ଚିହ୍ନଟ ହେଲେ ଆଉ ୮୭୦ ଆକ୍ରାନ୍ତ: ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୪।୮(ବ୍ୟୁରୋ): ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୭୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୫୭ଜଣଙ୍କ ବୟସ ୦-୧୮ ମଧ୍ୟରେ ଥିବା ବେଳେ କ୍ୱାରାଣ୍ଟାଇନ୍‌ରୁ ୫୦୯ ଏବଂ ୩୬୧ ଲୋକାଲ କେସ୍‌ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୬,୪୭୩କୁ ବୃଦ୍ଧି ପାଇଛି।

ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୨୨୦ଜଣ ଥିବା ବେଳେ ବାଲେଶ୍ୱରରୁ ୧୦, ବରଗଡ଼ରୁ ୩୬, ଭଦ୍ରକରୁ ୮, ବଲାଙ୍ଗୀରରୁ ୪୫, ବେଦ୍ଧରୁ ୬, କଟକରୁ ୨୦, ଦେବଗଡ଼ରୁ ୮, ଢ଼େଙ୍କାନାଳରୁ ୨, ଗଜପତିରୁ ୬, ଗଞ୍ଜାମରୁ ୧, ଜଗତସିଂହପୁରରୁ ୫,ଯାଜପୁରରୁ ୧୬, ଝାରସୁଗୁଡ଼ାରୁ ୨୩, କଳାହାଣ୍ଡିରୁ ୬୩, କନ୍ଧମାଳରୁ ୮, କେନ୍ଦ୍ରାପଡ଼ାରୁ୬, କେନ୍ଦୁଝରରୁ ୫, ଖୋର୍ଦ୍ଧାରୁ ୧୪୦,କୋରାପୁଟରୁ ୬, ମୟୂରଭଞ୍ଜରୁ ୫୯, ନବରଙ୍ଗପୁରରୁ ୧୨, ନୟାଗଡ଼ରୁ ୨୧, ନୂଆପଡ଼ାରୁ ୧୨,ପୁରୀରୁ ୨, ରାୟଗଡ଼ାରୁ ୧୪, ସମ୍ବଲପୁରରୁ ୭୨, ସୋନପୁରରୁ ୧୭ ଏବଂ ଷ୍ଟେଟ୍‌ ପୁଲରୁ ୨୭ ଆକ୍ରାନ୍ତ ରହିଛନ୍ତି।