Posted inଜାତୀୟ

୮୫% ଜିଲା ଜଳବାୟୁ ପରିବର୍ତ୍ତନ ଜନିତ ଭୀଷଣ ପାଗର ସମ୍ମୁଖୀନ

ନୂଆଦିଲ୍ଲୀ,୬ା୯: ଭାରତର ୮୫ ପ୍ରତିଶତରୁ ଊର୍ଦ୍ଧ୍ୱ ଜିଲା ଜଳବାୟୁ ପରିବର୍ତ୍ତନ ଜନିତ ଭୀଷଣ ଭାଗ ଯଥା ବନ୍ୟା, ବାତ୍ୟା, ଅନାବୃଷ୍ଟି ଆଦିର ସମ୍ମୁଖୀନ ହୋଇଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ଆଇପିଇ ଗ୍ଲୋବାଲ ଏବଂ ଏସ୍ରି ଇଣ୍ଡିଆ ପକ୍ଷରୁ ହୋଇଥିବା ଏହି ଅଧ୍ୟୟନ ଅନୁଯାୟୀ, ୪୫ ପ୍ରତିଶତ ଜିଲାରେ ଧାରା ବଦଳୁଥିବା ଦେଖାଯାଇଛି। ଯେଉଁ ଜିଲାଗୁଡ଼ିକ ପାରମ୍ପରିକ ଭାବେ ବନ୍ୟାପ୍ରବଣ ଥିଲା, ତାହା ଏବେ ମରୁଡ଼ି ପ୍ରବଣ ହୋଇଥିବାବେଳେ ମରୁଡ଼ି ପ୍ରବଣ ଜିଲା ବନ୍ୟାପ୍ରବଣ ଅଞ୍ଚଳରେ ପରିଣତ ହୋଇଛି।

୫ ଦଶନ୍ଧିର ତଥ୍ୟ ଅନୁଶୀଳନରୁ ଏହି ପରିବର୍ତ୍ତନ ଦେଖିତ୍ବାକୁ ମିଳିଛି। ସ୍ପାଟିକାଲ ଏବଂ ଟେମ୍ପରାଲ ମଡେଲିଂ ବ୍ୟବହାର କରାଯାଇ ୧୯୭୩ରୁ ୨୦୨୩ ମଧ୍ୟରେ ପାଣିପାଗର ଅନୁଧ୍ୟାନ କରାଯାଇଥିଲା। କେବଳ ଗତ ୧୦ ବର୍ଷ ମଧ୍ୟରେ ଭୀଷଣ ପାଗ ୫ ଗୁଣ ବୃଦ୍ଧି ହୋଇଛି। ପ୍ରବଳ ବନ୍ୟା ୪ ଗୁଣ ବଢ଼ିଛି। ପୂର୍ବ ଭାରତର ଜିଲାଗୁଡ଼ିକ ଅତ୍ୟଧିକ ବନ୍ୟା ପ୍ରବଣ ହୋଇଥିବାବେଳେ ଏହା ପଛକୁ ଉତ୍ତରପୂର୍ବାଞ୍ଚଳ ଏବଂ ଦକ୍ଷିଣାଞ୍ଚଳ ରହିଛି। ଅଧ୍ୟୟନ ଅନୁଯାୟୀ ଦେଶରେ ଅନାବୃଷ୍ଟି ୨ ଗୁଣ ଏବଂ ବାତ୍ୟା ୪ ଗୁଣ ବଢ଼ିଛି।

ଓଡ଼ିଶା, ବିହାର, ଆନ୍ଧ୍ରପ୍ରଦେଶ, ଗୁଜରାଟ, ରାଜସ୍ଥାନ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଏବଂ ଆସାମର ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ଜିଲା ଏକାଧିକ ଭୀଷଣ ଜଳବାୟୀ ପରିବର୍ତ୍ତନ ଜନିତ ପାଗର ସମ୍ମୁଖୀନ ହୋଇଛନ୍ତି। ଆଇପିଇ ଗ୍ଲୋବାଲର ଜଳବାୟୁ ପରିବର୍ତ୍ତନ ଓ ପରିବେଶ ବିକାଶ ଦିଗରେ ନିଆଯାଉଥିବା ପଦକ୍ଷେପ ବିଭାଗର ମୁଖ୍ୟ ଅବିନାଶ ମହାନ୍ତି କହିଛନ୍ତି, ଜଳବାୟୁ ପରିବର୍ତ୍ତନର ବର୍ତ୍ତମାନର ଧାରା ଯୋଗୁ ପ୍ରତି ୧୦ରୁ ୯ ଜଣ ଭାରତୀୟ ପ୍ରଭାବିତ ହୋଇଛନ୍ତି। ଗତ ଶତାବ୍ଦୀରେ ତାପମାତ୍ରା ୦.୬ ଡିିଗ୍ରୀ ବୃଦ୍ଧି ଯୋଗୁ ପାଣିପାଗ ବଦଳିଛି।

ନିକଟରେ ଲଗାଣ ବର୍ଷା ଯୋଗୁ କେରଳରେ ପ୍ରଳୟଙ୍କର ଭୂସ୍ଖଳନ, ଗୁଜରାଟ ବନ୍ୟା, ଓମ୍‌ ପର୍ବତର ତୁଷାର ଉଭେଇଯିବା, ପ୍ରବଳ ବର୍ଷା ଯୋଗୁ ସହରଗୁଡ଼ିକରେ ଜୀବନଯାତ୍ରା ହଠାତ୍‌ ଅଚଳ ହୋଇପଡ଼ିବା ଜଳବାୟୁ ପରିବର୍ତ୍ତନର ଉଦାହରଣ। ୨୦୩୬ ସୁଦ୍ଧା ୧୪୭ କୋଟି ଭାରତୀୟ ଜଳବାୟୁ ପରିବର୍ତ୍ତନ ଜନିତ ଭୀଷର ଭାଗର ସମ୍ମୁଖୀନ ହେବେ ବୋଲି ଅବିନାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri