ଆଜି ରାଜ୍ୟରେ ୮୮ ପଜିଟିଭ୍‌ ଚିହ୍ନଟ, ସୁନ୍ଦରଗଡ଼ରେ ରେକର୍ଡ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ସୋମବାର ରାଜ୍ୟରୁ ୮୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୬,୨୬୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୫୧ ଜଣ ଚିହ୍ନଟ ହୋଇଥିବା ବେଳେ ୩୭ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୨୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୦ ଏବଂ ପୁରୀରୁ ୯ ଜଣ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର ୪, ବଲାଙ୍ଗୀର ୧, ବୌଦ୍ଧ ୧, କଟକ ୧, ଦେବଗଡ଼ ୧, ଯାଜପୁର ୪, ଝାରସୁଗୁଡ଼ା ୩, କଳାହାଣ୍ଡି ୧, କେନ୍ଦୁଝର ୫, ଖୋର୍ଦ୍ଧା ୩, ମୟୂରଭଞ୍ଜ ୭, ନୟାଗଡ଼ ୧, ନୂଆପଡ଼ା ୨ ଏବଂ ସମ୍ବଲପୁରରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୋଲ୍‌ ସଂଖ୍ୟା ରହିଛି ୧।

ଅନ୍ୟପକ୍ଷରେ ସମ୍ବଲପୁରରୁ ଆଜି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେ ହୃଦ୍‌ଜନିତ ରୋଗରେ ପୀଡ଼ିତ ଥିଲେ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୬, ୨୬୨ରେ ପହଞ୍ଚିଥିବା ବେଳେ ୩,୩୩,୫୫୪ ଜଣ ସୁସ୍ଥ ହୋଇଛନ୍ତି। ୭୪୪ ଜଣ ଚିକିତ୍ସିତ ହେଉଛନ୍ତି।