ରାଜଧାନୀର ୯ ଅଞ୍ଚଳ କଣ୍ଟେନ୍‌ମେଣ୍ଟ ଜୋନ୍‌

ଭୁବନେଶ୍ୱର,୧୩।୧(ବ୍ୟୁରୋ): ରାଜଧାନୀରେ କରୋନା ସଂକ୍ରମଣ ବଢିି ଚାଲିଛି। ତେବେ ଆଉ ୯ ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । କୋଭିଡ ପଜିଟିଭ୍‌ ବାହାରିବା ପରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଦକ୍ଷିଣ-ପୂର୍ବ ଜୋନ୍‌ର ୫ଟି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ସହିଦନଗର ପ୍ଲଟ ନଂ-୫୩୯, ଝାରପଡା ପ୍ଲଟ ନଂ-ବି-୩, ଲକ୍ଷ୍ମୀସାଗର ପ୍ଲଟ ନଂ-୧୪୭, ପଳାଶପଲ୍ଲୀ ପ୍ଲଟ ନଂ-୧୫୭୭, ଟଙ୍କପାଣି ରୋଡ ପ୍ଲଟ ନଂ- ଲେନ୍‌ -୪କୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । ସେହିପରି ଦକ୍ଷିଣ-ପଶ୍ଚିମ ଜୋନ୍‌ର ଜୟଦେବ ବିହାର ବ୍ୟାଙ୍କ୍‌ ଅଫ ଇଣ୍ଡିଆ ଆଞ୍ଚଳିକ ଅଫିସ, ଜୟଦେବ ବିହାର ପ୍ଲଟ ନଂ-୭୩୭, ସୂର୍ଯ୍ୟନଗର ପ୍ଲଟ ନଂ-୮୬ ଖଣ୍ଡଗିରି ବୃନ୍ଦାବନ ଗାର୍ଡେନ ପ୍ଲଟ ନଂ-୨୨ ବି ମଧ୍ୟ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ଏହି ସବୁ ଅଞ୍ଚଳକୁ ବିଏମ୍‌ସି ପକ୍ଷରୁ ଅତ୍ୟାବଶ୍ୟକୀୟ ଜିନିଷ ଯୋଗାଇ ଦିଆଯିବ।