୮ ବର୍ଷ ପରେ ଆର୍‌ଆଇ ହତ୍ୟା ମାମଲାର ରାୟ ପ୍ରକାଶ

ଝାରସୁଗୁଡ଼ା ଅଫିସ,୧୧ା୨: ଆର୍‌ଆଇ ଟିକେନାଥ କାଲୋଙ୍କ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଅତିରିକ୍ତ ଜିଲା ଦୌରଜଜ୍‌ ସତ୍ୟବ୍ରତ ମିଶ୍ର ମାମଲାର ବିଚାରକରି ଅଭିଯୁକ୍ତ ବ୍ରଜରାଜନଗର ଗଙ୍ଗାନଗରର ସଞ୍ଜୀତ ଗୁପ୍ତାଙ୍କୁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ରାୟରେ ଉଲ୍ଲେଖ ରହିଛି ୩୯୪, ୩୯୭ ଦଫାରେ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ହଜାର ଟଙ୍କା ଜରିମାନା ଓ ୨୦୧ଦଫାରେ ୫ବର୍ଷ କାରାଦଣ୍ଡ ସହିତ ୩ହଜାର ଟଙ୍କା ଜରିମାନା ରହିଛି। ଆର୍‌ଆଇଙ୍କ ପକ୍ଷରୁ ସରକାରୀ ପବ୍ଲିକ୍‌ ପୋସିକ୍ୟୁଟର (ଏପିପି) ଗଙ୍ଗାଧର ଗଡନାୟକ ମାମଲା ପରିଚାଳନା କରୁଥିଲେ।

ସୂଚନା ମୁତାବକ, ଝାରସୁଗୁଡା ଜିଲା ଲଖନପୁର ବ୍ଲକ୍‌ ବନହରପାଲି ଗ୍ରାମର ଟିକେନାଥ କାଲୋ କିର୍ମିରା ତହସିଲରେ ଆର୍‌ଆଇ ଭାବେ କାର୍ଯ୍ୟରତ ଥିଲେ। ୨୦୧୪ରେ ସେ କିର୍ମିରାରୁ ବାଇକ୍‌ରେ ଫେରୁଥିବାବେଳେ ଗାନ୍ଧୀଛକ-ବେଲପାହାଡ ୪୯ନଂ ଜାତୀୟ ରାଜପଥ ଆମ୍ବଦରହ ନିକଟରେ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇଥିଲେ। ପରେ ତାଙ୍କୁ ରାସ୍ତା ପାର୍ଶ୍ୱ ଜଙ୍ଗଲକୁ ନେଇ ଛୁରିଭୂଷି ହତ୍ୟାକରି ତାଙ୍କ ନିକଟରୁ ବାଇକ୍‌, ମୋବାଇଲ୍‌ ଓ ଟଙ୍କା ଆଦି ଲୁଟିନେଇଥିଲେ। ପୁଅ ଘରେ ନ ପହଞ୍ଚତ୍ବାରୁ ପରିବାର ଲୋକେ ପ୍ରଥମେ ବନହରପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣାର ୪ଦିନ ପରେ ଓରିଏଣ୍ଟ ଥାନା ପୋଲିସ ୪୯ନଂ ଜାତୀୟ ରାଜପଥରେ ଯାନବାହନ ଯାଞ୍ଚ କରୁଥିବା ବେଳେ ଏକ ବାଇକ୍‌ର କାଗଜପତ୍ର ଯାଞ୍ଚ କରି ତାହା ଆର୍‌ଆଇ ଟିକେନାଥଙ୍କ ନାମରେ ଥିବା ଜାଣିଥିଲେ। ବାଇକ୍‌ ଚଳାଉଥିବା ଯୁବକ ସଞ୍ଜୀତ ଗୁପ୍ତାଙ୍କୁ ପୋଲିସ ଜେରା କଲାବେଳେ ସେ ୩ଜଣ ମିଶି ଆର୍‌ଆଇଙ୍କୁ ହତ୍ୟାକରି ବାଇକ୍‌ ଲୁଟ୍‌ କରିଥିବା ପୋଲିସ ଆଗରେ ସ୍ବୀକାର କରିଥିଲେ। ପରେ ପୋଲିସ ଜଙ୍ଗଲରୁ ଆର୍‌ଆଇଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା। ପରିବାର ଲୋକେ ପହଞ୍ଚତ୍ ମୃତଦେହ ଚିହ୍ନଟ କରିଥିଲେ। ସେତେବେଳେ ମୁଖ୍ୟ ଅଭିଯୁକ୍ତ ସଞ୍ଜୀତ ସାବାଳକ ଥିବାବେଳେ ଅନ୍ୟ ୨ଜଣ ନାବାଳକ ଥିଲେ। ଓରିଏଣ୍ଟ ଥାନା ପୋଲିସ ଆଇପିସି ଦଫା ୩୦୨ରେ ମାମଲା (ନଂ୧୧୬/୧୪) ରୁଜୁକରି ତଦନ୍ତ ଚଳାଇଥିଲା। ପରେ ପୋଲିସ ସଞ୍ଜୀତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତକୁ ଆସିଥିଲା ୮୦ ଲକ୍ଷ ଟଙ୍କା, ଖର୍ଚ୍ଚ କରିପାରିଲେନି ସରପଞ୍ଚ

ଜଳେଶ୍ୱର,୧୧।୮(ଡି.ଏନ.ଏ.): ପଞ୍ଚାୟତରେ ପିଇବାପାଣି, ସ୍ବଚ୍ଛତା, ଆଲୋକୀକରଣ, ରାସ୍ତା ନିର୍ମାଣ ଭଳି ଉନ୍ନତି ମୂଳକ କାର୍ଯ୍ୟ ଲାଗି ଆସିଥିଲା ୮୦,୭୪,୭୯୪ ଟଙ୍କା। କିନ୍ତୁ ଏହାକୁ ଖର୍ଚ୍ଚ କରିପାରିଲେ...

ବାଲିଘାଟରୁ ନିଖୋଜ ବ୍ୟକ୍ତିଙ୍କ ମିଳିଲା ମୃତଦେହ

ବାରଙ୍ଗ,୧୪।୧୦(ଡି.ଏନ୍‌.ଏ.): କଟକ ଜିଲା ତ୍ରିଶୂଳିଆ ନରଣପୁର ବାଲିଘାଟ କୁଆଖାଇରୁ ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ଗୁରୁବାର ଉଦ୍ଧାର କରାଯାଇଛି। ମୃତକ ହେଲେ କୃଷ୍ଣଚନ୍ଦ୍ରପୁର ଗ୍ରାମର...

କରୋନା ମୁକାବିଲା ପାଇଁ ସହାୟତା

ଢେଙ୍କାନାଳ ଅଫିସ, ୨୩।୪: ଢେଙ୍କାନାଳ ଜିଲାର ବିଭିନ୍ନ ଅନୁଷ୍ଠାନ କରୋନା ମୁକାବିଲା ଲାଗି ଅକୁଣ୍ଠ ସହାୟତା ପ୍ରଦାନ କରୁଛନ୍ତି। ବିଧାୟକ ସୁଧୀର ସାମଲଙ୍କ ଉପସ୍ଥିତିରେ ଜିଲା କ୍ରଶର...

ପ୍ରାର୍ଥୀଙ୍କ ପାଇଁ ବିଧାୟକଙ୍କ ପ୍ରଚାର

କଣିହାଁ/ ଅନୁଗୋଳ ଅଫିସ,୫ ।୨ କଣିହାଁ ବ୍ଲକ ୧୦ ନମ୍ବର ଜିଲା ପରିଷଦ ଜୋନ୍‌ ବିଜେଡି ପ୍ରାର୍ଥୀଙ୍କ ପାଇଁ ଶୁକ୍ରବାର ପ୍ରଚାର ଆରମ୍ଭ କରିଛନ୍ତି ପାଲଲହଡ଼ା...

ପୋଲ ଉପରେ ୩ଫୁଟ ବର୍ଷା ପାଣି: ବିଦ୍ୟାଳୟକୁ ଯିବା ଆସିବା ବାଧାପ୍ରାପ୍ତ; ରଶି ଟାଣି ଛାତ୍ରୀଛାତ୍ରଙ୍କୁ ଉଦ୍ଧାର କରାଗଲା

ତେଲକୋଇ, ୯।୮(ଡି.ଏନ.ଏ.)-ତେଲକୋଇ ବ୍ଲକ ଅଧୀନରେ ଥିବା ଓରିଆ ପଞ୍ଚାୟତ ପିଟାନାଳିରେ ରହିଛି ଆଦର୍ଶ ବିଦ୍ୟାଳୟ। ଲଗାଣ ବର୍ଷା ହେଲେ ଘାଟିରୁ ପାଣି ଯାକ ଏହି ନାଳ...

ପାଣି ଚିନ୍ତା, ବର୍ଷା ଉପରେ ଭରସା: ଗଞ୍ଜାମ ଜିଲାରେ ଖରିଫ ଫସଲ

ଛତ୍ରପୁର,୫ା୭(ଡି.ଏନ.ଏ.)- ଗଞ୍ଜାମ ଜିଲାରେ ଚଳିତବର୍ଷ ହେବାକୁ ଥିବା ଖରିଫ୍‌ ଫସଲ ପାଇଁ ଚାଷୀଙ୍କୁ ପାଣି ଚିନ୍ତା ଘାରିଛି। ଜିଲାରେ ହେଉଥିବା ଖରିଫ ଫସଲକୁ ଜଳସେଚନର ଅଭାବ...

ସାଧୁତା, ସଚ୍ଚୋଟତାର ସହ ଦାୟିତ୍ୱ ପାଳନ କର: ଡିଜିପି

କଟକ ଅଫିସ,୮ା୧୧:ଜନସାଧାରଣଙ୍କୁ ଉପଯୁକ୍ତ ସେବା ଓ ସୁରକ୍ଷା ପ୍ରଦାନ କରିବା ପୋଲିସର ପ୍ରାଥମିକ କର୍ତ୍ତବ୍ୟ। ନିଜର କର୍ତ୍ତବ୍ୟ ଏବଂ ଦାୟିତ୍ୱକୁ ସାଧୁତା ଓ ସଚ୍ଚୋଟତାର ସହ...

ଗଞ୍ଜାମ ଜିଲାସ୍ତରୀୟ ୧୫୩ତମ ଗାନ୍ଧୀ ଜୟନ୍ତୀ,ପ୍ରତିମୂର୍ତ୍ତି ଉଦ୍‌ଘାଟିତ

ଛତ୍ରପୁର,୨।୧୦(ଡି.ଏନ୍‌.ଏ.): ଗଞ୍ଜାମରେ ଜିଲାସ୍ତରୀୟ ୧୫୩ତମ ଗାନ୍ଧୀ ଜୟନ୍ତୀ ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଜିଲା ସଂସ୍କୃତି ବିଭାଗ...

Advertisement
Archives

Model This Week