ଦେଶର ୮୮ ପ୍ରତିଶତ ବୟସ୍କଙ୍କୁ କରୋନା ଟିକା…

ନୂଆଦିଲ୍ଲୀ, ୨୮।୫ : ଦେଶର ୮୮ ପ୍ରତିଶତ ବୟସ୍କଙ୍କୁ କରୋନା ଟିକା ପ୍ରଦାନ କରାଯାଇଛି। ଏ ସମ୍ପର୍କରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ସୂଚନା ଦେଇଛନ୍ତି। ଟିକା ନେଇଥିବା ବୟସ୍କଙ୍କୁ ଅଭିନନ୍ଦନ ଜଣାଇ କେନ୍ଦ୍ର ମନ୍ତ୍ରୀ ଟୁଇଟ କରିଛନ୍ତି।

କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଶନିବାର ସକାଳ ୭ ଟା ପର୍ଯ୍ୟନ୍ତ ଭାରତର ମୋଟ ଟିକାକରଣ ସଂଖ୍ୟା ୧୯୩.୧୩ କୋଟି ଅତିକ୍ରମ କରିଛି। ମନ୍ତ୍ରଣାଳୟ କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ୪,୪୭,୬୩୭ ଜଣଙ୍କର ନମୁନା ପରୀକ୍ଷା କରାଯାଇଥିଲା। ପରୀକ୍ଷାରେ ମିଳୁଥିବା ରୋଗୀଙ୍କ ସଂଖ୍ୟା ଯୋଡିବା ପରେ, ଭାରତରେ କୋଭିଡ ସକ୍ରିୟ ମାମଲା ସଂଖ୍ୟା ୧୬,୩୦୮କୁ ବୃଦ୍ଧି ପାଇଛି।

Share