Posted inଜାତୀୟ

ଦେଶରେ ଦିନକୁ ୮୬ ବଳାତ୍କାର

ନୂଆଦିଲ୍ଲୀ,୧।୯: ଭାରତରେ ୨୦୨୧ରେ ଦୈନିକ ହାରାହାରି ୮୬ ବଳାତ୍କାର ଘଟଣା ଘଟିଥିବାବେଳେ ମହିଳାମାନଙ୍କ ପ୍ରତି ଅପରାଧ ମାମଲା ସଂଖ୍ୟା ଘଣ୍ଟାକୁ ପାଖାପାଖି ୪୯ ରହିଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟରୁ ଜଣାପଡ଼ିଛି। ୨୦୨୧ରେ ଦେଶରେ ମୋଟ ୩୧,୬୭୭ ବଳାତ୍କାର ମାମଲା ରୁଜୁ ହୋଇଛି। ଏହା ପୂର୍ବବର୍ଷ ଅର୍ଥାତ୍‌ ୨୦୨୦ରେ ବଳାତ୍କାର ମାମଲା ସଂଖ୍ୟା ୨୮,୦୪୬ ଥିବାବେଳେ ୨୦୧୯ରେ ୩୨,୦୩୩ ଥିଲା। ବଳାତ୍କାରରେ ରାଜସ୍ଥାନ ଶୀର୍ଷରେ ରହିଛି। ସେଠାରେ ସର୍ବାଧିକ ୬,୩୩୭ ବଳାତ୍କାର ମାମଲା ରୁଜୁ ହୋଇଥିବାବେଳେ ମଧ୍ୟପ୍ରଦେଶରେ ୨,୯୪୭, ମହାରାଷ୍ଟ୍ରରେ ୨,୪୯୬, ଉତ୍ତରପ୍ରଦେଶରେ ୨,୮୪୫ ଏବଂ ଦିଲ୍ଲୀରେ ୧,୨୫୦ ମାମଲା ରୁଜୁ ହୋଇଛି।
ରିପୋର୍ଟ ଅନୁଯାୟୀ ୨୦୨୧ରେ ଭାରତରେ ମୋଟ ୪,୨୮,୨୭୮ଟି ମହିଳା ବିରୋଧୀ ଅପରାଧ ଘଟଣା ଘଟିଛି। ପୂର୍ବ ବର୍ଷରେ ଏଭଳି ଅପରାଧ ସଂଖ୍ୟା ୩,୭୧,୫୦୩ ରହିଥିଲା। ଗତବର୍ଷ ବଳାତ୍କାର କିମ୍ବା ଗଣବଳାତ୍କାର ସହ ହତ୍ୟା ମାମଲା ସଂଖ୍ୟା ୨୮୪ ଥିବାବେଳେ ଏଥିରେ ୨୯୪ ମହିଳାଙ୍କ ଜୀବନ ଯାଇଥିଲା। ଓଡ଼ିଶାରେ ୧୨ ମହିଳାଙ୍କ ପ୍ରତି ବଳାତ୍କାର ଓ ହତ୍ୟା ଅପରାଧ ଘଟିଥିଲା। ସେହିପରି ୨୦୨୧ରେ ଦେଶରେ ଏସିଡ୍‌ ଆକ୍ରମଣ ମାମଲା ସଂଖ୍ୟା ୧୦୨ ଥିବାବେଳେ ପୀଡ଼ିତାଙ୍କ ସଂଖ୍ୟା ୧୦୭ ରହିଛି। ଆମ ରାଜ୍ୟରେ ଏହି ମାମଲା ସଂଖ୍ୟା ୩ ଓ ପୀଡ଼ିତାଙ୍କ ସଂଖ୍ୟା ୩ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଦେଶରେ ମାନବ ଚାଲାଣ ମାମଲା ସଂଖ୍ୟା ଗତବର୍ଷ ୯୧୪ ଥିଲା ଓ ଏଥିରେ ୧,୫୮୦ ଜଣଙ୍କୁ ଚାଲାଣ କରାଯାଇଥିଲା। ଓଡ଼ିଶାରେ ଏହି ସମୟ ମଧ୍ୟରେ ୯୩ ମାମଲାରେ ୯୭ ଜଣ ଚାଲାଣ ହୋଇଥିଲେ। କେବଳ ବଳାତ୍କାର ମାମଲାକୁ ଦେଖିଲେ ଦେଶରେ ଗତବର୍ଷ ୩୧,୬୭୭ ମାମଲାରେ ମୋଟ ୩୧,୮୭୮ ଜଣ ପୀଡ଼ିତା ହୋଇଥିଲେ। ସେହିପରି ଓଡ଼ିଶାରେ ୧,୪୫୬ ବଳାତ୍କାର ମାମଲାରେ ୧,୪୫୬ ମହିଳା ଅପରାଧର ଶିକାର ହୋଇଥିଲେ ବୋଲି ଏନ୍‌ସିଆର୍‌ବି ରିପୋର୍ଟରୁ ଜଣାପଡ଼ିଛି।

 

ଦୈନିକ ୧୧ରୁ ଊର୍ଦ୍ଧ୍ୱ ଅପହରଣ

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟ ଅନୁଯାୟୀ, ଗତବର୍ଷ ଦିନକୁ ୧୧ରୁ ଊର୍ଦ୍ଧ୍ୱ ଅପହରଣ ଘଟଣା ଘଟିଛି। ଅପହରଣ ହାରରେ ଦିଲ୍ଲୀ ସର୍ବାଗ୍ରେ ରହିଛି। ୨୦୨୧ରେ ମୋଟ ୧,୦୧,୭୦୭ ଅପହରଣ ମାମଲା ରୁଜୁ ହୋଇଛି, ଯେଉଁଥିରେ ୧,୦୪,୧୪୯ ଜଣ ଅପହରଣର ଶିକାର ହୋଇଥିଲେ। ଏହା ପୂର୍ବବର୍ଷ ତୁଳନାରେ ୧୯.୯ ପ୍ରତିଶତ ଅଧିକ। ୨୦୨୦ରେ ଦେଶରେ ଅପହରଣ ମାମଲା ସଂଖ୍ୟା ୮୪,୮୦୫ ରହିଥିଲା। ୨୦୧୯ରେ ଅପହରଣ ମାମଲା ସଂଖ୍ୟା ୧,୦୫,୦୩୬ ଥିଲା।
୨୦୨୧ରେ ମୋଟ ଅପହୃତଙ୍କ ମଧ୍ୟରୁ ୧୭,୬୦୫ ପୁରୁଷ ହୋଇଥିବାବେଳେ ୮୬,୫୪୩ ମହିଳା ଏବଂ ଜଣେ କିନ୍ନର ଅଛନ୍ତି। ସେହିପରି ମୋଟ ଅପହୃତଙ୍କ ମଧ୍ୟରୁ ୬୯,୦୧୪ ଜଣ ନାବାଳକ ହୋଇଥିବାବେଳେ ୩୫,୧୩୫ ଜଣ ସାବାଳକ। ଅପହରଣରେ ଉତ୍ତରପ୍ରଦେଶ ସର୍ବାଗ୍ରେ ରହିଛି। ସେଠାରେ ଗତବର୍ଷ ୧୪,୫୫୪ ମାମଲାରେ ୧୪,୭୧୪ ଜଣ ଅପହରଣର ଶିକର ହୋଇଛନ୍ତି। ଏହା ପଛକୁ ବିହାର, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗ ରହିଛି। ଦିଲ୍ଲୀରେ ଗତବର୍ଷ ୫,୫୨୭ ମାମଲାରେ ୫,୮୮୮ ଜଣ ଅପହୃତ ହୋଇଛନ୍ତି।
ଓଡ଼ିଶାରେ ଗତବର୍ଷ ୫,୬୨୫ ଅପହରଣ ମାମଲା ଘଟିଛି। ୨୦୨୦ରେ ଏହି ମାମଲା ସଂଖ୍ୟା ୪,୧୭୯ ଥିବାବେଳେ ୨୦୧୯ରେ ୪,୭୪୮ ରହିଥିଲା। ରାଜ୍ୟରେ ୨୦୨୧ରେ ୧୮ ବର୍ଷରୁ କମ୍‌ ୫,୧୯୨ ଅପହରଣ ମାମଲା ଘଟିଛି। ସେଥିରୁ ୪୦୭ ପୁଅ ହୋଇଥିବାବେଳେ ୪,୭୮୫ ଜଣ ହେଉଛନ୍ତି ଝିଅ। ସେହିପରି ୧୮ ବର୍ଷରୁ ଊର୍ଦ୍ଧ୍ୱ ମୋଟ ୪୩୮ ଜଣ ଅପହରଣର ଶିକାର ହୋଇଛନ୍ତି। ସେଥିରେ ପୁରୁଷ ୪୫ ଜଣ ହୋଇଥିବାବେଳ ମହିଳାଙ୍କ ସଂଖ୍ୟା ୩୯୩ ରହିଛି। ମୋଟ ଅପହୃତଙ୍କ ମଧ୍ୟରୁ ୫,୪୨୧ ଜଣଙ୍କୁ ଊଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ପୁରୁଷ ୪୩୫ ହୋଇଥିବାବେଳେ ମହିଳାଙ୍କ ସଂଖ୍ୟା ୪,୯୮୬ ବୋଲି ଏନ୍‌ସିଆର୍‌ବି ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଜେବି କଲେଜ ହଷ୍ଟେଲ ଭାତ, ତରକାରିରୁ ବାହାରୁଛି ପୋକ, ମାଛି, ତେଲଗୁଣି

ଭୁବନେଶ୍ୱର,୨୯ା୧୨(ସୁଚିସ୍ମିତା ସାହୁ):ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ରାଜଧାନୀର ସର୍ବପୁରାତନ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ଦିଆଯାଉଛି ନିମ୍ନମାନର ଖାଦ୍ୟ ଦିଆଯାଉଛି। କେତେବେଳେ ଭାତରୁ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ପାରାଦୀପରେ ରାସାୟନିକ ଗ୍ୟାସ୍‌ର ପ୍ରଭାବ: ଅନେକ ଅସୁସ୍ଥ

ପାରାଦୀପ,୨୯ା୧୨(ଶରତ ରାଉତ):ପାରାଦୀପର ଅଧିକାଂଶ ଅଞ୍ଚଳରେ ରବିବାର ସାରେ ରାସାୟନିକ ଗ୍ୟାସ ଦୁର୍ଗନ୍ଧ ହୋଇଛି। ଫଳରେ ସ୍ଥାନୀୟ ଲୋକେ ଅଣନିଃଶ୍ୱାସୀ ହେବା ସହ ମୁହଁରେ ମାସ୍କ କିମ୍ବା...

ରାଜ୍ୟରେ ବଢ଼ିଚାଲିଛି ପ୍ରଦୂଷଣ ମାତ୍ରା, ଲୋକେ ଅଣନିଃଶ୍ୱାସୀ

ଭୁବନେଶ୍ୱର,୨୯ା୧୨(ରବିନାରାୟଣ ଜେନା): ରାଜ୍ୟରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ନେଇ ଜନସାଧାରଣ ଏବେ ବହୁବିଧ ସମସ୍ୟାରେ ପଡ଼ିଲେଣି। କେଉଁଠି ଯକ୍ଷ୍ମା ଭଳି ରୋଗ...

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri