Posted inଜାତୀୟ

୮୫% ଜିଲା ଜଳବାୟୁ ପରିବର୍ତ୍ତନ ଜନିତ ଭୀଷଣ ପାଗର ସମ୍ମୁଖୀନ

ନୂଆଦିଲ୍ଲୀ,୬ା୯: ଭାରତର ୮୫ ପ୍ରତିଶତରୁ ଊର୍ଦ୍ଧ୍ୱ ଜିଲା ଜଳବାୟୁ ପରିବର୍ତ୍ତନ ଜନିତ ଭୀଷଣ ଭାଗ ଯଥା ବନ୍ୟା, ବାତ୍ୟା, ଅନାବୃଷ୍ଟି ଆଦିର ସମ୍ମୁଖୀନ ହୋଇଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ଆଇପିଇ ଗ୍ଲୋବାଲ ଏବଂ ଏସ୍ରି ଇଣ୍ଡିଆ ପକ୍ଷରୁ ହୋଇଥିବା ଏହି ଅଧ୍ୟୟନ ଅନୁଯାୟୀ, ୪୫ ପ୍ରତିଶତ ଜିଲାରେ ଧାରା ବଦଳୁଥିବା ଦେଖାଯାଇଛି। ଯେଉଁ ଜିଲାଗୁଡ଼ିକ ପାରମ୍ପରିକ ଭାବେ ବନ୍ୟାପ୍ରବଣ ଥିଲା, ତାହା ଏବେ ମରୁଡ଼ି ପ୍ରବଣ ହୋଇଥିବାବେଳେ ମରୁଡ଼ି ପ୍ରବଣ ଜିଲା ବନ୍ୟାପ୍ରବଣ ଅଞ୍ଚଳରେ ପରିଣତ ହୋଇଛି।

୫ ଦଶନ୍ଧିର ତଥ୍ୟ ଅନୁଶୀଳନରୁ ଏହି ପରିବର୍ତ୍ତନ ଦେଖିତ୍ବାକୁ ମିଳିଛି। ସ୍ପାଟିକାଲ ଏବଂ ଟେମ୍ପରାଲ ମଡେଲିଂ ବ୍ୟବହାର କରାଯାଇ ୧୯୭୩ରୁ ୨୦୨୩ ମଧ୍ୟରେ ପାଣିପାଗର ଅନୁଧ୍ୟାନ କରାଯାଇଥିଲା। କେବଳ ଗତ ୧୦ ବର୍ଷ ମଧ୍ୟରେ ଭୀଷଣ ପାଗ ୫ ଗୁଣ ବୃଦ୍ଧି ହୋଇଛି। ପ୍ରବଳ ବନ୍ୟା ୪ ଗୁଣ ବଢ଼ିଛି। ପୂର୍ବ ଭାରତର ଜିଲାଗୁଡ଼ିକ ଅତ୍ୟଧିକ ବନ୍ୟା ପ୍ରବଣ ହୋଇଥିବାବେଳେ ଏହା ପଛକୁ ଉତ୍ତରପୂର୍ବାଞ୍ଚଳ ଏବଂ ଦକ୍ଷିଣାଞ୍ଚଳ ରହିଛି। ଅଧ୍ୟୟନ ଅନୁଯାୟୀ ଦେଶରେ ଅନାବୃଷ୍ଟି ୨ ଗୁଣ ଏବଂ ବାତ୍ୟା ୪ ଗୁଣ ବଢ଼ିଛି।

ଓଡ଼ିଶା, ବିହାର, ଆନ୍ଧ୍ରପ୍ରଦେଶ, ଗୁଜରାଟ, ରାଜସ୍ଥାନ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଏବଂ ଆସାମର ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ଜିଲା ଏକାଧିକ ଭୀଷଣ ଜଳବାୟୀ ପରିବର୍ତ୍ତନ ଜନିତ ପାଗର ସମ୍ମୁଖୀନ ହୋଇଛନ୍ତି। ଆଇପିଇ ଗ୍ଲୋବାଲର ଜଳବାୟୁ ପରିବର୍ତ୍ତନ ଓ ପରିବେଶ ବିକାଶ ଦିଗରେ ନିଆଯାଉଥିବା ପଦକ୍ଷେପ ବିଭାଗର ମୁଖ୍ୟ ଅବିନାଶ ମହାନ୍ତି କହିଛନ୍ତି, ଜଳବାୟୁ ପରିବର୍ତ୍ତନର ବର୍ତ୍ତମାନର ଧାରା ଯୋଗୁ ପ୍ରତି ୧୦ରୁ ୯ ଜଣ ଭାରତୀୟ ପ୍ରଭାବିତ ହୋଇଛନ୍ତି। ଗତ ଶତାବ୍ଦୀରେ ତାପମାତ୍ରା ୦.୬ ଡିିଗ୍ରୀ ବୃଦ୍ଧି ଯୋଗୁ ପାଣିପାଗ ବଦଳିଛି।

ନିକଟରେ ଲଗାଣ ବର୍ଷା ଯୋଗୁ କେରଳରେ ପ୍ରଳୟଙ୍କର ଭୂସ୍ଖଳନ, ଗୁଜରାଟ ବନ୍ୟା, ଓମ୍‌ ପର୍ବତର ତୁଷାର ଉଭେଇଯିବା, ପ୍ରବଳ ବର୍ଷା ଯୋଗୁ ସହରଗୁଡ଼ିକରେ ଜୀବନଯାତ୍ରା ହଠାତ୍‌ ଅଚଳ ହୋଇପଡ଼ିବା ଜଳବାୟୁ ପରିବର୍ତ୍ତନର ଉଦାହରଣ। ୨୦୩୬ ସୁଦ୍ଧା ୧୪୭ କୋଟି ଭାରତୀୟ ଜଳବାୟୁ ପରିବର୍ତ୍ତନ ଜନିତ ଭୀଷର ଭାଗର ସମ୍ମୁଖୀନ ହେବେ ବୋଲି ଅବିନାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?