୭ ଦିନରେ ୩ କୋଟିର ସାମଗ୍ରୀ ଜବତ, ୮୩୨ ଗିରଫ

ଭୁବନେଶ୍ୱର,୭।୨(ବ୍ୟୁରୋ): ଶୃଙ୍ଖଳିତ ନିର୍ବାଚନ ପାଇଁ ରାଜ୍ୟ ଅବକାରୀ ବିଭାଗର ନିର୍ଦ୍ଦେଶକ୍ରମେ ଜିଲାସ୍ତରରେ ଚଢ଼ାଉ ଓ ଧରପଗଡ଼ ଅଭିଯାନକୁ ଜୋର୍‌ଦାର କରାଯାଇଛି। ଫଳରେ ୭ଦିନ ମଧ୍ୟରେ ୩କୋଟି ଟଙ୍କାର ଅବକାରୀ ସାମଗ୍ରୀ ଜବତ ହୋଇଛି। ଏଥିସହିତ ୧,୦୫୦ ମାମଲା ରୁଜୁ କରାଯାଇ ୮୩୨ଜଣଙ୍କୁ ଗିରଫ କରାଯାଇଛି।
ବିଭାଗର ମିଳିଥିବା ସୂଚନାନୁସାରେ, ଏହି ସମୟରେ ୨୭,୨୬୬ ଲିଟର କାରଖାନା ପ୍ରସ୍ତୁତ ଦେଶୀ ମଦ, ୩,୩୩,୦୦୬ ଲିଟର ଦେଶୀ ମଦ ପ୍ରସ୍ତୁତି ସାମଗ୍ରୀ, ୬୦୪ କିଲୋ ଗଞ୍ଜେଇ, ୩୩୪ ଲିଟର ନକଲି ବିଦେଶୀ ମଦ, ୨୭ଲିଟର ଟିକସ ଫାଙ୍କି ବିଦେଶୀ ମଦ, ୧୦୦ ଲିଟର ସ୍ପିରିଟ୍‌, ୧୩୩ ଲିଟର ଜିଞ୍ଜର, ୯୭,୨୦୦ଟି ନକଲି ହୋଲୋଗ୍ରାମ, ବିଭିନ୍ନ କମ୍ପାନୀର ୧୨ହଜାର ନକଲି ଲେବୁଲ୍‌, ୨ଲକ୍ଷ ଠିପି ଜବତ ହୋଇଛି। ଏଥିସହିତ ୩୮ଟି ଦୁଇ ଓ ଚାରିଚକିଆ ଯାନ ବି ଜବତ କରାଯାଇଛି। ଏହି ସମସ୍ତ ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ ୩ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଇଛି।
ରବିବାର କଟକ ଅବକାରୀ ଟିମ୍‌ ନୟାଗଡ଼ ଜିଲାର ରଣପୁର ଥାନା ଅଞ୍ଚଳରେ ଚଢ଼ାଉ କରି ୩୫୦ ବୋତଲ ନକଲି ମଦ ସହ ୧୫୦ ଲିଟର ସ୍ପିରିଟ୍‌, ୩୦ ଲିଟର ନକଲି ବିଦେଶୀ ମଦ ଓ ୧୦୦୦ଟି ଖାଲି ମଦ ବୋତଲ ଜବତ କରିଛି। ଏଥିସହିତ ବିଦେଶୀ ମଦ ରମ୍‌, ହ୍ବିସ୍କି ଆଦି ପ୍ରସ୍ତୁତ ପାଇଁ ଆବଶ୍ୟକ ବାସ୍ନାଯୁକ୍ତ ସାମଗ୍ରୀ ଏବଂ ନକଲି ବିଦେଶୀ ମଦ ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ମେଶିନ, ୪୩୨୦ଟି ନକଲି ହୋଲୋଗ୍ରାମ ଓ ୪ହଜାର ଠିପି ଜବତ ହୋଇଛି। ଏହାପୂର୍ବରୁ କଟକ ଓ ଅନୁଗୋଳ ଅବକାରୀ ବିଭାଗ ରାଣୀଗୁଡ଼ାଠାରେ ଚଢ଼ାଉ କରି ୨ଲକ୍ଷ ନକଲି ଠିପି, ୯୬ହଜାର ନକଲି ହୋଲୋଗ୍ରାମ ଓ ୧୨୦୦ଟି ବିଭିନ୍ନ କମ୍ପାନୀର ଲେବୁଲ୍‌ ଜବତ କରିଥିଲା। ଗଜପତି ଅବକାରୀ ବିଭାଗ ୨୪୦ କିଲୋ ଗଞ୍ଜେଇ ସହିତ ଗୋଟିଏ ବୋଲେରୋ ଗାଡି ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୨ଲକ୍ଷ ଟଙ୍କା ଆକଳନ କରାଯାଇଛି। ଗତ ୪ ତାରିଖରେ ମୟୂରଭଞ୍ଜ ଜିଲାରୁ ୧୦୦ ଲିଟର ସ୍ପିରିଟ ଜବତ ହୋଇଥିବାବେଳେ ବ୍ରହ୍ମପୁର ଅବକାରୀ ଅଧିକାରୀମାନେ କେ.ନୂଆଗାଁ ଥାନା ଇଲାକାରୁ ୨୭୨ କିଲୋ ଗଞ୍ଜେଇ ଜବତ କରିଛନ୍ତି। ଏହିସବୁ ସାମଗ୍ରୀର ମୂଲ୍ୟ ୧୩ଲକ୍ଷ ଟଙ୍କାରୁ ଅଧିକ ହେବ। ସେହିଭଳି ବ୍ରହ୍ମପୁର ଅବକାରୀ ଟିମ୍‌ ୯୬୦ ବୋତଲ (ପ୍ରାୟ ୧୭୩) ନକଲି ବିଦେଶୀ ମଦ ଜବତ କରିଛି। ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ୬୫ ଲିଟର ଜିଞ୍ଜର ଓ ବରଗଡ଼ ଅବକାରୀ ବିଭାଗ ମୃତ୍ୟୁ ସଞ୍ଜୀବନୀ ସୁରା ନାମରେ ବିକ୍ରି ହେଉଥିବା ୧୩ଲିଟର ଜିଞ୍ଜର ଜବତ କରିଛି। ରାଜ୍ୟସ୍ତରୀୟ ଫ୍ଲାଇଂ ସ୍କ୍ବାଡ୍‌ ଯାଜପୁର ଜିଲାରୁ ପ୍ରାୟ ୧୦୦ ଲିଟର ନକଲି ବିଦେଶୀ ମଦ ଜବତ କରିବା ସହିତ ଏହାକୁ ପରିବହନ କରୁଥିବା ଗୋଟିଏ ଇକୋସ୍ପୋର୍ଟସ କାର୍‌ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri