ଚିହ୍ନଟ ହୋଇପାରୁନି ୮୧ ମୃତଦେହ

ଭୁବନେଶ୍ୱର, ୧୦।୬(ବ୍ୟୁରୋ): ବାଲେଶ୍ୱର ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ୨୮୮ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୧୧ଶହରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଇତିମଧ୍ୟରେ ଅଧିକାଂଶ ଆହତ ଚିକିତ୍ସିତ ହୋଇ ଘରକୁ ଫେରିଥିବାବେଳେ ଆଉ କେତେଜଣ ଏବେ ବି ହସ୍ପିଟାଲରେ ଅଛନ୍ତି। ତେବେ ଏପରିସ୍ଥିତିରେ ମୃତକଙ୍କୁ ଚିହ୍ନଟ କରିବା ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଏବେବି ମୃତଦେହ ଚିହ୍ନଟ ଓ ହସ୍ତାନ୍ତର ସରୁନି। ଚିକିତ୍ସ ହୋଇ ଚିକିତ୍ସିତ ହେଉଛନ୍ତି। ମୃତକଙ୍କୁ ଚିହ୍ନଟ ପାଇଁ ବାଲେଶ୍ୱରରୁ ୧୯୩ଟି ମୃତଦେହ ଭୁବନେଶ୍ୱରକୁ ଆସିଥିବାବେଳେ ୧୨୩ଟି ଏମ୍‌ସରେ ରଖାଯାଇଥିଲା। ତେବେ ୬ ତାରିଖରେ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ଥିବା ୩୯ଟି ମୃତଦେହ ଏମ୍‌ସକୁ ସ୍ଥାନାନ୍ତରିତ କରାଯାଇଥିଲା। ଫଳରେ ଏମ୍‌ସକୁ ଆସିଥିବା ମୃତଦେହ ସଂଖ୍ୟା ୧୬୨ରେ ପହଞ୍ଚତ୍ଥିଲା। ଏହାମଧ୍ୟରୁ ୮୧ଟି ମୃତଦେହକୁ ଚିହ୍ନଟ କରାଯାଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ଆଉ ୮୧ଟିର ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଅନ୍ୟପକ୍ଷରେ ମୃତକଙ୍କ ପରିବାର ବର୍ଗ ଓ ସମ୍ପର୍କୀୟମାନେ ମୃତଦେହ ଖୋଜିଖୋଜି ନିରାଶ ହୋଇପଡିଲେଣି। ବାଲେଶ୍ୱରରୁ କଟକ, ଭୁବନେଶ୍ୱର ପର୍ଯ୍ୟନ୍ତ ବିଭିନ୍ନ ହସ୍ପିଟାଲ ବୁଲି ବୁଲି ମୃତଦେହର ସନ୍ଧାନ ପାଉ ନ ଥିବାବେଳେ କେତେକ ପରିବାର ଲୋକେ ସେମାନଙ୍କ ମୃତଦେହ ଅନ୍ୟକେହି ନେଇଯାଇଥିବା ଅଭିଯୋଗ ଆଣୁଛନ୍ତି। ତେବେ ଦୁର୍ଘଟଣାକୁ ୮ଦିନ ପୂରଣ ହୋଇଯାଇଥିବାବେଳେ ମୃତଦେହ ମିଳୁ ନ ଥିବାରୁ ମୃତକଙ୍କ କ୍ରିୟାକର୍ମ କେମିତି କରିବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି।
ଦୁର୍ଘଟଣାରେ ପଶ୍ଚିମବଙ୍ଗର ବିପୁଲ ରାୟ ପ୍ରାଣ ହରାଇଥିଲେ। ଦୁର୍ଘଟଣା ଖବରପାଇ ବାପା ଶିବକାନ୍ତ ରାୟ ପୁଅକୁ ଖୋଜିବାକୁ ଭୁବନେଶ୍ୱର ଧାଇଁ ଆସିଥିଲେ। ୪ଦିନ ହେବ ହାତରେ ପୁଅର ଫଟୋ ଧରି ବିଭିନ୍ନ ହସ୍ପିଟାଲ ଖୋଜିଥିଲେ ମଧ୍ୟ କୌଣସି ସ୍ଥାନରେ ପୁଅର ମୃତଦେହ ମିଳିଲାନାହିଁ। ଶେଷରେ ଜାଣିବାକୁ ପାଇଛନ୍ତି ଯେ, ଗତ ୨ଦିନ ପୂର୍ବରୁ ତାଙ୍କ ପୁଅର ମୃତଦେହକୁ ବିହାରର କେହି ଜଣେ ବ୍ୟକ୍ତି ନେଇ ଯାଇଛନ୍ତି। ସେହିପରି ଆଉଜଣେ ପଶ୍ଚିମବଙ୍ଗର ହୁଗୁଳି ଜିଲାର ୨୨ ବର୍ଷିୟ ମହିଳା ରୂପା ହେମ୍ରମ୍‌। ଦୁର୍ଘଟଣାର ୫ଦିନ ପରଠାରୁ ସ୍ବାମୀ ଗୋପାଳ ହେମ୍ରମ୍‌ଙ୍କୁ ଖୋଜି ପାଉନାହାନ୍ତି। ଭୋକ ଉପାସରେ ଏମ୍‌ସ ପରିସରରେ ଶାଶୁ ଓ ମା’ ସୁରର୍ମିଳା ମାଣ୍ଡିଙ୍କ ସହ ସ୍ବାମୀଙ୍କ ମୃତଦେହ ଅପେକ୍ଷାରେ ଚାହିଁ ବସିଛନ୍ତି। ଖାଲି ପଶ୍ଚିମବଙ୍ଗର ଶିବକାନ୍ତ ରାୟ କିମ୍ବା ରୂପା ହେମ୍ରମ୍‌ ନୁହଁନ୍ତି, ଏପରି ବିଭିନ୍ନ ରାଜ୍ୟରୁ ସମାନ ଅଭିଯୋଗ ଏମ୍‌ସ ହେଲ୍ପଡେକ୍ସ ନିକଟରେ ହେଉଥିବା ଦେଖିବାକୁ ମିଳୁଛି। ଏ ସଂକ୍ରାନ୍ତରେ ଦାୟିତ୍ୱରେ ଥିବା ବିଏମ୍‌ସି ଅତିରିକ୍ତ କମିଶନ୍‌ର ଶୁଭେନ୍ଦୁ ସାହୁ କହିଛନ୍ତି, ଏବେ ବି ୮୧ଟି ମୃତଦେହ ଚିହ୍ନଟ ହୋଇନାହିଁ। ୭୦ଟି ମୃତଦେହ କଣ୍ଟେନର ମଧ୍ୟରେ ଓ ୧୧ଟି ମୃତ ଦେହ ଏମ୍‌ସ ଶବଗୃହରେ ସଂରକ୍ଷିତ ରଖାଯାଇଛି। ଶୁକ୍ରବାର ସୁଦ୍ଧା ୭୦ରୁ ଊର୍ଦ୍ଧ୍ୱ ପରିବାରଙ୍କ ଡିଏନ୍‌ଏ ନମୁନା ସଂଗ୍ରହ କରାଯାଥିବାବେଳେ ପ୍ରଥମ ବ୍ୟାଚ୍‌ରେ ୨୯ଟିକୁ ଟେଷ୍ଟିଂ ନିମନ୍ତେ ଦିଲ୍ଲୀ ପଠାଯାଇଛି। ଖୁବ୍‌ ଶୀଘ୍ର ଦ୍ୱିତୀୟ ବ୍ୟାଚର ଡିଏନ୍‌ଏ ନମୁନା ପଠାଯିବାର ପ୍ରସ୍ତୁତି ଜାରି ରହିଛି। ରିପୋର୍ଟ ଆସିଲେ ପ୍ରକୃତ ମୃତଦେହ ଦାବିଦାରଙ୍କୁ ହସ୍ତାନ୍ତର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri