ନିଯୁକ୍ତି ହରାଇଲେଣି ୮୦ ହଜାର ଭାରତୀୟ

ଓ୍ବାଶିଂଟନ,୨୪।୧: ଅନ୍ତର୍ଜାତୀୟ ବଜାରରେ ଆର୍ଥିକ ମାନ୍ଦାବସ୍ଥାର ଗରୁତର ପ୍ରଭାବ ଅନୁଭୂତ ହୋଇଛି। ଏଥିରୁ ମୁକୁଳିବା ପାଇଁ ବୃହତ୍‌ ଆଇଟି କମ୍ପାନୀଠାରୁ ଆରମ୍ଭ କରି ରିଟେଲ୍‌ ଏବଂ ଫାଇନାନ୍ସ ସେକ୍ଟର କମ୍ପାନୀଗୁଡ଼ିକ କିଛିଦିନ ହେଲା କର୍ମଚାରୀମାନଙ୍କୁ ଛଟେଇ କରିବାରେ ଲାଗିଛନ୍ତି। ଆମେରିକାରେ ଗୁଗଲ୍‌, ମାଇକ୍ରୋସଫ୍ଟ, ଫେସ୍‌ବୁକ୍‌, ଆମାଜନ ଭଳି ବୃହତ୍‌ କମ୍ପାନୀଗୁଡ଼ିକ କର୍ମଚାରୀ ଛଟେଇ କରିବା ପରେ ଏବେ ହଜାର ହଜାର ଭାରତୀୟ ଆଇଟି ପେସାଦାର କାମଧନ୍ଦା ହରାଇ ସେଠାରେ ରହିବା ପାଇଁ ସଂଘର୍ଷ କରୁଛନ୍ତି। ସେଠାରେ ରହିବାକୁ ହେଲେ ଓ୍ବାର୍କ ଭିଜାର ଧାର୍ଯ୍ୟ ସମୟସୀମା ମଧ୍ୟରେ ନୂଆ ନିଯୁକ୍ତି ଖୋଜିବାକୁ ହେବ। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗତବର୍ଷ ନଭେମ୍ବରରୁ ଇତିମଧ୍ୟରେ ପାଖାପାଖି ୨ ଲକ୍ଷ ଆଇଟି ପେସାଦାରଙ୍କୁ ନିଯୁକ୍ତିରୁ ଛଟେଇ କରାଗଲାଣି। ସେମାନଙ୍କ ମଧ୍ୟରୁ ଭାରତୀୟ ଆଇଟି ପ୍ରଫେସନାଲମାନଙ୍କ ସଂଖ୍ୟା ୩୦ରୁ ୪୦ ପ୍ରତିଶତ (ପ୍ରାୟ ୬୦ରୁ ୮୦ ହଜାର)। ଛଟେଇ କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶଙ୍କ ପାଖରେ ଏଚ୍‌-୧ବି ଏବଂ ଏଲ୍‌୧ ଭିଜା ରହିଛି। ଏଚ୍‌-୧ବି ଭିଜା ହେଉଛି ନନ୍‌ ଇମିଗ୍ରାଣ୍ଟ ଭିଜା, ଯାହା ଆମେରିକା କମ୍ପାନୀଗୁଡ଼ିକୁ ବିଦେଶୀ କର୍ମଚାରୀଙ୍କୁ ଟେକ୍‌ନିକାଲ ଅଭିଜ୍ଞତା ଥିବା ସ୍ବତନ୍ତ୍ର ପେସାରେ ନିଯୁକ୍ତି ଦେବା ଲାଗି ଅନୁମତି ଦେଇଥାଏ। ବୈଷୟିକ କମ୍ପାନୀଗୁଡ଼ିକ ପ୍ରତିବର୍ଷ ଭାରତ ଓ ଚାଇନାରୁ ହଜାର ହଜାର କର୍ମଚାରୀଙ୍କୁ ନିଯୁକ୍ତି ଦେବା ଲାଗି ଏହି ଭିଜା ଉପରେ ନିର୍ଭର କରିଥାନ୍ତି। ଏଲ୍‌-୧ଏ ଏବଂ ଏଲ୍‌-୧ବି ଗୋଟିଏ କମ୍ପାନୀର ବିଭିନ୍ନ ବ୍ରାଞ୍ଚ ମଧ୍ୟରେ ଅସ୍ଥାୟୀ ବଦଳି ପାଇଁ ଉପଲବ୍ଧ ହୋଇଥାଏ। ପରିଚାଳକ ପଦବୀ କିମ୍ବା ସ୍ବତନ୍ତ୍ର ଜ୍ଞାନ ଥିବା ବ୍ୟକ୍ତିଙ୍କୁ ଏଥିପାଇଁ ଭିଜା ମଞ୍ଜୁର କରାଯାଇଥାଏ। ଅସ୍ଥାୟୀ ଅପ୍ରବାସ କାର୍ଯ୍ୟ ଭିଜାଧାରୀ ହଜାର ହଜାର ଭାରତୀୟ ଆଇଟି ପେସାଦାର ଆମେରିକାରେ ରହିବା ଲାଗି ନୂଆ ଚାକିରି ପାଇବାକୁ ସଂଘର୍ଷ କରୁଛନ୍ତି। ଏଚ୍‌-୧ବି ଭିଜାଧାରୀଙ୍କ ପାଇଁ ଅବସ୍ଥା ସବୁଠୁ ସଙ୍ଗିନ୍‌ ହୋଇଛି। କାରଣ ସେମାନେ ୬୦ ଦିନ ମଧ୍ୟରେ ନୂଆ ନିଯୁକ୍ତି ପାଇ ନ ପାରିଲେ ଭାରତ ଫେରିବାକୁ ବାଧ୍ୟ ହେବେ। ବର୍ତ୍ତମାନର ସ୍ଥିତିରେ ସମସ୍ତ ଆଇଟି କମ୍ପାନୀ କର୍ମଚାରୀ ଛଟେଇ ମନୋବୃତ୍ତିରେ ଥିବାରୁ ସ୍ବଳ୍ପ ସମୟ ମଧ୍ୟରେ ଆଉ ଏକ ନିଯୁକ୍ତି ଖୋଜି ପାଇବା ଏକପ୍ରକାର ଅସମ୍ଭବ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାତରେ ପଡ଼ିଗଲା ହାତୀଛୁଆ, ଜଗି ରହି ଚିତ୍କାର କରୁଥିଲା ମା’, ଆଉ ତା’ ପରେ…

