ମାଟ୍ରିକ ପରୀକ୍ଷା ଫଳ: କେନ୍ଦୁଝର ଜିଲାରେ ପାସ ହାର ୭୧.୪୬%

କେନ୍ଦୁଝର, ୨୧ା୫(ସ୍ବ.ପ୍ର.): ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। କେନ୍ଦୁଝର ଜିଲାରେ ପାସ ହାର ୭୧.୪୬% ରହିଥିବା ଜିଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ର କହିଛନ୍ତି। ସମୁଦାୟ ୪୭୩ ଉଚ୍ଚ ବିଦ୍ୟାଳୟର ୨୩୨୪୩ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ। ସେଥିରୁ ୨୨୬୦୭ ପରୀକ୍ଷାର୍ଥୀ ୧୨୩ କେନ୍ଦ୍ରଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ୬୩୬ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ। ୭୩ଜଣ ଅସାଧୁ ଉପାୟ ଅବଲମ୍ବନକରି ଧରାପଡିଥିବାରୁ ସେମାନଙ୍କ ଫଳାଫଳ ଘୋଷଣା କରାଯାଇ ନ ଥିବା ଜଣାପଡିଛି। ସମୁଦାୟ ୨୨୫୩୪ ପରିକ୍ଷାର୍ଥୀଙ୍କ ପରୀକ୍ଷା ଫଳ ଘୋଷଣା ହୋଇଛି। ସେଥିରୁ ଏ-୧ ଗ୍ରେଡ୍‌ରେ ୪୧ ଜଣ, ଏ-୨ରେ ୩୪୨, ବି-୧ରେ ୧୧୪୦, ବି-୨ରେ ୧୮୪୧, ସି ରେ ୨୯୨୦, ଡି ରେ ୪୭୬୯, ଇରେ ୫୦୫୦ ଏବଂ ଏଫ୍‌ ଗ୍ରେଡ୍‌ରେ ୬୪୩୧ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି।  ସମୁଦାୟ କୃତକାର୍ଯ୍ୟ ହୋଇଥିବା ୧୬୧୦୩ ଜଣଙ୍କ ମଧ୍ୟରୁ ଛାତ୍ରଙ୍କ ସଂଖ୍ୟା ୭୫୭୩ ରହିଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା ୮୫୩୦ ଥିବା ଜଣାପଡିଛି।
ସେହିପରି ଏକ୍ସ ରେଗୁଲାରରେ ପାସ ହାର ୩୧.୭୮% ରହିଛି। ସମୁଦାୟ ୨୯୧ଟି ବିଦ୍ୟାଳୟର ୧୧୬୨ ପରୀକ୍ଷାର୍ଥୀ ୧୦୮ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ୪ ଜଣ ଅସାଧୁ ଉପାୟ ଯୋଗୁ ଏମ୍‌ପି ହୋଇଥିବା ବେଳେ ୧୧୫୮ ଜଣଙ୍କ ପରୀକ୍ଷା ଫଳ ଘୋଷଣା ହୋଇଛି। ଏ-୨ ଗ୍ରେଡ୍‌ରେ ୨ଜଣ ରହିଥିବା ବେଳେ ବି-୧ରେ ୪, ବି-୨ରେ ୩, ସିରେ ୭, ଡିରେ ୬୭, ଇରେ ୨୮୧ ଓ ଏଫ୍‌ରେ ୭୯୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି।