ଆଜି ରାଜ୍ୟରୁ ୮୭ ପଜିଟିଭ୍‌ ଚିହ୍ନଟ, ୩୩୭୧୯୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୮।୨(ବ୍ୟୁରୋ): ରବିବାର ରାଜ୍ୟରୁ ୮୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୭,୧୯୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୫୩ ଜଣ ଚିହ୍ନଟ ହୋଇଥିବା ବେଳେ ୩୪ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ସମ୍ବଲପୁରରୁ ସର୍ବାଧିକ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୮, କଟକ,ବାଲେଶ୍ୱର ଏବଂ ଝାରସୁଗୁଡ଼ାରୁ ୭ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୋଳରୁ ୪, ବରଗଡ଼ ୪, ବଲାଙ୍ଗୀର ୩, ଦେବଗଡ଼ ୨, ଯାଜପୁର ୬, କଳାହାଣ୍ଡି ୧, କନ୍ଧମାଳ ୧, ମୟୂରଭଞ୍ଜ ୫, ନବରଙ୍ଗପୁର ୧, ନୂଆପଡ଼ା ୧, ପୁରୀ ୬, ରାୟଗଡ଼ା ୩ ଏବଂ ସୁନ୍ଦରଗଡ଼ରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ପୁରୀରୁ ଜଣେ ୭୨ ବର୍ଷୀୟା ବୃଦ୍ଧାଙ୍କ କରୋନାରେ ମୃତ୍ୟୁ ଘଟିଛି। ସେ ଡାଇବେଟିସ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୭,୧୯୧ରେ ପହଞ୍ଚିଥିବା ବେଳେ ୩,୩୪,୫୧୯ ଜଣ ସୁସ୍ଥ ହୋଇଛନ୍ତି। ୭୦୩ ଜଣ ଚିକିତ୍ସିତ ହେଉଛନ୍ତି।