ଆଜି ରାଜଧାନୀରୁ ୯ ନୂଆ ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୧୮

ଭୁବନେଶ୍ୱର,୨ା୧(ବ୍ୟୁରୋ): ରାଜଧାନୀରୁ ଶନିବାର ୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍‌ସି ଟୁଇଟ୍‌ କରି ସୂଚନା ଦେଇଛି। କ୍ୱାରାଣ୍ଟାଇନରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ୭ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧,୬୫୬ରେ ପହଞ୍ଚିଥିବା ବେଳେ ୩୧,୧୭୫ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୨୧୮ ଜଣ ଚିକିତ୍ସିତ ହେଉଛନ୍ତି। ତେବେ ରାଜଧାନୀରୁ କରୋନାରେ ୨୪୨ ଜଣଙ୍କ ମୃତ୍ୟୁ ହୋଇଛି।