Posted inଜାତୀୟ

ଯୌନ ଅନୁଗ୍ରହ ପାଇଁ ୮୦୦ କଲ୍‌

ବେଙ୍ଗାଲୁରୁ, ୨୨ା୪:କର୍ନାଟକର ଏକ ଘରୋଇ କଲେଜ ଅଧ୍ୟାପିକାଙ୍କ ପାଖକୁ ଯୌନ ଅନୁଗ୍ରହ ପାଇଁ ୮୦୦ ଫୋନ୍‌ କଲ୍‌ ଆସିଛି। ସମ୍ପୃକ୍ତା ଅଧ୍ୟାପିକାଙ୍କ ସହକର୍ମୀମାନେ ବିଭିନ୍ନ ସହରରେ ଥିବା ବସ୍‌ଷ୍ଟାଣ୍ଡ ଓ ଟଏଲେଟ୍‌ କାନ୍ଥରେ ତାଙ୍କ ମୋବାଇଲ୍‌ ନମ୍ବର ଏବଂ ଇ-ମେଲ୍‌ ଆଇଡି ଲେଖିବା ପରେ କାମୁକ ବ୍ୟକ୍ତିମାନେ ତାଙ୍କୁ କଲ୍‌ କରିଥିବା ପୋଲିସ ଜାଣିବାକୁ ପାଇଛି। ଏହି ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁସାରେ, କର୍ନାଟକର ବନ୍ତଓ୍ବାଲସ୍ଥିତ ଏକ ଘରୋଇ କଲେଜରେ ୫୮ ବର୍ଷୀୟା ମହିଳା ଜଣକ ପାଠ ପଢ଼ାନ୍ତି। ଶିକ୍ଷାଦାନରେ ତାଙ୍କର ୩୧ ବର୍ଷର ଅଭିଜ୍ଞତା ରହିଛି। ସେ ଅନେକ ପୁସ୍ତକ ରଚନା ସହ ଏକାଧିକ ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି। ଉକ୍ତ କଲେଜର କେତେଜଣ କର୍ମଚାରୀ ନିଯୁକ୍ତି ଓ ପ୍ରଶାସନିକ କାର୍ଯ୍ୟରେ ହସ୍ତକ୍ଷେପ କରି ତାଙ୍କୁ ହଇରାଣ କରୁଥିଲେ। ସେମାନଙ୍କ ବଦମାସି ଏତିକିରେ ସୀମିତ ନ ଥିଲା। ଅର୍ଥନୀତି ଅଧ୍ୟାପକ ପ୍ରଦୀପ ପୂଜାରୀ(୩୬), କଲେଜ କରେସ୍‌ପଣ୍ଡେଣ୍ଟ ପ୍ରକାଶ ଶିନୋୟ(୪୪) ଏବଂ ତାରାନାଥ ବିଏସ୍‌ ସେଟ୍ଟୀ(୩୨) ଅଧ୍ୟାପିକାଙ୍କ ଛବି ନଷ୍ଟ କରିବାକୁ ଯାଇ ମହୀଶୂର, ମାଦିକେରି, ଚିକ୍କାମାଗାଲୁରୁ, ମୁଦିଗିରି, ଏନ୍‌ଆର୍‌ ପୁର, ଶିବମୋଗାର ବସ୍‌ଷ୍ଟାଣ୍ଡ ତଥା ଶୌଚାଳୟ କାନ୍ଥଗୁଡ଼ିକରେ ତାଙ୍କ କଣ୍ଟାକ୍ଟ ନମ୍ବର ସହ ମେଲ୍‌ ଆଇଡି ଲେଖିଥିଲେ। ଫୋନ୍‌ ନମ୍ବର ପାଇବା ପରେ ପ୍ରାୟ ୮୦୦ ଅଜଣା ଲୋକ ତାଙ୍କୁ ଫୋନ୍‌ କରି ଶାରୀରିକ ସମ୍ପର୍କ ରଖିବାକୁ କହିଥିଲେ। ଏପରି କି ଅଭିଯୁକ୍ତମାନେ ଗତ ନଭେମ୍ବର, ଡିସେମ୍ବରରେ ମହିଳାଙ୍କ ନିକଟକୁ ହ୍ବାଟ୍ସଆପ୍‌ରେ ଅଶ୍ଳୀଳ ଭାଷା, ଚିତ୍ର ଆଦି ପଠାଇଥିଲେ। ଅଭିଯୋଗ ପରେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri