Posted inଜାତୀୟ

ଫେସ୍‌ବୁକ୍‌ ଫ୍ରେଣ୍ଡ୍‌ ରିକ୍ୱେଷ୍ଟରୁ ୮୦ ବର୍ଷୀୟଙ୍କୁ ୮.୭ କୋଟି ଠକେଇ

ମୁମ୍ବାଇ, ୯।୮: ମହାରାଷ୍ଟ୍ରର ମୁମ୍ବାଇରେ ଜଣେ ୮୦ ବର୍ଷୀୟ ବ୍ୟକ୍ତି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍‌ରେ ଜଣେ ଅଜଣା ମହିଳାଙ୍କ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ ଗ୍ରହଣ କରି ୨ ବର୍ଷ ମଧ୍ୟରେ ୮.୭ କୋଟି ଟଙ୍କା ଠକେଇର ସମ୍ମୁଖୀନ ହୋଇଛନ୍ତି। ଜଣେ ବ୍ୟକ୍ତି ନିଜକୁ ୪ ଭିନ୍ନ ମହିଳାଙ୍କ ପରିଚୟ ଦେଇ ୭୩୪ ଥର ଅନ୍‌ଲାଇନ ଟଙ୍କା ନେଣଦେଣ ମାଧ୍ୟମରେ ବୃଦ୍ଧ ବ୍ୟକ୍ତିଙ୍କୁ ୮.୭ କୋଟି ଟଙ୍କା ଠକିଛନ୍ତି।
ଗତ ଏପ୍ରିଲ ୨୦୨୩ରେ ଶାର୍‌ଭି ନାମ୍ନୀ ଜଣେ ଅଜଣା ମହିଳାଙ୍କୁ ବୃଦ୍ଧ ବ୍ୟକ୍ତି ଜଣଙ୍କ ଫେସ୍‌ବୁକ୍‌ରେ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ ପଠାଇଥିଲେ। ଶାର୍‌ଭି ପ୍ରଥମେ ବୃଦ୍ଧ ବ୍ୟକ୍ତିଙ୍କ ବନ୍ଧୁତା ନିବେଦନକୁ ଅସ୍ବୀକାର କରିଥିଲେ।
ତେବେ କିଛିଦିନ ପରେ ସେ ବୃଦ୍ଧ ବ୍ୟକ୍ତିଙ୍କୁ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ ପଠାଇଥିଲେ, ଯାହାକୁ ବୃଦ୍ଧ ଜଣକ ଗ୍ରହଣ କରିନେଇଥିଲେ। ଏହାପରେ ଉଭୟେ ପ୍ରଥମେ ଫେସ୍‌ବୁକ ଓ ପରେ ହ୍ବାଟ୍ସଆପ୍‌ରେ ଚାଟିଂ କରିବା ଆରମ୍ଭ କରିଥିଲେ। ସେ ନିଜ ସ୍ବାମୀଙ୍କଠାରୁ ଅଲଗା ହୋଇଯାଇଛନ୍ତି ଏବଂ ନିଜ ପିଲାଙ୍କ ସହ ଏକା ରହୁଥିବା ନେଇ ଶାର୍‌ଭି ବୃଦ୍ଧ ଜଣଙ୍କୁ କହିଥିଲେ। ଧୀରେ ଧୀରେ ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନ ଥିବା କହି ସେ ବୃଦ୍ଧ ବ୍ୟକ୍ତିଙ୍କଠାରୁ ଟଙ୍କା ନେବା ଆରମ୍ଭ କରିଥିଲେ। ଏହାର କିଛିଦିନ ପରେ କବିତା ନାମ୍ନୀ ଜଣେ ମହିଳା ହ୍ବାଟ୍ସଆପ୍‌ରେ ବୃଦ୍ଧ ବ୍ୟକ୍ତିଙ୍କୁ ମେସେଜ୍‌ କରିଥିଲେ। ସେ ଶାର୍‌ଭିଙ୍କୁ ଜାଣିଛନ୍ତି ଏବଂ ତାଙ୍କ ସହ ବନ୍ଧୁତା କରିବାକୁ ଚାହୁଁଛନ୍ତି ବୋଲି କବିତା ବୃଦ୍ଧ ବ୍ୟକ୍ତିଙ୍କୁ କହିଥିଲେ। ବୃଦ୍ଧ ବ୍ୟକ୍ତିଙ୍କ ବିଶ୍ୱାସ ଏବଂ ସ୍ନେହ ଜିତିବା ପାଇଁ କବିତା ତାଙ୍କୁ ଅଶ୍ଳୀଳ ମେସେଜ୍‌ ପଠାଉଥିଲେ। ଶାର୍‌ଭିଙ୍କ ପରି ସେ ମଧ୍ୟ ପିଲାଙ୍କ ଚିକିତ୍ସା ଆଳରେ ବୃଦ୍ଧ ବ୍ୟକ୍ତି ଜଣଙ୍କୁ ଟଙ୍କା ମାଗିବା ଆରମ୍ଭ କରିଦେଇଥିଲେ। ଗତବର୍ଷ ଡିସେମ୍ବରରେ ବୃଦ୍ଧ ବ୍ୟକ୍ତି ଜଣଙ୍କୁ ଦିନାଜ୍‌ ନାମ୍ନୀ ଜଣେ ମହିଳା ମେସେଜ୍‌ କରିଥିଲେ। ସେ ନିଜଙ୍କୁ ଶାର୍‌ଭିଙ୍କ ଭଉଣୀର ପରିଚୟ ଦେଇଥିଲେ। ଶାର୍‌ଭିଙ୍କ ମୃତ୍ୟୁ ହୋଇଯାଇଛି ଏବଂ ମୃତ୍ୟୁ ପୂର୍ବରୁ ସେ ତାଙ୍କ ହସ୍ପିଟାଲ ବିଲ୍‌ ବହନ କରିବେ ବୋଲି ଶାର୍‌ଭୀ କହିଥିବା ନେଇ ଦିନାଜ୍‌ ବୃଦ୍ଧ ବ୍ୟକ୍ତିଙ୍କୁ କହିଥିଲେ। ଦିନାଜ୍‌ ଶାର୍‌ଭି ଏବଂ ବୃଦ୍ଧ ବ୍ୟକ୍ତିଙ୍କ ମଧ୍ୟରେ ହୋଇଥିବା ହ୍ବାଟ୍ସଆପ୍‌ ଚାଟ୍‌ର ସ୍କ୍ରିନ୍‌ସଟ୍‌ ପଠାଇ ଟଙ୍କା ପୈଠ କରିବାକୁ ବୃଦ୍ଧ ବ୍ୟକ୍ତିଙ୍କୁ ଧମକ ଦେଇଥିଲେ। ଯେତେବେଳେ ବୃଦ୍ଧ ଜଣଙ୍କ ଦିନାଜ୍‌ଙ୍କୁ ଟଙ୍କା ଫେରସ୍ତ ମାଗିଲେ, ସେ ଆତ୍ମହତ୍ୟାର ଧମକ ଦେଇଥିଲେ। ଏହାର କିଛିଦିନ ମଧ୍ୟରେ ଯସ୍ମିନ୍‌ ନାମ୍ନୀ ଜଣେ ମହିଳା ବୃଦ୍ଧ ବ୍ୟକ୍ତିଙ୍କୁ ମେସେଜ୍‌ କରିଥିଲେ। ସେ ଦିନାଜ୍‌ଙ୍କ ବାନ୍ଧବୀ ଏବଂ ଅସୁବିଧାରେ ପଡ଼ିଥିବାରୁ ତାଙ୍କୁ ଟଙ୍କା ଆବଶ୍ୟକ ବୋଲି ଯସ୍ମିନ୍‌ କହିଥିଲେ। ବୃଦ୍ଧ ଜଣଙ୍କ ତାଙ୍କୁ ମଧ୍ୟ ଟଙ୍କା ଦେଇଥିଲେ।
ଏପ୍ରିଲରୁ ୨୦୨୫ ଜାନୁଆରୀ ପର୍ଯ୍ୟନ୍ତ ୨୧ ମାସ ମଧ୍ୟରେ ବୃଦ୍ଧ ଜଣଙ୍କ ୭୩୪ ଥର ଅନ୍‌ଲାଇନ ଟଙ୍କା ଦେଣନେଣ ମାଧ୍ୟମରେ ୪ ମହିଳାଙ୍କୁ ସମୁଦାୟ ୮.୭ କୋଟି ଟଙ୍କା ଦେଇଥିଲେ। ନିଜର ସବୁ ସଞ୍ଚୟ ସରିଯିବା ପରେ ସେ ତାଙ୍କ ବୋହୂଙ୍କଠାରୁ ୨ ଲକ୍ଷ ଟଙ୍କା ଋଣ ନେଇ ଯସ୍ମିନ୍‌ଙ୍କୁ ଦେଇଥିଲେ। ତେବେ ଯସ୍ମିନ୍‌ଙ୍କ ଦାବି ବଢ଼ି ଚାଲିଥିଲା। ଫଳରେ ବୃଦ୍ଧ ବ୍ୟକ୍ତି ଜଣଙ୍କ ନିଜ ପୁଅଙ୍କୁ ୫ ଲକ୍ଷ ଟଙ୍କା ମାଗିଥିଲେ। ସନ୍ଦେହ ବଢ଼ିବାରୁ ଘଟଣା ସମ୍ପର୍କରେ ବୃଦ୍ଧ ବ୍ୟକ୍ତିଙ୍କୁ ତାଙ୍କ ପୁଅ ପଚାରିଥିଲେ। ସେ ଏକ ସାଇବର ଠକେଇର ଶିକାର ହୋଇଥିବା ନେଇ ବୃଦ୍ଧ ବ୍ୟକ୍ତିଙ୍କୁ ତାଙ୍କ ପୁଅ କହିଥିଲେ। ନିଜର ସମସ୍ତ ସଞ୍ଚୟ ହରାଇ ସାରିଥିବା ଜାଣି ବୃଦ୍ଧ ବ୍ୟକ୍ତି ଜଣଙ୍କ ଉଦାସରେ ଡିମେନ୍ସିଆ ରୋଗରେ ପୀଡ଼ିତ ହୋଇଥିଲେ ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ ଜୁଲାଇ ୨୨ରେ ବୃଦ୍ଧ ବ୍ୟକ୍ତି ଓ ତାଙ୍କ ପୁଅଙ୍କ ଅଭିଯୋଗ ଆଧାରରେ ମୁମ୍ବାଇ ସାଇବର କ୍ରାଇମ ପୋଲିସ ଏକ ମାମଲା ରୁଜୁ କରିଛି। ଘଟଣାକୁ ନେଇ ସାଇବର କ୍ରାଇମ ପୋଲିସର ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri