Advertisement
Posted inଜାତୀୟ

ଉପଯୁକ୍ତ ଝିଅ ମିଳିଲେ ବାହାହେବି: ରାହୁଲ

ନୂଆଦିଲ୍ଲୀ,୨୪।୧: ଉପଯୁକ୍ତ ଝିଅ ମିଳିଲେ ବିବାହ କରିବେ ବୋଲି କଂଗ୍ରେସ ନେତା ତଥା ଅନେକଙ୍କ ଦୃଷ୍ଟିରେ ଭାରତର ସବୁଠୁ ଯୋଗ୍ୟ ଅବିବାହିତ ରାହୁଲ ଗାନ୍ଧୀ କହିଛନ୍ତି। ସମସ୍ୟା ହେଲା କି ତାଙ୍କ ମାତାପିତାଙ୍କ ‘ବାସ୍ତବ ସୁନ୍ଦର ବିବାହ’ ବହୁତ ଉଚ୍ଚ ପ୍ରତିବନ୍ଧକ ସୃଷ୍ଟି କରିଛି। ୟୁଟ୍ୟୁବରେ ଖାଦ୍ୟ ଓ ଭ୍ରମଣ ପ୍ଲାଟଫର୍ମ କର୍ଲି ଟେଲ୍ସ ସହ ଏକ ହାଲ୍‌କା ଫୁଲ୍‌କା ଆଲୋଚନା ବେଳେ ରାହୁଲ ଏହା କହିଥିଲେ। ସେ ପଲିଟିକ୍ସ ଟ୍ରାକ୍‌ରୁ କିଛି ସମୟ ପାଇଁ ଦୂରେଇଯାଇ ତାଙ୍କର ବ୍ୟକ୍ତିଗତ ପ୍ରସଙ୍ଗ, ଖାଦ୍ୟ ରୁଚି, ବ୍ୟାୟାମ ଆଦି ସମ୍ପର୍କରେ କହିଥିଲେ। ବିବାହକୁ ନେଇ ତାଙ୍କର କୌଣସି ବିରୋଧ ନାହିଁ ବୋଲି ୫୨ ବର୍ଷୀୟ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି। ତେବେ କେମିତିକା ଝିଅଙ୍କୁ ବିବାହ କରିବାକୁ ଚାହାନ୍ତି, ତାହାର ଚେକ୍‌ଲିଷ୍ଟ ପ୍ରସ୍ତୁତ କରିଛନ୍ତି କି ବୋଲି ପ୍ରଶ୍ନ ହେବାରୁ ରାହୁଲ କହିଥିଲେ, କେବଳ ସେ ସ୍ନେହୀ ଏବଂ ବୁଦ୍ଧିମତି ହେବା ଆବଶ୍ୟକ। ରାଜସ୍ଥାନରେ ଭାରତ ଯୋଡ଼ୋ ଯାତ୍ରା ଅବସରରେ ରାତ୍ର ଭୋଜନ ବେଳେ ତାଙ୍କର ଏହି କଥାବାର୍ତ୍ତା ରେକର୍ଡ କରାଯାଇଥିଲା। ଖାଦ୍ୟକୁ ନେଇ ତାଙ୍କର କୌଣସି ପ୍ରତିବାଦ ନାହିଁ, ଯାହା ମିଳିଲା ଖାଇଥାନ୍ତି। ତେବେ ମଟର ଓ ପଣସକୁ ସେ ପସନ୍ଦ କରନ୍ତି ନାହିଁ ବୋଲି ରାହୁଲ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଥିବା ଖାଲଖମାରେ ଗଛ ଲଗାଇ ପ୍ରତିବାଦ ଜଣାଇଲେ ବାସିନ୍ଦା

ହାଇଦ୍ରାବାଦ,୧୮।୧୧: ବାରମ୍ବାର କୌଣସି ସମସ୍ୟା ନେଇ ପ୍ରଶାସନ ନିକଟରେ ଗୁହାରି କରିବା ପରେ ଏହାର ସମାଧାନ ନ ହେଲେ ବେଳେବେଳେ ଲୋକେ ଅଜବ ପ୍ରତିବାଦ ଜଣାଇଥାନ୍ତି।...

ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେନି ଅଖିଳେଶ,ମାୟାବତୀ!

ନୂଆଦିଲ୍ଲୀ,୨୬।୧୨: ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ, ବିଏସ୍‌ପି ସୁପ୍ରିମୋ ମାୟାବତୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱାଧୀନ ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ...

କର୍ନାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଏମ୍‌. କୃଷ୍ଣାଙ୍କ ଜ୍ୱାଇଁ ନିଖୋଜ: ଥିଲା ୭ ହଜାର କୋଟି ଋଣ ବୋଝ

ବେଙ୍ଗାଲୁରୁ,୩୦।୭: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଏମ୍‌. କୃଷ୍ଣାଙ୍କ ଜ୍ୱାଇଁ କେଫ୍‌ କଫି ଡେର ମାଲିକ ଭିି.ଜି. ସିଦ୍ଧାର୍ଥ ନିଖୋଜ ହୋଇଯାଇଛନ୍ତି। ତାଙ୍କର ସନ୍ଧାନରେ ପୋଲିସ ପକ୍ଷରୁ...

ଅଧ୍ୟକ୍ଷ ନିର୍ବାଚନ ମତଦାତା ସୂଚୀ ନେଇ ୫ ଏମ୍‌ପିଙ୍କୁ ମଧୁସୂଦନଙ୍କ ଚିଠି…

ନୂଆଦିଲ୍ଲୀ, ୧୦।୯ : ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଚର୍ଚ୍ଚା ଚାଲିଛି। ଏହି ନିର୍ବାଚନର ନିରପେକ୍ଷତା ଉପରେ...

‘ସମନ ଆସିନି, କାମରେ ଆସିଛି’

ନୂଆଦିଲ୍ଲୀ,୨୬।୧୦: “କିଛି କାମ ପାଇଁ ଜାତୀୟ ରାଜଧାନୀ ଆସିଛି। ମୁଁ ମୋ ତଦନ୍ତ ସହ ଏବେ ବି ଏକମତ। ମୋତେ ଏପର୍ଯ୍ୟନ୍ତ ଏଜେନ୍ସି ପକ୍ଷରୁ ସମନ...

ରାଜସ୍ଥାନରେ ଲାଗୁ ହେବନାହିଁ ସିଏଏ-ଏନ୍‌ଆର୍‌ସି: ମୁଖ୍ୟମନ୍ତ୍ରୀ

ଜୟପୁର,୨୨।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି)କୁ ବିରୋଧ କରି ସାରା ଦେଶରେ ହିଂସାର ବାତାବରଣ ଉପୁଜିଥିବା ବେଳେ ଏବେ ଏହାକୁ...

ଦୀର୍ଘ ସମୟ ପରେ ଜାମା ମସ୍‌ଜିଦ୍‌ରେ ସମୂହ ନମାଜ ପାଠ: ପବିତ୍ର ଇଦ୍‌ରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି

ନୂଆଦିଲ୍ଲୀ,୧।୮: ସମଗ୍ର ଦେଶରେ ଶନିବାର ଇଦ୍‌-ଉଲ୍‌-ଜୁହା ବା ପବିତ୍ର ଇଦ୍‌ ପାଳନ କରାଯାଇଛି। ଶନିବାର ଦିଲ୍ଲୀ ସ୍ଥିତ ଜାମା ମସ୍‌ଜିଦ୍‌ରେ ଦୀର୍ଘ ଦିନ ପରେ ମୁସଲମାନ...

କେବେ ନିର୍ବାଚନ ଲଢି ନ ଥିବା ନେତା ଏବେ ଦାବି କରୁଛନ୍ତି ନିର୍ବାଚନ ପାଇଁ: ଜାଖଡ

ନୂଆଦିଲ୍ଲୀ,୩୦।୮: କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦଳରେ ପରିବର୍ତ୍ତନ କରିବାକୁ ନିକଟରେ ୨୩ ଜଣ କଂଗ୍ରେସ ନେତା ଚିଠି ଲେଖିଥିଲେ। ଯାହାକୁ ନେଇ ଆଜିବି...

Advertisement
Archives

Model This Week