୮୦ କୋଟିର ସେଚପ୍ରକଳ୍ପ, ୮୦ ହେକ୍ଟରକୁ ମାଡୁନି ପାଣି

ବଡ଼ଗାଁ, ୧୬ା୯(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅଞ୍ଚଳର ୭୦ ପ୍ରତିଶତ ପରିବାର ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରନ୍ତି। ବ୍ଲକ ଅଞ୍ଚଳରେ ଥିବା ୧୦ ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପାଣିରେ ପ୍ରାୟ ୮ ଶହ ଏକର ଜମି ଜଳସେଚିତ ହୋଇଥାଏ। ବାକି ସମସ୍ତ ଜମିରେ ବର୍ଷା ଜଳ ଉପରେ ନିର୍ଭର କରି ଚାଷ ହୋଇଥାଏ। ଖରିଫ୍‌ ଧାନ ଚାଷ ଉପରେ ସମସ୍ତ ଚାଷୀ ନିର୍ଭର କରୁଥିବାରୁ ସ୍ବଳ୍ପ କିମ୍ବା ଅନିୟମିତ ବର୍ଷା ହେଲେ ଚାଷ ନଷ୍ଟ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ସରକାର ସଫେଇ ନଦୀରେ ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ ୨୦୧୮ରେ ଆରମ୍ଭ କରିଥିଲେ। ୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପର ଫଳକକୁ ୨୦୨୦ ଫେବୃଆରୀ ୨ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ସେଠାରେ ପ୍ରଦର୍ଶିତ ଭିଡିଓରେ ଚାଷୀ ହସୁଥିବାର ଦେଖାଇଥିଲେ। ବର୍ତ୍ତମାନ ଚାଷୀ ପ୍ରକଳ୍ପକୁ ଭାଙ୍ଗି ଦେବେ ବୋଲି ଚେତାବନୀ ଦେଇଥିବାରୁ ସରକାରଙ୍କ ମିଥ୍ୟା ପ୍ରଚାର ପଦାରେ ପଡ଼ିଛି। ଏହି ପ୍ରକଳ୍ପ ଚାଷୀଙ୍କ ଆବଶ୍ୟକତାକୁ ପୂରଣ କରିପାରୁନାହିଁ। ପ୍ରକଳ୍ପ ନିର୍ମାଣ ହେଲେ ୩୮ ଶହ ହେକ୍ଟର ଜମି ଜଳସେଚିତ ହେବ କୁହାଯାଇଥିଲା। କିନ୍ତୁ ୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ୮୦ ହେକ୍ଟର ଜମିକୁ ପାଣି ଯାଉନାହିଁ। ମେଗା ପ୍ରକଳ୍ପ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ନଦୀ ଚିରସ୍ରୋତା ହୋଇ ନ ଥିବାରୁ ଚେକ୍‌ଡେମ ନିର୍ମାଣ ନ କଲେ ଜମିକୁ ଜଳସେଚିତ କରିବା ସମ୍ଭବ ନୁହେଁ ବୋଲି ଦାବିକରି ଚାଷୀମାନେ ମୁଖ୍ୟମନ୍ତ୍ରୀ, ଜିଲାପାଳ, ବିଭାଗୀୟ ଯନ୍ତ୍ରୀଙ୍କୁ ଜଣାଇ ନିରାଶ ହୋଇଛନ୍ତି। ନଦୀରେ ବାଲିବନ୍ଧ ପାଇଁ ଚାଷୀମାନେ ଦାବି କରିଥିଲେ ମଧ୍ୟ ପ୍ରକଳ୍ପର କର୍ମଚାରୀମାନେ ଠିକ ସ୍ଥାନରେ ବନ୍ଧ ତିଆରି ନ କରିବାରୁ ଗୁରୁବାର ଚାଷୀମାନେ ନିଜ ପ୍ରଚେଷ୍ଟାରେ ବନ୍ଧ ବାନ୍ଧିଛନ୍ତି। ବାରମ୍ବାର ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ହତାଶ ହୋଇଥିବା ଚାଷୀମାନେ ସରକାର୍‌ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri