ଅଣ୍ଢରା ଡକାୟତି ଘଟଣାରେ ୯ ଗିରଫ

ପଟ୍ଟାମୁଣ୍ଡାଇ,୨୧ା୫(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଧୋୟାଞ୍ଚଳ ଅଣ୍ଢରା ଗାଁରେ ଏପ୍ରିଲ ୩୦ତାରିଖ ସନ୍ଧ୍ୟା ସାଢେ ୭ଟାରେ ଡକାୟତି ମାମଲାରେ ସମ୍ପୃକ୍ତ ୬ ଅଭିଯୁକ୍ତ କରାଯାଇଛି। ଏଥିସହ ଭିନ୍ନ ମାମଲାରେ ସମ୍ପୃକ୍ତ ଥିବା ୩ ଅଭିଯୁକ୍ତଙ୍କ ସମେତ ୯ ଜଣଙ୍କୁ ପୋଲିସ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଏ ନେଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କେନ୍ଦ୍ରାପଡ଼ା ଏସ୍‌ପି ମଡକର ସନ୍ଦିପ ସମ୍ପଦ କହିଛନ୍ତି, ଏପ୍ରିଲ ୩୦ ତାରିଖରେ ଚଉଦକୁଲାଟ ଫାଣ୍ଡି ଅଧୀନ ଅଣ୍ଢରା ଗାଁର ବିଶିଷ୍ଠ ସାମାଜିକ କର୍ମୀ ଡାକ୍ତର ଗଦାଧର ମଲ୍ଲିକଙ୍କ ଘରେ ସନ୍ଧ୍ୟାରେ ସଶସ୍ତ୍ର ଡକାୟତି ହୋଇଥିଲା। ପୋଲିସ ଏହି ମାମଲାର ଛାନଭିନ କରି ଗୁରୁବାର ସନ୍ଧ୍ୟା ସାଢେ ୬ଟାରେ ଅଭିଯୁକ୍ତମାନଙ୍କୁ ପଳସିଂହା ରାସ୍ତା ପାଶର୍‌ବରେ ଚଉଦକୁଲାଟ ପେଟ୍ରୋଲ ପମ୍ପରୁ ଡକାୟତି ପାଇଁ ମସୁଧା ଚଳାଇଥିବା ବେଳେ ପାଟ୍ରୋଲିଂ କରୁଥିବା ପୋଲିସ ଦଳ ହାବୁଡ଼ରେ ପଡିଥିଲେ। ପୋଲିସ ଏହି ଡକାୟତି ଦଳରେ ଥିବା ସଦସ୍ୟମାନଙ୍କୁ ଥାନାକୁ ଧରି ଆଣି ପଚରାଉଚରା କରିବା ପରେ ସମସ୍ତ ଘଟଣା ବିଷୟରେ ଜାଣିବାକୁ ପାଇଥିଲା। ଅଣ୍ଢରା ଡକାୟତି ମାମଲାରେ ସାମିଲ ଥିବା ତରଡିପାଳଗାଁର ଅସୀମ ମହାନ୍ତି ଓରଫ ମୁନା, ନିକିରାଇ ଥାନା ଅନ୍ତର୍ଗତ ମୁଗବାଡି ଗଁାର ଏସ୍‌.କେ. ମୁସ୍ତାକିନ ଓରଫ ବାବୁ, ତ୍ରିଲୋଚନ ମଳିକ ଓରଫ କାଳିଆ, ଆଳି ଥାନା ଅଧୀନ ପତ୍ରପୁର ଗାଁର ସଞ୍ଜୟ କୁମାର ବିଶ୍ୱାଳ ଓରଫ ବାବୁ, ମଙ୍ଗରାଜପୁର ଗାଁର ଲଲାଟେନ୍ଦୁ କେଶରୀ ସାମଲ ଓରଫ ଲକି, ମାର୍ଶାଘାଇ ଥାନା ଅଧୀନ ଜୁଣ ଗାଁର ହୃଷୀକେଶ ମଳିକ ଓରଫ ପପୁନି, ସାଲେପୁର ଥାନା ଅଧୀନ ମନୋରଞ୍ଜନ ରଣା ଓରଫ ତପୁଙ୍କୁ ପୋଲିସ ଗିରଫ କରିଥିଲା। ଏହି ଡକାୟତି ଦଳରେ ସାମିଲ ଥିବା ଆଳି ଥାନା ଅଧୀନ ପ୍ରତ୍ରପୁର ଗାଁର ସୌମ୍ୟ ରଞ୍ଜନ ମଳିକ ଓରଫ ସୋନୁ, ମାର୍ଶାଘାଇ ଥାନା ଅନ୍ତର୍ଗତ ଆଠବାଟିଆ ଗାଁର ମାନସ ବେହେରା, ପଟ୍ଟାମୁଣ୍ଡାଇ ଥାନା ଅଧୀନ ମୂଳବସନ୍ତ ଗାଁର କିରଣ ସେଠୀ ଓରଫ ସିପୁଆ ଫେରାର ହୋଇଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି। ଅଣ୍ଢରା ଡକାୟତି ମାମଲାରେ ତ୍ରିଲୋଚନ ମଳିକ ସମ୍ପୃକ୍ତ ନ ଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟତମ ଅଭିଯୁକ୍ତ ଆଳି ଥାନା ଅଧୀନ ପତ୍ରପୁର ଗଁାର ସୋନୁ ଫେରାର ଥିବା ଏସ୍‌ପି ସୂଚନା ଦେଇଛନ୍ତି। ତେବେ ଅଣ୍ଢରା ଡକାୟତି ମାମଲାରେ ଡକାୟତଙ୍କଠାରୁ ଲୁଟ ସୁନା, ରୁପା ଅଳଙ୍କାର କିଣିଥିବା କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଭାଗବତପୁର ଗାଁର ସର୍ବେଶ୍ୱର ସାହୁ ଓ ଗରାପୁର ଗାଁର ସନ୍ତୋଷ କୁମାର ଜେନାଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କ ନିକଟରୁ ୫.୧ ଗ୍ରାମ ତରଳ ସୁନା,୧୦୦ ଗ୍ରାମ ରୁପା ଅଳଙ୍କାର, ୨ଟି ବାଇକ୍‌, ଛୁରୀ, ଭୁଜାଲି, ଲୁହାରଡ଼, କଟୁରି, ଖେଳଣା ବନ୍ଧୁକ, ୨ହଜାର ଟଙ୍କା ଓ ୪ଟି ମୋବାଇଲ ଫୋନ ଜବତ କରାଯାଇଛି। ତେବେ ଅଣ୍ଢରା ଡକାୟତି ମାମଲାରେ ଲୁଟ୍‌ ହୋଇଥିବା ୪୦ ହଜାର ଟଙ୍କା ଓ ସୁନା ଅଳଙ୍କାର ଅଦ୍ୟାବଧି ଉଦ୍ଧାର ହୋଇପାରିନାହିଁ। ଅଭିଯୁକ୍ତମାନଙ୍କୁ ପଟ୍ଟାମୁଣ୍ଡାଇ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜିର କରାଯାଇଥିଲା। ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ବାରିମୂଳ ଜେଲ ହାଜତକୁ ପଠାଇ ଦିଆଯାଇଛି। ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ହରେଶ ପାଣ୍ଡେ, ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ସନ୍ଧ୍ୟାରାଣୀ ବେଉରିଆ, ଆଇଆଇସି ତପନ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri