ଆଜି ରାଜ୍ୟରେ ୧୦୦୦ ତଳେ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧୪ା୨(ବ୍ୟୁରୋ): ସୋମବାର ରାଜ୍ୟରୁ ୮୫୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୭୮,୧୨୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୫୦୩ ଜଣ ଚିହ୍ନଟ ହୋଇଥିବା ବେଳେ ୩୫୬ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୧୭୨ ଜଣ ଶିଶୁ ବି ଅଛନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୦୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କୋରାପୁଟରୁ ୭୧ ଏବଂ କଟକରୁ ୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୪୫, ବାଲେଶ୍ୱର ୨୧, ବରଗଡ଼ ୨୧, ଭଦ୍ରକ ୧୨, ବଲାଙ୍ଗୀର ୯, ବୌଦ୍ଧ ୨୦, ଦେବଗଡ଼ ୯, ଢେଙ୍କାନାଳ ୯, ଗଜପତି ୩୯, ଗଞ୍ଜାମ ୧୮, ଜଗତସିଂହପୁର ୧୫, ଯାଜପୁର ୪୫, ଝାରସୁଗୁଡ଼ା ୨୪, କଳାହାଣ୍ଡି ୧୦, କନ୍ଧମାଳ ୮, କେନ୍ଦ୍ରାପଡ଼ା ୨୫, କେନ୍ଦୁଝର ୧୬, ମାଲକାନଗିରି ୧୨, ମୟୂରଭଞ୍ଜ ୩୪, ନବରଙ୍ଗପୁର ୧୧, ନୟାଗଡ଼ ୧୯, ନୂଆପଡ଼ା ୧୩, ପୁରୀ ୧୬, ରାୟଗଡ଼ା ୨୯, ସମ୍ବଲପୁର ୩୫, ସୋନପୁରରୁ ୧୮ ଏବଂ ସୁନ୍ଦରଗଡ଼ରୁ ୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୨୩।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୭୮,୧୨୧ରେ ପହଞ୍ଚିଥିବା ବେଳେ ୧୨,୫୭,୮୪୦ ଜଣ ସୁସ୍ଥ ହୋଇଛନ୍ତି। ୧୧,୩୨୪ ଜଣ ଚିକିିତ୍ସିତ ହେଉଛନ୍ତି।