ଚିହ୍ନଟ ହୋଇପାରୁନି ୮୧ ମୃତଦେହ

ଭୁବନେଶ୍ୱର, ୧୦।୬(ବ୍ୟୁରୋ): ବାଲେଶ୍ୱର ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ୨୮୮ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୧୧ଶହରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଇତିମଧ୍ୟରେ ଅଧିକାଂଶ ଆହତ ଚିକିତ୍ସିତ ହୋଇ ଘରକୁ ଫେରିଥିବାବେଳେ ଆଉ କେତେଜଣ ଏବେ ବି ହସ୍ପିଟାଲରେ ଅଛନ୍ତି। ତେବେ ଏପରିସ୍ଥିତିରେ ମୃତକଙ୍କୁ ଚିହ୍ନଟ କରିବା ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଏବେବି ମୃତଦେହ ଚିହ୍ନଟ ଓ ହସ୍ତାନ୍ତର ସରୁନି। ଚିକିତ୍ସ ହୋଇ ଚିକିତ୍ସିତ ହେଉଛନ୍ତି। ମୃତକଙ୍କୁ ଚିହ୍ନଟ ପାଇଁ ବାଲେଶ୍ୱରରୁ ୧୯୩ଟି ମୃତଦେହ ଭୁବନେଶ୍ୱରକୁ ଆସିଥିବାବେଳେ ୧୨୩ଟି ଏମ୍‌ସରେ ରଖାଯାଇଥିଲା। ତେବେ ୬ ତାରିଖରେ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ଥିବା ୩୯ଟି ମୃତଦେହ ଏମ୍‌ସକୁ ସ୍ଥାନାନ୍ତରିତ କରାଯାଇଥିଲା। ଫଳରେ ଏମ୍‌ସକୁ ଆସିଥିବା ମୃତଦେହ ସଂଖ୍ୟା ୧୬୨ରେ ପହଞ୍ଚତ୍ଥିଲା। ଏହାମଧ୍ୟରୁ ୮୧ଟି ମୃତଦେହକୁ ଚିହ୍ନଟ କରାଯାଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ଆଉ ୮୧ଟିର ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଅନ୍ୟପକ୍ଷରେ ମୃତକଙ୍କ ପରିବାର ବର୍ଗ ଓ ସମ୍ପର୍କୀୟମାନେ ମୃତଦେହ ଖୋଜିଖୋଜି ନିରାଶ ହୋଇପଡିଲେଣି। ବାଲେଶ୍ୱରରୁ କଟକ, ଭୁବନେଶ୍ୱର ପର୍ଯ୍ୟନ୍ତ ବିଭିନ୍ନ ହସ୍ପିଟାଲ ବୁଲି ବୁଲି ମୃତଦେହର ସନ୍ଧାନ ପାଉ ନ ଥିବାବେଳେ କେତେକ ପରିବାର ଲୋକେ ସେମାନଙ୍କ ମୃତଦେହ ଅନ୍ୟକେହି ନେଇଯାଇଥିବା ଅଭିଯୋଗ ଆଣୁଛନ୍ତି। ତେବେ ଦୁର୍ଘଟଣାକୁ ୮ଦିନ ପୂରଣ ହୋଇଯାଇଥିବାବେଳେ ମୃତଦେହ ମିଳୁ ନ ଥିବାରୁ ମୃତକଙ୍କ କ୍ରିୟାକର୍ମ କେମିତି କରିବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି।
ଦୁର୍ଘଟଣାରେ ପଶ୍ଚିମବଙ୍ଗର ବିପୁଲ ରାୟ ପ୍ରାଣ ହରାଇଥିଲେ। ଦୁର୍ଘଟଣା ଖବରପାଇ ବାପା ଶିବକାନ୍ତ ରାୟ ପୁଅକୁ ଖୋଜିବାକୁ ଭୁବନେଶ୍ୱର ଧାଇଁ ଆସିଥିଲେ। ୪ଦିନ ହେବ ହାତରେ ପୁଅର ଫଟୋ ଧରି ବିଭିନ୍ନ ହସ୍ପିଟାଲ ଖୋଜିଥିଲେ ମଧ୍ୟ କୌଣସି ସ୍ଥାନରେ ପୁଅର ମୃତଦେହ ମିଳିଲାନାହିଁ। ଶେଷରେ ଜାଣିବାକୁ ପାଇଛନ୍ତି ଯେ, ଗତ ୨ଦିନ ପୂର୍ବରୁ ତାଙ୍କ ପୁଅର ମୃତଦେହକୁ ବିହାରର କେହି ଜଣେ ବ୍ୟକ୍ତି ନେଇ ଯାଇଛନ୍ତି। ସେହିପରି ଆଉଜଣେ ପଶ୍ଚିମବଙ୍ଗର ହୁଗୁଳି ଜିଲାର ୨୨ ବର୍ଷିୟ ମହିଳା ରୂପା ହେମ୍ରମ୍‌। ଦୁର୍ଘଟଣାର ୫ଦିନ ପରଠାରୁ ସ୍ବାମୀ ଗୋପାଳ ହେମ୍ରମ୍‌ଙ୍କୁ ଖୋଜି ପାଉନାହାନ୍ତି। ଭୋକ ଉପାସରେ ଏମ୍‌ସ ପରିସରରେ ଶାଶୁ ଓ ମା’ ସୁରର୍ମିଳା ମାଣ୍ଡିଙ୍କ ସହ ସ୍ବାମୀଙ୍କ ମୃତଦେହ ଅପେକ୍ଷାରେ ଚାହିଁ ବସିଛନ୍ତି। ଖାଲି ପଶ୍ଚିମବଙ୍ଗର ଶିବକାନ୍ତ ରାୟ କିମ୍ବା ରୂପା ହେମ୍ରମ୍‌ ନୁହଁନ୍ତି, ଏପରି ବିଭିନ୍ନ ରାଜ୍ୟରୁ ସମାନ ଅଭିଯୋଗ ଏମ୍‌ସ ହେଲ୍ପଡେକ୍ସ ନିକଟରେ ହେଉଥିବା ଦେଖିବାକୁ ମିଳୁଛି। ଏ ସଂକ୍ରାନ୍ତରେ ଦାୟିତ୍ୱରେ ଥିବା ବିଏମ୍‌ସି ଅତିରିକ୍ତ କମିଶନ୍‌ର ଶୁଭେନ୍ଦୁ ସାହୁ କହିଛନ୍ତି, ଏବେ ବି ୮୧ଟି ମୃତଦେହ ଚିହ୍ନଟ ହୋଇନାହିଁ। ୭୦ଟି ମୃତଦେହ କଣ୍ଟେନର ମଧ୍ୟରେ ଓ ୧୧ଟି ମୃତ ଦେହ ଏମ୍‌ସ ଶବଗୃହରେ ସଂରକ୍ଷିତ ରଖାଯାଇଛି। ଶୁକ୍ରବାର ସୁଦ୍ଧା ୭୦ରୁ ଊର୍ଦ୍ଧ୍ୱ ପରିବାରଙ୍କ ଡିଏନ୍‌ଏ ନମୁନା ସଂଗ୍ରହ କରାଯାଥିବାବେଳେ ପ୍ରଥମ ବ୍ୟାଚ୍‌ରେ ୨୯ଟିକୁ ଟେଷ୍ଟିଂ ନିମନ୍ତେ ଦିଲ୍ଲୀ ପଠାଯାଇଛି। ଖୁବ୍‌ ଶୀଘ୍ର ଦ୍ୱିତୀୟ ବ୍ୟାଚର ଡିଏନ୍‌ଏ ନମୁନା ପଠାଯିବାର ପ୍ରସ୍ତୁତି ଜାରି ରହିଛି। ରିପୋର୍ଟ ଆସିଲେ ପ୍ରକୃତ ମୃତଦେହ ଦାବିଦାରଙ୍କୁ ହସ୍ତାନ୍ତର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ବଢୁଛି ତାପମାତ୍ରା: ଆସନ୍ତା ୨ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୧୬ା୨(ବନ୍ଦନା ସେଠୀ):ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି। ରାତିରେ ଶୀତ, ଭୋର୍‌ ସମୟରେ କୁହୁଡି ଓ ଦିନରେ ଖରାତାତି ଅନୁଭୂତ ହେଉଛି। ଉତ୍ତର ଉପକୂଳ ଓଡ଼ିଶାର କିଛି…

ପାକିସ୍ତାନର ଗର୍ବ ଭାଙ୍ଗିଲେ ଏହି ୫ ଖେଳାଳି: ସାଜିଲେ ବିଜୟର ହିରୋ

କଲମ୍ବୋ,୧୬।୨: ୨୦୨୬ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଆଉ ଏକ ସ୍ମରଣୀୟ ବିଜୟ ସହିତ ଭାରତ ସୁପର ୮ରେ ପ୍ରାୟ ନିଜର ସ୍ଥାନ ସୁରକ୍ଷିତ କରିଛି। ଏହି…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri