କୃଷ୍ଣପ୍ରସାଦ,୩୦।୭(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ପଥରକଟା ଗାଁରୁ ଏକ ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି । ପ୍ରଭୁଦତ୍ତ ଜେନାଙ୍କ ପାଇଁ ସାଇକେଲ ସାଜିଲା କାଳ ।
ସୂଚନା ଅନୁସାରେ, ସେ ପ୍ରତିଦିନ ଭଳି ଗୁରୁବାର ମଧ୍ୟ ସକାଳୁ ବିଦ୍ୟାଳୟ ଯାଇଥିଲେ । ସ୍କୁଲ ଛୁଟି ପରେ ଘରକୁ ଫେରିବା ବେଳେ ଆସୁଥିବା ସାଇକେଲରୁ ସେ ତଳେ ପଡି ଯାଇଥିଲେ। ସାଇକେଇର ହ୍ୟାଣ୍ଡେଲଟି ପ୍ରଭୁଦତ୍ତଙ୍କ ପେଟରେ ପଶି ପଛ ପାଖରେ ବାହାରି ପଡିଥିଲା । ସ୍ଥାନୀୟ ଲୋକେ ଏହି ଦୃଶ୍ୟ ଦେଖି ତାଜୁବ ହୋଇଯାଇଥିଲେ। ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଆସି ନିକଟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା।
ଉକ୍ତ ଘଟଣା କୃଷ୍ଣପ୍ରସାଦ ଥାନା ଆରକ୍ଷୀ ନିରୀକ୍ଷକ ବିଚିତ୍ରାନନ୍ଦ ପ୍ରଧାନ ଜାଣିବା ପରେ ମାନବିକତା ଦେଖାଇ ଜୀବନ ବଞ୍ଚାଇବାକୁ ଯାଇ ଗ୍ରୀନ କରିଡ଼ରରେ ନେବା ପାଇଁ ଜିଲା ଏସପି ପ୍ରତୀକ ସିଂଙ୍କ ଅନୁମତି ମାଗିଥିଲେ। ଏସପି ପ୍ରତୀକ ସିଂ ଏବଂ ପୁରୀ ସଦର ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ନିର୍ଦେଶ କ୍ରମେ ଆଇଆସିସି ବିଚିତ୍ରାନନ୍ଦ ପ୍ରଧାନ ଗ୍ରୀନ କରିଡ଼ରରେ ୮୦ କି ମି ରାସ୍ତା ଆହତ ପ୍ରଭୁଦତ୍ତଙ୍କୁ ନେଇଥିଲେ।
ସେ ବର୍ତ୍ତମାନ ବ୍ରହ୍ମପୁର ଏମକେସିଜି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ପ୍ରଭୁଦତ୍ତ ପଥରକଟା ଗ୍ରାମର ଅଜୟ ଜେନାଙ୍କ ପୁଅ । ଗ୍ରାମାଞ୍ଚଳରୁ ୮୦ କିମି ଦୂର ଗ୍ରୀନ କରିଡରରେ ଶିଶୁଙ୍କୁ ନେବା ଓଡ଼ିଶାରେ ପ୍ରଥମ ଘଟଣା । ପୁରୀ ପୋଲିସ ବିଭାଗର ଏଭଳି ମାନବିକତାକୁ ବିଭିନ୍ନ ମହଲ ଖୁବ ପ୍ରଶଂସା କରାଯାଇଛି ।