନ୍ ସିନା ଶେଷରେ ତାଙ୍କ କ୍ୟାରିଅରକୁ ବିଦାୟ ଦେଇଛନ୍ତି । ୪୮ବର୍ଷ...

ବଡାଖାନା କାର୍ଯ୍ୟକ୍ରମ: ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପରଷିଲେ ଅଧ୍ୟକ୍ଷ

କେସିଙ୍ଗା,୧୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏଏନସି ପରିସରରେ ବଡାଖାନା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ନୃପରାଜ ଯାଦବ ସଭାପତିତ୍ୱ ଭାବେ ଯୋଗଦେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri