କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତ ଲକ୍ଷଣ ବିହୀନ, ଗାଇଡ୍‌ଲାଇନ୍‌ ମାନନ୍ତୁ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ପାର୍ବଣରେ ଭିଡଠାରୁ ଦୂରେଇ ରହିବା ଜରୁରୀ। ଏବେ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତ ଲକ୍ଷଣ ବିହୀନ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ଗତ କିଛି ଦିନ ଧରି ବଜାରରେ ହେଉଥିବା ଜନଗହଳିର ଦୃଶ୍ୟ ଉଦ୍‌ବେଗଜନକ ବୋଲି ସେ କହିଛନ୍ତି।

ରାଜଧାନୀରେ ପ୍ରତ୍ୟେହ ୨୦୦ରୁ ୩୦୦ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ୩ ମାସ ଧରି ସଂକ୍ରମଣ ସମାନ ସ୍ଥିତିରେ ରହୁଛି। ଏଣୁ କିଭଳି ସଂକ୍ରମଣକୁ କମାଯାଇପାରିବ ତାହା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମଧ୍ୟ କହିଛନ୍ତି।