୮୩୦ ଲିଟର ଦେଶୀ ରନ୍ଧାମଦ ଜବତ, ୬ ଗିରଫ

ଭଦ୍ରକ ଅଫିସ,୧୪।୫- ଭଦ୍ରକ ଗ୍ରାମାଞ୍ଚଳ ଥାନI ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ନଳାଙ୍ଗଛକ ନିକଟରେ ପୋଲିସ ଟିମ୍‌ ପାଟ୍ରୋଲିଂ କରୁଥିବା ବେଳେ ବିପୁଳ ପରିମାଣର ଦେଶୀ ମଦ ଜବତ କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ସମ୍ପୃକ୍ତ ଅଞ୍ଚଳରେ ମଦ ଚୋରା ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ, ଭଦ୍ରକ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ବଳ ଏବଂ ପୋଲିସ କର୍ମଚାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଅନ୍ୟପକ୍ଷେ ନଳାଙ୍ଗଛକ ନିକଟରେ ପୋଲିସ ଟିମ୍‌ ପାଟ୍ରୋଲିଂ କରୁଥିବା ବେଳେ ଏକ କାର (ଓଆର-୦୨ବିକେ-୦୯୦୭)କୁ ଅଟକାଇ ଯାଞ୍ଚ କରିଥିଲେ। ପୋଲିସ ଅଧିକାରୀମାନେ ୪୦୦ ଲିଟର ଦେଶୀ ରନ୍ଧାମଦ ଜବତ କରିଥିଲେ। ଏପରିକି ପୋଲିସ ଚଢ଼େୟା ଗ୍ରାମରେ ଚଢ଼ାଉ କରି ଏକ ନମ୍ବରବିହୀନ ବାଇକ୍‌ରୁ ୫୦ ଲିଟର ଦେଶୀ ମଦ ଜବତ କରିଥିଲା। ପୋଲିସ ଘଟଣାରେ ସମ୍ପୃକ୍ତ ଗୋପବନ୍ଧୁପୁର ଗ୍ରାମର ନିରାକାର ମଲ୍ଲିକ ଓରଫ କାଳିଆ ଏବଂ ଚଢ଼େୟା ଗ୍ରାମର ତନେଶ୍ୱର ବେହେରା ଓ ରମାକାନ୍ତ ବେହେରାଙ୍କୁ ଗିରଫ କରିଛି।
ସେହିପରି ଭଣ୍ଡାରିପୋଖରୀ ଥାନା ଅଧୀନ ମଞ୍ଜୁରୀ, ରଣଜିତ, କୋର୍କରା ଓ ବଳିଘାଇ ଗ୍ରାମରେ ଚଢ଼ାଉ କରାଯାଇ ୩୮୦ ଲିଟର ଦେଶୀ ରନ୍ଧାମଦ ଜବତ କରିବା ସହିତ କୋର୍କରା ଗ୍ରାମର ନିରଞ୍ଜନ ସାହୁ, ମଞ୍ଜୁରୀ ଗ୍ରାମର ମହେଶ୍ୱର ମଳିକ ଓ ତପନ ମଳିକଙ୍କୁ ଗିରଫ କରାଯାଇଛି। ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଏହି ଚଢ଼ାଉରେ ୮୩୦ ଲିଟର ଦେଶୀ ରନ୍ଧାମଦ ଜବତ କରାଯିବା ସହିତ ୬ଜଜଣଙ୍କୁ ଗିରଫ କରାଯାଇଛି । ଜବତ ଦେଶୀ ମଦ, କାର ଓ ବାଇକ୍‌ର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଊଦ୍ଧର୍‌ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଚଢ଼ାଉରେ ଏଏସ୍‌ଆଇ ପୁରୁଷୋତ୍ତମ ମଲ୍ଲିକ, କନଷ୍ଟେବଳ ରମେଶ ନାୟକ, ଅଜିତ କୁମାର ସିଙ୍କୁ, ଅନବାଦିତ୍ୟ ବାରିକ, ଶିବପ୍ରସାଦ ସାହୁ, ସାରାଣୀ ସେନାପତି, ଜେନାମଣି ଜାମୁଡା ପ୍ରଭୃତି ସାମିଲ ଥିଲେ। ଏନେଇ ଅବକାରୀ ବିଭାଗ ୫ଟି ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri