ଆଜି ରାଜ୍ୟରୁ ୮୬ ପଜିଟିଭ୍‌ ଚିହ୍ନଟ, ସମ୍ବଲପୁରରୁ ସର୍ବାଧିକ

ଭୁବନେଶ୍ୱର,୧।୩(ବ୍ୟୁରୋ): ସୋମବାର ରାଜ୍ୟରୁ ୮୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୭,୨୭୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୫୦ ଜଣ ଚିହ୍ନଟ ହୋଇଥିବା ବେଳେ ୩୬ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ସମ୍ବଲପୁରରୁ ସର୍ବାଧିକ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁରୀରୁ ୧୨, କଟକରୁ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୧, ବାଲେଶ୍ୱର ୭, ବରଗଡ଼ ୧, ବଲାଙ୍ଗୀର ୩, ଦେବଗଡ଼ ୩, ଯାଜପୁର ୪, ଝାରସୁଗୁଡ଼ା ୭, କେନ୍ଦୁଝର ୧, ଖୋର୍ଦ୍ଧା ୫, ମୟୂରଭଞ୍ଜ ୮, ନୂଆପଡ଼ା ୧, ସୋନପୁର ୧ ଏବଂ ସୁନ୍ଦରଗଡ଼ରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୭,୨୭୭ରେ ପହଞ୍ଚିଥିବା ବେଳେ ୩,୩୪,୫୭୧ ଜଣ ସୁସ୍ଥ ହୋଇଛନ୍ତି। ୭୩୭ ଜଣ ଚିକିିତ୍ସିତ ହେଉଛନ୍ତି।