Posted inଜାତୀୟ

ଚାର୍ଜ ବେଳେ ଇଲେକ୍ଟ୍ରିକ୍‌ ସ୍କୁଟର ବ୍ୟାଟେରି ବିସ୍ଫୋରଣ, ଚାଲିଗଲା ବୃଦ୍ଧଙ୍କ ଜୀବନ

ହାଇଦ୍ରାବାଦ,୨୨।୪: ତେଲଙ୍ଗାନା ନିଜାମାବାଦ ଜିଲାରେ ଏକ ଅଘଟଣ ଘଟିଛି। ଚାର୍ଜରେ ବସିଥିବା ଏକ ଇଲେକ୍ଟ୍ରିକ ସ୍କୁଟର ବ୍ୟାଟେରି ବିସ୍ଫୋରଣ ହେବାରୁ ଜଣେ ୮୦ ବର୍ଷ ବୟସ୍କ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ପରିବାରର ୩ ଜଣ ଆହତ ହୋଇଛନ୍ତି। ଘଟଣାଟି ବୁଧବାର ଭୋରରେ ଘଟିଛି।
ସୂଚନାଯୋଗ୍ୟ, ଘରର ଏକ କୋଠରିରେ ସ୍କୁଟରରେ ଲାଗିଥିବା ବ୍ୟାଟେରିକୁ ଚାର୍ଜ କରାଯାଉଥିଲା। ସେତିକିବେଳେ ବ୍ୟାଟେରି ଫାଟି ସ୍କୁଟରରେ ନିଆଁ ଲାଗିଯାଇଥିଲା। ଫଳରେ ବୃଦ୍ଧଙ୍କ ସହ ପରିବାର ଅନ୍ୟ ୩ଜଣ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ନିଜାମାବାଦ ସହରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ବୃଦ୍ଧଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହାଇଦ୍ରାବାଦର ଏକ ଡାକ୍ତରଖାନାକୁ ନିଆଯାଉଥିଲା। ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି। ମୃତକ ହେଲେ ବି. ରାମସ୍ବାମୀ। ପୁଅ ପ୍ରକାଶ, ସ୍ତ୍ରୀ କମଳାମ୍ମା ଏବଂ ବୋହୂ କୃଷ୍ଣାବେଣୀ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।
ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଠାକରେ ବ୍ରଦର୍ସଙ୍କୁ ଏକାଠି କଲା ବିଏମସି ନିର୍ବାଚନ, ଶିବସେନା, ୟୁବିଟି ଏବଂ ଏମଏନଏସ ଘୋଷଣା କଲା ମେଣ୍ଟ

ମୁମ୍ବାଇ,୨୪।୧୨: ବାଲାସାହେବ ଠାକରେଙ୍କ ଶିବସେନା ମହାରାଷ୍ଟ୍ରରେ ପୁଣି ଥରେ ଶକ୍ତିଶାଳୀ ହେଉଥିବା ଦେଖାଯାଉଛି। ତାଙ୍କ ପୁଅ ଉଦ୍ଧବ ଠାକରେ ଏବଂ ଭଣଜା ରାଜ ଠାକରେ, ଯେଉଁମାନେ...

୨୦ ବର୍ଷ ପରେ ଏକାଠି ହେବେ ବାଲ ଠାକରେ-ଉଦ୍ଧବ ଠାକରେ, କହିଲେ ମହାରାଷ୍ଟ୍ରକୁ ନେଇ ଆମର ଚିନ୍ତାଧାରା ଗୋଟିଏ

ମୁମ୍ବାଇ,୨୪।୧୨: ବୃହନମୁମ୍ବାଇ ନଗର ନିଗମ ନିର୍ବାଚନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ଜୋରଦାର। ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ପାଇଁ ପ୍ରସ୍ତୁତି, ଭୋଟର ସମର୍ଥନ ସଂଗ୍ରହ ପାଇଁ ଦାବି...

କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା

ମୋରଡ଼ା,୨୪ା୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ବ୍ଲକର ମୁଖ୍ୟ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ପ୍ରିୟଙ୍କା ଗାନ୍ଧୀ ହେବେ ପ୍ରଧାନମନ୍ତ୍ରୀ? ଚମକାଇବା ଭଳି ଉତ୍ତର ଦେଲେ ରବର୍ଟ ଭଦ୍ରା, ରାହୁଲଙ୍କୁ ଟାର୍ଗେଟ କରୁଛି ଭାଜପା

ନୂଆଦିଲ୍ଲୀ,୨୪।୧୨: କଂଗ୍ରେସ ଏମପି ଇମ୍ରାନ ମାସୁଦ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରିଥିଲେ। ରବର୍ଟ ଭଦ୍ରା ମଧ୍ୟ ତାଙ୍କ ବକ୍ତବ୍ୟକୁ ସମର୍ଥନ କରିଥିଲେ।...

ଜିଦରେ ଅଟଳ ରହିପାରିଲାନି ବାଂଲାଦେଶ, ଏବେ ଭାରତକୁ କହିଲାଣି…

ଢାକା,୨୪।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆର୍ଥିକ ପରାମର୍ଶଦାତା ସାଲେହୁଦ୍ଦିନ ଅହମ୍ମଦ ମଙ୍ଗଳବାର (ଡିସେମ୍ବର ୨୩, ୨୦୨୫) କହିଛନ୍ତି ଯେ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ନୂଆଦିଲ୍ଲୀ...

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri