ରାଜ୍ୟରେ ବଢୁଛି କରୋନା: ଆଜି ୮୧୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୮ା୭(ବ୍ୟୁରୋ): ରାଜ୍ୟରୁ ସୋମବାର ୮୧୬ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୯,୯୨୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୪୭୭ ଜଣ ଚିହ୍ନଟ ହୋଇଥିବା ବେଳେ ୩୩୯ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୧୧୮ ଜଣ ଶିଶୁ ବି ଅଛନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୧୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୪୧ ଏବଂ କଟକରୁ ୭୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୭, ବାଲେଶ୍ୱର ୧୩, ବରଗଡ଼ ୭, ଭଦ୍ରକ ୮, ବଲାଙ୍ଗୀର ୧୦, ବୌଦ୍ଧ ୧୧, ଦେବଗଡ଼ ୫, ଢେଙ୍କାନାଳ ୬, ଗଜପତି ୯, ଜଗତସିଂହପୁର ୧୩, ଯାଜପୁର ୨୬, ଝାରସୁଗୁଡ଼ା ୧୩, କଳାହାଣ୍ଡି ୧୨, କନ୍ଧମାଳ ୭, କେନ୍ଦ୍ରାପଡ଼ା ୧୩, କୋରାପୁଟ ୩, ମୟୂରଭଞ୍ଜ ୨୯, ନବରଙ୍ଗପୁର ୭, ନୟାଗଡ଼ ୨୬, ନୂଆପଡ଼ା ୧, ପୁରୀ ୨୦, ରାୟଗଡ଼ରୁ ୬ ଏବଂ ସୋନପୁରରୁ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୪୬।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୯,୯୨୮ରେ ପହଞ୍ଚିଥିବା ବେଳେ ୧୨,୮୪,୮୩୫ ଜଣ ସୁସ୍ଥ ହୋଇଛନ୍ତି। ୫୯୧୧ ଜଣ ଚିକିିତ୍ସିତ ହେଉଛନ୍ତି।