ରାଜ୍ୟରେ ସାମାନ୍ୟ ଖସିଲା ସଂକ୍ରମଣ, ଆଜି ୮,୮୪୫ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୨।୧(ବ୍ୟୁରୋ): ରାଜ୍ୟରେ ବଢିଚାଲିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮,୮୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୯୨୭ ଜଣ ପିଲା ଅଛନ୍ତି। କ୍ୱାରାଣ୍ଟାଇନ୍‌ରୁ ୫,୧୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩,୭୧୭ ଲୋକାଲ କେସ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।
ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨,୫୨୮ ଥିବା ବେଳେ ଅନୁଗୋଳରୁ ୧୬୦, ବାଲେଶ୍ୱରରୁ ୨୯୦, ବରଗଡ଼ରୁ ୧୪୧, ଭଦ୍ରକରୁ ୧୧୭, ବଲାଙ୍ଗୀରରୁ ୨୩୨, ବୌଦ୍ଧରରୁ ୯୩, କଟକରୁ ୬୨୮, ଦେବଗଡ଼ରୁ ୫୫, ଢେଙ୍କାନାଳରୁ ୧୦୦, ଗଜପତିରୁ ୯୨, ଗଞ୍ଜାମରୁ ୫୩, ଜଗତସିଂହପୁରରୁ ୧୮୦, ଯାଜପୁରରୁ ୨୦୯, ଝାରସୁଗୁଡ଼ାରୁ ୧୪୪, କଳାହାଣ୍ଡିରୁ ୨୩୯, କନ୍ଧମାଳରୁ୧୦୯, କେନ୍ଦ୍ରାପଡ଼ାରୁ ୯୨, କେନ୍ଦୁଝରରୁ ୧୧୦,କୋରାପୁଟରୁ ୨୦୩, ମାଲକାନଗିରିରୁ ୫୦, ମୟୂରଭଞ୍ଜରୁ ୧୫୨, ନବରଙ୍ଗପୁରରୁ ୧୮୭, ନୟାଗଡ଼ରୁ ୧୯୪, ନୂଆପଡ଼ାରୁ ୨୦୫, ପୁରୀରୁ ୧୬୫, ରାୟଗଡ଼ାରୁ ୨୨୧, ସମ୍ବଲପୁରରୁ ୧୮୧, ସୋନପୁରରୁ ୨୦୭, ସୁନ୍ଦରଗଡ଼ରୁ ୧୦୦୧ ଏବଂ ଷ୍ଟେଟ ପୁଲ୍‌ରୁ ୫୦୭ ଜଣ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ଟିଭ କେସ୍‌ ସଂଖ୍ୟା ୮୮୧୫୦ ହୋଇଛି।