ସୁନ୍ଦରଗଡ଼,୧୩ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସଦର ରେଞ୍ଜ ଅନ୍ତର୍ଗତ ହମିରପୁର ପଞ୍ଚାୟତର ଗୋପପୁର ଜଙ୍ଗଲରେ ଗାତରେ ପଡ଼ିଥିବା ଏକ ହାତୀଛୁଆକୁ ଗୁରୁବାର ସକାଳେ ଜଙ୍ଗଲ ବିଭାଗ ଦ୍ବାରା ଉଦ୍ଧାର…

ବୈଶିଙ୍ଗା-ରୁପ୍‌ସା ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

ବୈଶିଙ୍ଗା,୧୩ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୁଧବାରଠାରୁ ମୂଷଳ ଧାରାରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଜୀବନ…

ଜନସାଧାରଣଙ୍କ ପାଇଁ ବଡ଼ ଘୋଷଣା କଲେ ପ୍ରଶାନ୍ତ କିଶୋର, ନିଜ ବାସଭବନରେ ନ ରହି….

ପାଟନା,୧୩।୮: ବାଙ୍କୀପୁର ବିଧାନସଭା ଉପନିର୍ବାଚନ ଜିତିବା ପରେ ଜନ ସୁରାଜର ସଂସ୍ଥାପକ ତଥା ନବନିର୍ବାଚିତ ବିଧାୟକ ପ୍ରଶାନ୍ତ କିଶୋର ଜନସାଧାରଣଙ୍କ ସ୍ୱାର୍ଥରେ ଏକ ବଡ଼ ଘୋଷଣା କରିଛନ୍ତି…

ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଆଣିବ ବଡ଼ ଖୁସି: ଅକ୍ଟୋବର ପର୍ଯ୍ୟନ୍ତ ଏହି ୩ ରାଶିଙ୍କୁ ମିଳିବ ଭାଗ୍ୟର ସାଥ୍‌

ଅଗଷ୍ଟ ମାସରେ ଶନିଦେବଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଗୋଚର ହେବାକୁ ଯାଉଛି। ଜ୍ୟୋତିଷ ଅନୁସାରେ ଏହି ଗୋଚରର ପ୍ରଭାବ ବେଶ ଗୁରୁତ୍ୱପୂର୍ଣ୍ଣ ରହିପାରେ। ବର୍ତ୍ତମାନ ଶନି ମୀନ ରାଶିରେ…

ମନର କଥା କହିଦେଲେ ପ୍ରୀତି ଜିଣ୍ଟା: ଅମିରଙ୍କ ସହ…

ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର ‘ଦିଲ ଚାହତା ହୈ’ ୨୫ ବର୍ଷ ପୂରଣ କରିଛି। ଏହି ଚଳଚ୍ଚିତ୍ରଟି ରୌପ୍ୟ ଜୟନ୍ତୀ ପାଳନ କରିବା ସହିତ ପୁଣି…

ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ, ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଚିଠି ଲେଖି…

ଦେବଗଡ଼,୧୩ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପୁନଃ ଅବସ୍ଥାପିତ ପାଇଁ ଚିଠି…

ହସ୍ପିଟାଲ୍‌ର ଶୌଚାଳୟରୁ ମିଳିଲା ନର୍ସଙ୍କ ମୃତଦେହ; କବାଟ ଭାଙ୍ଗି ଶବ ଉଦ୍ଧାର, ନାଇଟ୍ ସିଫ୍ଟ…

କୋଲକାତା,୧୩।୮: ପଶ୍ଚିମବଙ୍ଗର କୋଲକାତାସ୍ଥିତ ନୀଲରତନ ସରକାର (NRS) ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ଏକ ରହସ୍ୟଜନକ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ବୁଧବାର ରାତିରେ ଡ୍ୟୁଟିରେ ଥିବା…

ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ସରିଲା ଅନାସ୍ଥା ଭୋଟିଂ, ନିଜେ ଉପସ୍ଥିତ ରହି କହିଲେ ଏମିତି…

ମହାକାଳପଡ଼ା,୧୩ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରି ପଞ୍ଚାୟତ ଅଫିସଠାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗୁରୁବାର ସରପଞ୍ଚ ଚାମେଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri