ସହରାଞ୍ଚଳରେ ଛୁଇଁନି ୮୦% ମତଦାନ

ଯାଜପୁର,୧୮ା୪(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାର କୋରେଇ ଓ ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଦୁଇ ପ୍ରମୁଖ ସହର ବ୍ୟାସନଗର ଓ ଯାଜପୁର ପୌରାଞ୍ଚଳ ରହିଛି। ତେବେ ଗତ ୩ ସାଧାରଣ ନିର୍ବାଚନକୁ ଅବଲୋକନ କଲେ ଏଠାରେ ଭୋଟରମାନଙ୍କ ମଧ୍ୟରେ ମତଦାନକୁ ନେଇ ଅରୁଚି ରହିଥିବା ଦେଖିବାକୁ ମିଳିଛି। ଏହି ୩ ନିର୍ବାଚନରେ କୋରେଇ ଓ ଯାଜପୁର ଭଳି ସହରାଞ୍ଚଳ ବିଧାନସଭା ନିର୍ବାଚନରେ ଭୋଟ ହାର ୮୦ ପ୍ରତିଶତ ଛୁଇଁ ପାରିନାହିଁ। ସହରାଞ୍ଚଳ ଭୋଟର ଅଧିକ ସଚେତନ ବୋଲି ବିବେଚନା କରାଯାଉଥିଲେ ମଧ୍ୟ ତାହା ଭୁଲ ପ୍ରମାଣିତ ହେଉଛି। ଅନ୍ୟପକ୍ଷେ ଆଦିବାସୀ ବହୁଳ ସୁକିନ୍ଦା ନିର୍ବାଚନମଣ୍ଡଳୀରେ ଗତ ୩ ନିର୍ବାଚନରେ ସର୍ବାଧିକ ମତଦାନ ହୋଇଆସିଛି।

ପ୍ରଶାସନିକ, ବ୍ୟବସାୟିକ ଓ ସାମାଜିକ ଦୃଷ୍ଟିରୁ ବ୍ୟାସନଗର ସହର କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ। କୋରେଇ ନିର୍ବାଚନମଣ୍ଡଳୀରେ ବ୍ୟାସନଗର ସହର ରହିଛି। ଏହି ନିର୍ବାଚନମଣ୍ଡଳୀରେ ୨,୭୦,୩୨୪ ଲୋକସଂଖ୍ୟା ମଧ୍ୟରୁ ୨,୦୭,୨୮୩ ଭୋଟର ରହିଛନ୍ତି। ଏଥିରେ ୧,୦୬,୪୨୧ ପୁରୁଷ. ୧,୦୦,୮୩୮ ମହିଳା ଏବଂ ୨୪ ଅନ୍ୟାନ୍ୟ ଭୋଟର ରହିଛନ୍ତି। ଏଠାରେ ୨୦୦୯ରେ ୬୬.୯୬%, ୨୦୧୪ରେ ୭୫.୭୧% ଓ ୨୦୧୯ରେ ୭୪.୭% ମତଦାନ ହୋଇଥିଲା। ସେହିପରି ଯାଜପୁର ସହର ରହିଥିବା ଯାଜପୁର ନିର୍ବାଚନ ମଣ୍ଡଳୀରେ ୨୦୦୯ରେ ୬୩.୮୪%, ୨୦୧୪ରେ ୭୨.୧୨% ଓ ୨୦୧୯ରେ ୭୦.୭୯% ମତଦାନ ହୋଇଥିଲା। ଅନ୍ୟପକ୍ଷରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଖଣି ତଥା ଶିଳ୍ପ ଶ୍ରମିକମାନେ ଗଣତାନ୍ତ୍ରିକ ଅଧିକାର ପ୍ରତି ସର୍ବାଧିକ ସଚେତନତା ଦେଖାଇ ଆସୁଛନ୍ତି। ଏଠାରେ ୨୦୦୯ରେ ୭୬.୪୪%, ୨୦୧୪ରେ ୮୪.୩୫% ଏବଂ ୨୦୧୯ରେ ୭୯.୭୮% ରହିଥିଲା। ୨୦୦୯ରେ କଂଗ୍ରେସର ଶରତ ରାଉତ ମାତ୍ର ୨୪୦୩ ଭୋଟ ବ୍ୟବଧାନରେ ପ୍ରଫୁଲ୍ଲଙ୍କଠାରୁ ପରାସ୍ତ ହୋଇଥିଲେ। ୨୦୧୪ରେ ମଧ୍ୟ ଶରତ ମାତ୍ର ୪,୭୦୭ ଭୋଟ ବ୍ୟବଧାନରେ ପ୍ରୀତିରଞ୍ଜନ ଘଡେଇଙ୍କଠାରୁ ପରାଜିତ ହୋଇଥିଲେ। ୨୦୧୯ରେ କଂଗ୍ରେସ ତୃତୀୟ ସ୍ଥାନକୁ ଖସିଯାଇଥିବାବେଳେ ଭାଜପାର ପ୍ରଦୀପ ବଳସାମନ୍ତ ୧୬,୭୩୦ ଭୋଟ ବ୍ୟବଧାନରେ ଘଡେଇଙ୍କଠାରୁ ହାରିଥିଲେ। କିନ୍ତୁ ଏଥର ସ୍ଥିତି ବଦଳିଛି। ଖଣି ଓ ଶିଳ୍ପ ସମୃଦ୍ଧ ଏହି ନିର୍ବାଚନମଣ୍ଡଳୀରେ ଯୁବ ଭୋଟରମାନଙ୍କ ମଧ୍ୟରେ ଅଧିକ ସଚେତନତା ଦେଖାଦେଇଛି। ଏହି ୫ ବର୍ଷରେ ସ୍ଥାନୀୟ ନିଯୁକ୍ତି ଏବଂ ଜମି ଅଧିଗ୍ରହଣ ଓ ବିସ୍ଥାପିତମାନଙ୍କୁ ଅବହେଳା ଅଭିଯୋଗରେ ବହୁ ଆନ୍ଦୋଳନ, ପ୍ରତିବାଦ ଆଦି ହୋଇଆସିଛି। ଏହା ଆଗାମୀ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିପାରେ ବୋଲି ଚର୍ଚ୍ଚା ହେଉଛି। ବିଞ୍ଝାରପୁର ଓ ବରୀ ଆସନରେ ମତଦାନ ହାର ନୈରାଶ୍ୟଜନକ ରହିଆସିଛି। ପ୍ରଶାସନ ଶତପ୍ରତିଶତ ମତଦାନ କରିବାକୁ ତପତ୍ର ଥିବାବେଳେ ଭୋଟମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧିପାଇଲେ ଭୋଟହାର ବୃଦ୍ଧି ପାଇବ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri