Posted inଜାତୀୟ

ଫେସ୍‌ବୁକ୍‌ ଫ୍ରେଣ୍ଡ୍‌ ରିକ୍ୱେଷ୍ଟରୁ ୮୦ ବର୍ଷୀୟଙ୍କୁ ୮.୭ କୋଟି ଠକେଇ

ମୁମ୍ବାଇ, ୯।୮: ମହାରାଷ୍ଟ୍ରର ମୁମ୍ବାଇରେ ଜଣେ ୮୦ ବର୍ଷୀୟ ବ୍ୟକ୍ତି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍‌ରେ ଜଣେ ଅଜଣା ମହିଳାଙ୍କ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ ଗ୍ରହଣ କରି ୨ ବର୍ଷ ମଧ୍ୟରେ ୮.୭ କୋଟି ଟଙ୍କା ଠକେଇର ସମ୍ମୁଖୀନ ହୋଇଛନ୍ତି। ଜଣେ ବ୍ୟକ୍ତି ନିଜକୁ ୪ ଭିନ୍ନ ମହିଳାଙ୍କ ପରିଚୟ ଦେଇ ୭୩୪ ଥର ଅନ୍‌ଲାଇନ ଟଙ୍କା ନେଣଦେଣ ମାଧ୍ୟମରେ ବୃଦ୍ଧ ବ୍ୟକ୍ତିଙ୍କୁ ୮.୭ କୋଟି ଟଙ୍କା ଠକିଛନ୍ତି।
ଗତ ଏପ୍ରିଲ ୨୦୨୩ରେ ଶାର୍‌ଭି ନାମ୍ନୀ ଜଣେ ଅଜଣା ମହିଳାଙ୍କୁ ବୃଦ୍ଧ ବ୍ୟକ୍ତି ଜଣଙ୍କ ଫେସ୍‌ବୁକ୍‌ରେ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ ପଠାଇଥିଲେ। ଶାର୍‌ଭି ପ୍ରଥମେ ବୃଦ୍ଧ ବ୍ୟକ୍ତିଙ୍କ ବନ୍ଧୁତା ନିବେଦନକୁ ଅସ୍ବୀକାର କରିଥିଲେ।
ତେବେ କିଛିଦିନ ପରେ ସେ ବୃଦ୍ଧ ବ୍ୟକ୍ତିଙ୍କୁ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ ପଠାଇଥିଲେ, ଯାହାକୁ ବୃଦ୍ଧ ଜଣକ ଗ୍ରହଣ କରିନେଇଥିଲେ। ଏହାପରେ ଉଭୟେ ପ୍ରଥମେ ଫେସ୍‌ବୁକ ଓ ପରେ ହ୍ବାଟ୍ସଆପ୍‌ରେ ଚାଟିଂ କରିବା ଆରମ୍ଭ କରିଥିଲେ। ସେ ନିଜ ସ୍ବାମୀଙ୍କଠାରୁ ଅଲଗା ହୋଇଯାଇଛନ୍ତି ଏବଂ ନିଜ ପିଲାଙ୍କ ସହ ଏକା ରହୁଥିବା ନେଇ ଶାର୍‌ଭି ବୃଦ୍ଧ ଜଣଙ୍କୁ କହିଥିଲେ। ଧୀରେ ଧୀରେ ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନ ଥିବା କହି ସେ ବୃଦ୍ଧ ବ୍ୟକ୍ତିଙ୍କଠାରୁ ଟଙ୍କା ନେବା ଆରମ୍ଭ କରିଥିଲେ। ଏହାର କିଛିଦିନ ପରେ କବିତା ନାମ୍ନୀ ଜଣେ ମହିଳା ହ୍ବାଟ୍ସଆପ୍‌ରେ ବୃଦ୍ଧ ବ୍ୟକ୍ତିଙ୍କୁ ମେସେଜ୍‌ କରିଥିଲେ। ସେ ଶାର୍‌ଭିଙ୍କୁ ଜାଣିଛନ୍ତି ଏବଂ ତାଙ୍କ ସହ ବନ୍ଧୁତା କରିବାକୁ ଚାହୁଁଛନ୍ତି ବୋଲି କବିତା ବୃଦ୍ଧ ବ୍ୟକ୍ତିଙ୍କୁ କହିଥିଲେ। ବୃଦ୍ଧ ବ୍ୟକ୍ତିଙ୍କ ବିଶ୍ୱାସ ଏବଂ ସ୍ନେହ ଜିତିବା ପାଇଁ କବିତା ତାଙ୍କୁ ଅଶ୍ଳୀଳ ମେସେଜ୍‌ ପଠାଉଥିଲେ। ଶାର୍‌ଭିଙ୍କ ପରି ସେ ମଧ୍ୟ ପିଲାଙ୍କ ଚିକିତ୍ସା ଆଳରେ ବୃଦ୍ଧ ବ୍ୟକ୍ତି ଜଣଙ୍କୁ ଟଙ୍କା ମାଗିବା ଆରମ୍ଭ କରିଦେଇଥିଲେ। ଗତବର୍ଷ ଡିସେମ୍ବରରେ ବୃଦ୍ଧ ବ୍ୟକ୍ତି ଜଣଙ୍କୁ ଦିନାଜ୍‌ ନାମ୍ନୀ ଜଣେ ମହିଳା ମେସେଜ୍‌ କରିଥିଲେ। ସେ ନିଜଙ୍କୁ ଶାର୍‌ଭିଙ୍କ ଭଉଣୀର ପରିଚୟ ଦେଇଥିଲେ। ଶାର୍‌ଭିଙ୍କ ମୃତ୍ୟୁ ହୋଇଯାଇଛି ଏବଂ ମୃତ୍ୟୁ ପୂର୍ବରୁ ସେ ତାଙ୍କ ହସ୍ପିଟାଲ ବିଲ୍‌ ବହନ କରିବେ ବୋଲି ଶାର୍‌ଭୀ କହିଥିବା ନେଇ ଦିନାଜ୍‌ ବୃଦ୍ଧ ବ୍ୟକ୍ତିଙ୍କୁ କହିଥିଲେ। ଦିନାଜ୍‌ ଶାର୍‌ଭି ଏବଂ ବୃଦ୍ଧ ବ୍ୟକ୍ତିଙ୍କ ମଧ୍ୟରେ ହୋଇଥିବା ହ୍ବାଟ୍ସଆପ୍‌ ଚାଟ୍‌ର ସ୍କ୍ରିନ୍‌ସଟ୍‌ ପଠାଇ ଟଙ୍କା ପୈଠ କରିବାକୁ ବୃଦ୍ଧ ବ୍ୟକ୍ତିଙ୍କୁ ଧମକ ଦେଇଥିଲେ। ଯେତେବେଳେ ବୃଦ୍ଧ ଜଣଙ୍କ ଦିନାଜ୍‌ଙ୍କୁ ଟଙ୍କା ଫେରସ୍ତ ମାଗିଲେ, ସେ ଆତ୍ମହତ୍ୟାର ଧମକ ଦେଇଥିଲେ। ଏହାର କିଛିଦିନ ମଧ୍ୟରେ ଯସ୍ମିନ୍‌ ନାମ୍ନୀ ଜଣେ ମହିଳା ବୃଦ୍ଧ ବ୍ୟକ୍ତିଙ୍କୁ ମେସେଜ୍‌ କରିଥିଲେ। ସେ ଦିନାଜ୍‌ଙ୍କ ବାନ୍ଧବୀ ଏବଂ ଅସୁବିଧାରେ ପଡ଼ିଥିବାରୁ ତାଙ୍କୁ ଟଙ୍କା ଆବଶ୍ୟକ ବୋଲି ଯସ୍ମିନ୍‌ କହିଥିଲେ। ବୃଦ୍ଧ ଜଣଙ୍କ ତାଙ୍କୁ ମଧ୍ୟ ଟଙ୍କା ଦେଇଥିଲେ।
ଏପ୍ରିଲରୁ ୨୦୨୫ ଜାନୁଆରୀ ପର୍ଯ୍ୟନ୍ତ ୨୧ ମାସ ମଧ୍ୟରେ ବୃଦ୍ଧ ଜଣଙ୍କ ୭୩୪ ଥର ଅନ୍‌ଲାଇନ ଟଙ୍କା ଦେଣନେଣ ମାଧ୍ୟମରେ ୪ ମହିଳାଙ୍କୁ ସମୁଦାୟ ୮.୭ କୋଟି ଟଙ୍କା ଦେଇଥିଲେ। ନିଜର ସବୁ ସଞ୍ଚୟ ସରିଯିବା ପରେ ସେ ତାଙ୍କ ବୋହୂଙ୍କଠାରୁ ୨ ଲକ୍ଷ ଟଙ୍କା ଋଣ ନେଇ ଯସ୍ମିନ୍‌ଙ୍କୁ ଦେଇଥିଲେ। ତେବେ ଯସ୍ମିନ୍‌ଙ୍କ ଦାବି ବଢ଼ି ଚାଲିଥିଲା। ଫଳରେ ବୃଦ୍ଧ ବ୍ୟକ୍ତି ଜଣଙ୍କ ନିଜ ପୁଅଙ୍କୁ ୫ ଲକ୍ଷ ଟଙ୍କା ମାଗିଥିଲେ। ସନ୍ଦେହ ବଢ଼ିବାରୁ ଘଟଣା ସମ୍ପର୍କରେ ବୃଦ୍ଧ ବ୍ୟକ୍ତିଙ୍କୁ ତାଙ୍କ ପୁଅ ପଚାରିଥିଲେ। ସେ ଏକ ସାଇବର ଠକେଇର ଶିକାର ହୋଇଥିବା ନେଇ ବୃଦ୍ଧ ବ୍ୟକ୍ତିଙ୍କୁ ତାଙ୍କ ପୁଅ କହିଥିଲେ। ନିଜର ସମସ୍ତ ସଞ୍ଚୟ ହରାଇ ସାରିଥିବା ଜାଣି ବୃଦ୍ଧ ବ୍ୟକ୍ତି ଜଣଙ୍କ ଉଦାସରେ ଡିମେନ୍ସିଆ ରୋଗରେ ପୀଡ଼ିତ ହୋଇଥିଲେ ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ ଜୁଲାଇ ୨୨ରେ ବୃଦ୍ଧ ବ୍ୟକ୍ତି ଓ ତାଙ୍କ ପୁଅଙ୍କ ଅଭିଯୋଗ ଆଧାରରେ ମୁମ୍ବାଇ ସାଇବର କ୍ରାଇମ ପୋଲିସ ଏକ ମାମଲା ରୁଜୁ କରିଛି। ଘଟଣାକୁ ନେଇ ସାଇବର କ୍ରାଇମ ପୋଲିସର ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri