Posted inଫୁରସତ

୮୦୦ ବର୍ଷ ତଳେ ପିପିଲିରେ ଓଡ଼ିଆ କାରିଗର ନିର୍ମାଣ କରୁଥିଲେ ଚନ୍ଦ୍ରାଟପ ଚାନ୍ଦୁଆ

ଦ୍ୱାରବନ୍ଧରେ ସର୍ପବନ୍ଧ ସମ୍ପୂର୍ଣ୍ଣ ନିହଣରେ ରୂପ ନେଇଥିଲା। ତଥାପି ଗଙ୍ଗା ମହାପାତ୍ର ଅକ୍ଳାନ୍ତ ପରିଶ୍ରମ ପରେ ଥକି ପଡ଼ି ନ ଥିଲେ। ସର୍ପବନ୍ଧ ସରିବା ପରେ ବଳକା ପଥରରେ ଗଙ୍ଗେଶ୍ୱରୀ ଦେବୀଙ୍କ ମନ୍ଦିରର ସର୍ପବନ୍ଧ ପାଇଁ ବାରଟି ଶଗଡ଼ରେ ପଥର ବୋଝେଇ ହୋଇ କିଲା ବୈୟାଳିଶିବାଟିର ପଥରବୁହା ନଦୀଶଯ୍ୟାକୁ ପଠାଗଲା। ଗଙ୍ଗା ମହାପାତ୍ରଙ୍କ ଆଦେଶରେ ପଥର ଯାଇ ପହଞ୍ଚତ୍ବାବେଳକୁ ଶିବେଇ ସାମନ୍ତରାଙ୍କ ପୁତ୍ର ଧର୍ମପଦ ମହାପାତ୍ର ଗଙ୍ଗେଶ୍ୱରୀ ଦେବୀଙ୍କ ମନ୍ଦିରର ଭିତ୍ତିଭୂମି ମାପଚୁପ କରି କାମ ଆରମ୍ଭ କରାଇ ସାରିଥିଲେ।
ମୁଖ୍ୟ ମନ୍ଦିରର ଅନେକ ନିର୍ମାଣ କାର୍ଯ୍ୟ ଶେଷ ହୋଇଆସୁଥାଏ। ସେପଟେ ପ୍ରତିଷ୍ଠା କାର୍ଯ୍ୟର ପ୍ରସ୍ତୁତି ଚାଲିଥାଏ। ସୂତ୍ରଧରଙ୍କ ଆଦେଶରେ ଏକାଧିକ କମାରଶାଳ ଭାଙ୍ଗିଦିଆଗଲା। ସେମାନେ ପ୍ରାପ୍ୟ ନେଇ ଗାଁକୁ ଗଲେ। ସେପଟେ ଶିଳ୍ପୀମାନଙ୍କ ପାଇଁ ହୋଇଥିବା ଚାରି ଶିବିରରୁ ‘ଦେଉଳି ଶିବିର’ ବନ୍ଦ ହେଲା। ଆବଶ୍ୟକ ଶିଳ୍ପୀ ଅନ୍ୟ ଶିବିରକୁ ସ୍ଥାନାନ୍ତର ହୋଇଥିଲେ। ୧୨୨ ଜଣ ଶିଳ୍ପୀ ସମସ୍ତ ପ୍ରାପ୍ୟ ଓ ପୁରସ୍କାର ନେଇ ଯେଝା ଗାଁକୁୁ ବାହୁଡ଼ିଗଲେ।
ଏଣେ ଗଜପତିଙ୍କ ଆଦେଶରେ ଶ୍ରୀପଦ୍ମକେଶର ମନ୍ଦିରର ସେବକ ଖଞ୍ଜା ଆରମ୍ଭ ହୋଇଥିଲା। ମନ୍ଦିର ପଶ୍ଚିମପଟେ ଛୋଟିଆ  ଗାଁଟିଏ ବସାଗଲା। ନଈ ପାଖାପାଖି ଏହି ଗାଁରେ କେବଳ ଶ୍ରୀସୂର୍ଯ୍ୟଙ୍କର ସେବକ ରହିବେ। ପ୍ରଥମେ ୪୦ଜଣ ଜମି ଗ୍ରହଣ କରିଥିଲେ। ମାଧବ ମିଶ୍ର ଭଟ୍ଟ ଥିଲେ ଦାନାଧ୍ୟକ୍ଷ। ପ୍ରାରମ୍ଭିକ ସ୍ତରରେ ମହାରଣାଙ୍କ କାଠଶାଳରୁ ୩୭୦ ଖଣ୍ଡ କାଠ ଯୋଗାଇ ଦିଆଯାଇଥିଲା। ଆମେ ଏହି ଗାଁକୁ ଠାବ କରିବା ପାଇଁ ପୁରୀ-କୋଣାର୍କ ରାସ୍ତାର ଶ୍ରୀବାଲିକପିଳେଶ୍ୱର ଯାଇଥିବା ରାସ୍ତାରେ ଅନୁସନ୍ଧାନ କରିଥିଲୁ।
ବ୍ରାହ୍ମଣସେବକମାନଙ୍କ ପାଇଁ ଗାଁଟିଏ ବସିବା ପରେ ଉତ୍ସବ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଥାଏ। ନାଲି ଓ ଧଳାଛତା ଶୋଭାଯାତ୍ରା ପାଇଁ ଯୋଗାଡ଼ ହେଲା ପିପିଲିରୁ। ପୋଥିରେ ଲେଖା ଅଛି ‘ପିମ୍ପଲ’ରୁ ସଂଗ୍ରହ ହୋଇଥିଲା। ମନେହୁଏ ସେତେବେଳେ ପିପିଲି ପରିଚିତ ଥିଲା ପିମ୍ପଲ ନାମରେ।
ଆମେ ଜାଣିଛେ- ଜାହାଙ୍ଗୀରଙ୍କ ରାଜତ୍ୱ କାଳରେ ଓଡ଼ିଶା ସୁବାଦାରଙ୍କ ରାଜଧାନୀ ଥିଲା ପିପିଲି। ମୋଗଲ ସୁବାଦାର ଅହମ୍ମଦ ବେଗ୍‌ ପିପିଲିରେ ରହୁଥିଲେ (ଇକ୍‌ବଲ ନାମା-ଇ- ଜାହାଙ୍ଗୀର)। ଅହମ୍ମଦ ବେଗ ରାଜପୁତ୍ର ଖୁରୁମଙ୍କୁ ପ୍ରତିରୋଧ କରି ନ ପାରି ପିିପିଲି ରାଜଧାନୀ ଛାଡ଼ି ପରିବାର ସହିତ କଟକ ପଳାଇ ଯାଇଥିଲେ (ତୁଜୁକ – ଇ – ଜାହାଙ୍ଗୀର)। ଆମେ ଯେଉଁ ପିପିଲି ଦେଖୁଛେ, ତାହା ପ୍ରାଚୀନ ପିପିଲି ନୁହେଁ। ପ୍ରାଚୀନ ପିପିଲିର ଏକମାତ୍ର ଘାସପୂର୍ଣ୍ଣ ଉଚ୍ଚ କୁଦ ଦେଖିବାକୁ ମିଳେ। ଏହା ମକରବା (ପୀର ମକରମ୍‌ ବାବା) ଯୋଗୁ ପ୍ରସିଦ୍ଧ ହୋଇଥିଲା। ମକରମ୍‌ ବାବାଙ୍କ ନାମ ଥିଲା- ମକରମ୍‌ ଅଲ୍ଲି ଶାହା। ଅପଭ୍ରଂଶ ହୋଇ ‘ମକରବା’ ହୋଇଥିଲା। ଏଠାରେ ପୀରଙ୍କ ପଲ୍ଲୀ ବା ଆସ୍ଥାନ ଥିବାରୁ ଏହାର ନାମ ପିମ୍ପଲ ପରିବର୍ତ୍ତିତ ହୋଇ- ପୀରପଲ୍ଲୀ ହୋଇଥିଲା। ପୀରପଲ୍ଲୀ ଶବ୍ଦରୁ ‘ପିପିଲି’ ହୋଇଥିବାର ସମ୍ଭାବନା ହୁଏ।
ଲାଙ୍ଗୁଳା ନରସିଂହଦେବଙ୍କ ଶାସନ କାଳରେ ମଧ୍ୟ କାରୁକାର୍ଯ୍ୟମୟ ଛତା ଓ ଚାନ୍ଦୁଆ କାମ ପାଇଁ ପିମ୍ପଲ ପ୍ରସିଦ୍ଧ ଥିଲା। ସେଠାରୁ ରଙ୍ଗବେରଙ୍ଗର ଛତା ଆସିଲା। ଦୁଇଟି ‘ତରାସ’ ଆସିଥିଲା। ଏହି ‘ତରାସ’ ପ୍ରସ୍ତୁତିରେ ପ୍ରସିଦ୍ଧ ଥିଲେ ବନୁ ମହାରଣା। ପୀରପଲ୍ଲୀ ନାମରେ ପ୍ରସିଦ୍ଧ ହେବାର ୩୦୦ ବର୍ଷ ପୂର୍ବରୁ ଓଡ଼ିଆ ଶିଳ୍ପୀ ଏଠାରେ ଛତା, ଚାନ୍ଦୁଆ ଓ ତରାସ କାର୍ଯ୍ୟ କରି ଭାରତରେ ପ୍ରସିଦ୍ଧ ଥିଲେ। ପିପିଲିର ‘ଚନ୍ଦ୍ରାଟପ ଚାନ୍ଦୁଆ’ ଚାରୋଟି ବନୁ ମହାରଣା କୋଣାର୍କରେ ପହଞ୍ଚାଇଥିଲେ।
ଶୋଭାଯାତ୍ରା ପାଇଁ ଏକ ଗମ୍ଭାରୀକାଠର ପଲଙ୍କ ନିର୍ମାଣ ହୋଇଥିଲା। ପଲଙ୍କଟି ସମ୍ପୂର୍ଣ୍ଣ ‘ପଦ୍ମଯନ୍ତ୍ର’ ସଦୃଶ। ନିର୍ମାଣ କରିଥିଲେ ବାସୁ ମହାରଣା। ପଲଙ୍କଟି ବାହାର ବିଜେବେଳେ ବ୍ୟବହାର ହେବ, ତେଣୁ ଚାରିହାତ ଓସାର ଏବଂ ସାତ ହାତ ଲମ୍ବ ବିଶିଷ୍ଟ ନିର୍ମାଣ ହୋଇଥିଲା। ସ୍ଥାନ ବିଶେଷରେ ବ୍ୟବହାର ହୋଇପାରିବ। ପ୍ରତିଷ୍ଠା ମହୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଗୋଟିକ ପରେ ଗୋଟିଏ ଗତି କରିଚାଲିଥିଲା। ପ୍ରସିଦ୍ଧ ସ୍ଥାନରୁ ଆବଶ୍ୟକ ଜିନିଷ ସଂଗ୍ରହ କରାଯାଉଥିଲା। ଏଣେ ମୁଖଶାଳାର ଭିତରପାଖ ଓ ଅଳସାବାଡ଼ରେ ରଙ୍ଗର ଶେଷ ସ୍ପର୍ଶଦିଆ ଚାଲିଥିଲା। ଚାରିଜଣ ମହିଳା ପାଇଟିଆଳ ଏହି କାର୍ଯ୍ୟ ନିଖୁଣ ଭାବରେ କରିଥିଲେ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ଆଶ୍ଚର୍ଯ୍ୟ ନୁହେଁ ସତ… ଝିଅ ନୁହେଁ ପୁଅଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବା-ସ୍ମାର୍ଟଫୋନ୍ ରଖିବା ନିଷେଧ

ପଶ୍ଚିମ ଉତ୍ତର ପ୍ରଦେଶର ଖାପ୍ ପଞ୍ଚାୟତ ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଶିରୋନାମାରେ ରହିଥାଏ । ସମ୍ପ୍ରତି, ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

୩-୩ ପ୍ରେମିକାଙ୍କ ଖର୍ଚ୍ଚ ଉଠାଉଛି… ଫିଜିଓଥେରାପିଷ୍ଟ ଚୋରଙ୍କ କଥା ଶୁଣି ଘୂରିଲା ପୋଲିସ ମୁଣ୍ଡ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଏସିପି ସୁମିତ ଶୁକ୍ଳା ଏବଂ ଫିଜିଓଥେରାପିଷ୍ଟ ଚୋରଙ୍କ ମଧ୍ୟରେ ହୋଇଥିବା...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri