Posted inଫୁରସତ

୮୩ ବର୍ଷର କନିଆକୁ ୨୮ ବର୍ଷୀୟ ବର; ବିବାହ ପାଇଁ ପୋଲାଣ୍ଡରୁ ପାକିସ୍ତାନ ଆସିଲେ…

ପ୍ରେମ କେବେ, କେଉଁଠାରେ ଏବଂ କାହା ସହିତ ହୋଇଯାଏ ଜଣାପଡେନା। ବେଳେବେଳେ ଲୋକମାନେ ପ୍ରେମରେ ସମସ୍ତ ସୀମା ଅତିକ୍ରମ କରନ୍ତି ଏବଂ ସେମାନଙ୍କର ପ୍ରେମ କାହାଣୀ ସବୁଦିନ ପାଇଁ ’ଅମର’ ହୋଇଯାଏ। ସେହିଭଳି କିଛି ପ୍ରେମ କାହାଣୀ ଏପରି ଅଛି, ଯାହା ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ପାକିସ୍ତାନରୁ ଏପରି ଏକ ପ୍ରେମ କାହାଣୀ ସାମ୍ନାକୁ ଆସିଛି, ଯାହା ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହି ପ୍ରେମକାହାଣୀ ଜଣେ ୮୩ ବର୍ଷ ବୟସ୍କା ମହିଳା ଏବଂ ୨୮ ବର୍ଷର ବାଳକଙ୍କର।

ଆପଣ ନିଶ୍ଚିତ ଭାବରେ ଚଳଚ୍ଚିତ୍ରରେ ଦେଖିଥିବେ ଲୋକମାନେ ପ୍ରେମ ପାଇଁ ସାତ ସମୁଦ୍ର ଅତିକ୍ରମ କରନ୍ତି। କିନ୍ତୁ ଯଦି କେହି ବାସ୍ତବ ଜୀବନରେ ଏହା କରନ୍ତି ତେବେ ଆପଣ କ’ଣ କହିବେ? ଏହା ସ୍ପଷ୍ଟ ଯେ ଲୋକମାନେ କହିବେ ଯେ ବାଃ ପ୍ରେମ ହେବ ତ ଏମିତି। ପୋଲାଣ୍ଡର ୮୩ ବର୍ଷିୟ ବ୍ରୋମା ମଧ୍ୟ ସମାନ କଥା ଘଟିଛି। ସେ ତାଙ୍କ ପ୍ରେମକୁ ପାଇବା ପାଇଁ ପାକିସ୍ତାନରେ ପହଞ୍ଚିଛନ୍ତି। କାରଣ ବ୍ରୋମା ପାକିସ୍ତାନର ବାସିନ୍ଦା ୨୮ ବର୍ଷିୟ ହାଫିଜ ମହମ୍ମଦ ନାଦିମଙ୍କ ପ୍ରେମରେ ପଡିଥିଲେ। ଏକ ସାକ୍ଷାତକାର ସମୟରେ ଉଭୟ କହିଥିଲେ ଯେ ସେମାନେ ପ୍ରାୟ ୬ ବର୍ଷ ପୂର୍ବେ ସୋସିଆଲ ମିଡିଆ ମାଧ୍ୟମରେ ପରସ୍ପରକୁ ଭେଟିଥିଲେ। ଦୁହେଁ ପ୍ରଥମେ ବନ୍ଧୁ ହୋଇଥିଲେ। ଧୀରେ ଧୀରେ ସେମାନଙ୍କର ପ୍ରେମ ବଢ଼ିଥିଲା। ଶେଷରେ ସେମାନେ ବିବାହ କରିବାକୁ ସ୍ଥିର କରିଥିଲେ।

ବୃତ୍ତିରେ ହାଫିଜ ଜଣେ ଅଟୋ ମେକାନିକ୍‌। ସେ ପାକିସ୍ତାନର ହାଫିଜାବାଦର ବାସିନ୍ଦା। ଦୁହେଁ ପୂର୍ବରୁ କେବେ ସାକ୍ଷାତ କରି ନ ଥିଲେ। କଥାବାର୍ତ୍ତା କେବଳ ଫୋନରେ କିମ୍ବା ସୋସିଆଲ ମିଡିଆ ମାଧ୍ୟମରେ ହୋଇଥିଲା। ହାଫିଜଙ୍କ ପରିବାର ତାଙ୍କର ବିବାହ ଅନ୍ୟତ୍ର କରାଇବାକୁ ଚେଷ୍ଟା କରିଥିଲେ। ହେଲେ ସେ କେବଳ ବ୍ରୋମାଙ୍କୁ ବିବାହ କରିବାକୁ ଚାହିଁଥିଲେ। ଏଣୁ ବ୍ରୋମା ପାକିସ୍ତାନକୁ ଆସି ମୁସଲମାନ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ବିବାହ ପରେ ବ୍ରୋମା ମୁସଲମାନ ଧର୍ମ ଗ୍ରହଣ କରିଛନ୍ତି। ଏହି ବିବାହକୁ ନେଇ ପାକିସ୍ତାନରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri