କମୁଛି ସଂକ୍ରମଣ: ଆଜି ରାଜ୍ୟରୁ ୮୩୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୫ା୮(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୮୩୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୭,୩୦୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୪୮୮ ଜଣ ଚିହ୍ନଟ ହୋଇଥିବା ବେଳେ ୩୪୮ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୧୬୯ ଜଣ ଶିଶୁ ବି ଅଛନ୍ତି।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୨୪୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୧୭ ଏବଂ ସମ୍ବଲପୁରରୁ ୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୨, ବାଲେଶ୍ୱର ୯, ବରଗଡ଼ ୩୦, ଭଦ୍ରକ ୪, ବଲାଙ୍ଗୀର ୩୨, ବୌଦ୍ଧ ୧୦, କଟକ ୨୦, ଦେବଗଡ଼ ୬, ଢେଙ୍କାନାଳ ୨, ଗଜପତି ୬, ଗଞ୍ଜାମ ୨, ଜଗତସିଂହପୁର ୪, ଯାଜପୁର ୧୪, ଝାରସୁଗୁଡ଼ା ୧୬, କଳାହାଣ୍ଡି ୨୫, କନ୍ଧମାଳ ୧୬, କେନ୍ଦ୍ରାପଡ଼ା ୭, କେନ୍ଦୁଝର ୮, କୋରାପୁଟ ୧୭, ମୟୂରଭଞ୍ଜ ୫୫, ନବରଙ୍ଗପୁର ୩୩, ନୟାଗଡ଼ ୧୯, ନୂଆପଡ଼ା ୨୧, ପୁରୀ ୭, ରାୟଗଡ଼ାରୁ ୯ ଏବଂ ସୋନପୁରରୁ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୨୭।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୭,୩୦୯ରେ ପହଞ୍ଚିଥିବା ବେଳେ ୧୩,୦୧,୯୩୦ ଜଣ ସୁସ୍ଥ ହୋଇଛନ୍ତି। ୬୧୮୧ ଜଣ ଚିକିିତ୍ସିତ ହେଉଛନ୍ତି।