ନିଯୁକ୍ତି ହରାଇଲେଣି ୮୦ ହଜାର ଭାରତୀୟ

ଓ୍ବାଶିଂଟନ,୨୪।୧: ଅନ୍ତର୍ଜାତୀୟ ବଜାରରେ ଆର୍ଥିକ ମାନ୍ଦାବସ୍ଥାର ଗରୁତର ପ୍ରଭାବ ଅନୁଭୂତ ହୋଇଛି। ଏଥିରୁ ମୁକୁଳିବା ପାଇଁ ବୃହତ୍‌ ଆଇଟି କମ୍ପାନୀଠାରୁ ଆରମ୍ଭ କରି ରିଟେଲ୍‌ ଏବଂ ଫାଇନାନ୍ସ ସେକ୍ଟର କମ୍ପାନୀଗୁଡ଼ିକ କିଛିଦିନ ହେଲା କର୍ମଚାରୀମାନଙ୍କୁ ଛଟେଇ କରିବାରେ ଲାଗିଛନ୍ତି। ଆମେରିକାରେ ଗୁଗଲ୍‌, ମାଇକ୍ରୋସଫ୍ଟ, ଫେସ୍‌ବୁକ୍‌, ଆମାଜନ ଭଳି ବୃହତ୍‌ କମ୍ପାନୀଗୁଡ଼ିକ କର୍ମଚାରୀ ଛଟେଇ କରିବା ପରେ ଏବେ ହଜାର ହଜାର ଭାରତୀୟ ଆଇଟି ପେସାଦାର କାମଧନ୍ଦା ହରାଇ ସେଠାରେ ରହିବା ପାଇଁ ସଂଘର୍ଷ କରୁଛନ୍ତି। ସେଠାରେ ରହିବାକୁ ହେଲେ ଓ୍ବାର୍କ ଭିଜାର ଧାର୍ଯ୍ୟ ସମୟସୀମା ମଧ୍ୟରେ ନୂଆ ନିଯୁକ୍ତି ଖୋଜିବାକୁ ହେବ। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗତବର୍ଷ ନଭେମ୍ବରରୁ ଇତିମଧ୍ୟରେ ପାଖାପାଖି ୨ ଲକ୍ଷ ଆଇଟି ପେସାଦାରଙ୍କୁ ନିଯୁକ୍ତିରୁ ଛଟେଇ କରାଗଲାଣି। ସେମାନଙ୍କ ମଧ୍ୟରୁ ଭାରତୀୟ ଆଇଟି ପ୍ରଫେସନାଲମାନଙ୍କ ସଂଖ୍ୟା ୩୦ରୁ ୪୦ ପ୍ରତିଶତ (ପ୍ରାୟ ୬୦ରୁ ୮୦ ହଜାର)। ଛଟେଇ କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶଙ୍କ ପାଖରେ ଏଚ୍‌-୧ବି ଏବଂ ଏଲ୍‌୧ ଭିଜା ରହିଛି। ଏଚ୍‌-୧ବି ଭିଜା ହେଉଛି ନନ୍‌ ଇମିଗ୍ରାଣ୍ଟ ଭିଜା, ଯାହା ଆମେରିକା କମ୍ପାନୀଗୁଡ଼ିକୁ ବିଦେଶୀ କର୍ମଚାରୀଙ୍କୁ ଟେକ୍‌ନିକାଲ ଅଭିଜ୍ଞତା ଥିବା ସ୍ବତନ୍ତ୍ର ପେସାରେ ନିଯୁକ୍ତି ଦେବା ଲାଗି ଅନୁମତି ଦେଇଥାଏ। ବୈଷୟିକ କମ୍ପାନୀଗୁଡ଼ିକ ପ୍ରତିବର୍ଷ ଭାରତ ଓ ଚାଇନାରୁ ହଜାର ହଜାର କର୍ମଚାରୀଙ୍କୁ ନିଯୁକ୍ତି ଦେବା ଲାଗି ଏହି ଭିଜା ଉପରେ ନିର୍ଭର କରିଥାନ୍ତି। ଏଲ୍‌-୧ଏ ଏବଂ ଏଲ୍‌-୧ବି ଗୋଟିଏ କମ୍ପାନୀର ବିଭିନ୍ନ ବ୍ରାଞ୍ଚ ମଧ୍ୟରେ ଅସ୍ଥାୟୀ ବଦଳି ପାଇଁ ଉପଲବ୍ଧ ହୋଇଥାଏ। ପରିଚାଳକ ପଦବୀ କିମ୍ବା ସ୍ବତନ୍ତ୍ର ଜ୍ଞାନ ଥିବା ବ୍ୟକ୍ତିଙ୍କୁ ଏଥିପାଇଁ ଭିଜା ମଞ୍ଜୁର କରାଯାଇଥାଏ। ଅସ୍ଥାୟୀ ଅପ୍ରବାସ କାର୍ଯ୍ୟ ଭିଜାଧାରୀ ହଜାର ହଜାର ଭାରତୀୟ ଆଇଟି ପେସାଦାର ଆମେରିକାରେ ରହିବା ଲାଗି ନୂଆ ଚାକିରି ପାଇବାକୁ ସଂଘର୍ଷ କରୁଛନ୍ତି। ଏଚ୍‌-୧ବି ଭିଜାଧାରୀଙ୍କ ପାଇଁ ଅବସ୍ଥା ସବୁଠୁ ସଙ୍ଗିନ୍‌ ହୋଇଛି। କାରଣ ସେମାନେ ୬୦ ଦିନ ମଧ୍ୟରେ ନୂଆ ନିଯୁକ୍ତି ପାଇ ନ ପାରିଲେ ଭାରତ ଫେରିବାକୁ ବାଧ୍ୟ ହେବେ। ବର୍ତ୍ତମାନର ସ୍ଥିତିରେ ସମସ୍ତ ଆଇଟି କମ୍ପାନୀ କର୍ମଚାରୀ ଛଟେଇ ମନୋବୃତ୍ତିରେ ଥିବାରୁ ସ୍ବଳ୍ପ ସମୟ ମଧ୍ୟରେ ଆଉ ଏକ ନିଯୁକ୍ତି ଖୋଜି ପାଇବା ଏକପ୍ରକାର ଅସମ୍ଭବ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri