୮ ବର୍ଷ ପରେ ଆର୍‌ଆଇ ହତ୍ୟା ମାମଲାର ରାୟ ପ୍ରକାଶ

ଝାରସୁଗୁଡ଼ା ଅଫିସ,୧୧ା୨: ଆର୍‌ଆଇ ଟିକେନାଥ କାଲୋଙ୍କ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଅତିରିକ୍ତ ଜିଲା ଦୌରଜଜ୍‌ ସତ୍ୟବ୍ରତ ମିଶ୍ର ମାମଲାର ବିଚାରକରି ଅଭିଯୁକ୍ତ ବ୍ରଜରାଜନଗର ଗଙ୍ଗାନଗରର ସଞ୍ଜୀତ ଗୁପ୍ତାଙ୍କୁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ରାୟରେ ଉଲ୍ଲେଖ ରହିଛି ୩୯୪, ୩୯୭ ଦଫାରେ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ହଜାର ଟଙ୍କା ଜରିମାନା ଓ ୨୦୧ଦଫାରେ ୫ବର୍ଷ କାରାଦଣ୍ଡ ସହିତ ୩ହଜାର ଟଙ୍କା ଜରିମାନା ରହିଛି। ଆର୍‌ଆଇଙ୍କ ପକ୍ଷରୁ ସରକାରୀ ପବ୍ଲିକ୍‌ ପୋସିକ୍ୟୁଟର (ଏପିପି) ଗଙ୍ଗାଧର ଗଡନାୟକ ମାମଲା ପରିଚାଳନା କରୁଥିଲେ।

ସୂଚନା ମୁତାବକ, ଝାରସୁଗୁଡା ଜିଲା ଲଖନପୁର ବ୍ଲକ୍‌ ବନହରପାଲି ଗ୍ରାମର ଟିକେନାଥ କାଲୋ କିର୍ମିରା ତହସିଲରେ ଆର୍‌ଆଇ ଭାବେ କାର୍ଯ୍ୟରତ ଥିଲେ। ୨୦୧୪ରେ ସେ କିର୍ମିରାରୁ ବାଇକ୍‌ରେ ଫେରୁଥିବାବେଳେ ଗାନ୍ଧୀଛକ-ବେଲପାହାଡ ୪୯ନଂ ଜାତୀୟ ରାଜପଥ ଆମ୍ବଦରହ ନିକଟରେ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇଥିଲେ। ପରେ ତାଙ୍କୁ ରାସ୍ତା ପାର୍ଶ୍ୱ ଜଙ୍ଗଲକୁ ନେଇ ଛୁରିଭୂଷି ହତ୍ୟାକରି ତାଙ୍କ ନିକଟରୁ ବାଇକ୍‌, ମୋବାଇଲ୍‌ ଓ ଟଙ୍କା ଆଦି ଲୁଟିନେଇଥିଲେ। ପୁଅ ଘରେ ନ ପହଞ୍ଚତ୍ବାରୁ ପରିବାର ଲୋକେ ପ୍ରଥମେ ବନହରପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣାର ୪ଦିନ ପରେ ଓରିଏଣ୍ଟ ଥାନା ପୋଲିସ ୪୯ନଂ ଜାତୀୟ ରାଜପଥରେ ଯାନବାହନ ଯାଞ୍ଚ କରୁଥିବା ବେଳେ ଏକ ବାଇକ୍‌ର କାଗଜପତ୍ର ଯାଞ୍ଚ କରି ତାହା ଆର୍‌ଆଇ ଟିକେନାଥଙ୍କ ନାମରେ ଥିବା ଜାଣିଥିଲେ। ବାଇକ୍‌ ଚଳାଉଥିବା ଯୁବକ ସଞ୍ଜୀତ ଗୁପ୍ତାଙ୍କୁ ପୋଲିସ ଜେରା କଲାବେଳେ ସେ ୩ଜଣ ମିଶି ଆର୍‌ଆଇଙ୍କୁ ହତ୍ୟାକରି ବାଇକ୍‌ ଲୁଟ୍‌ କରିଥିବା ପୋଲିସ ଆଗରେ ସ୍ବୀକାର କରିଥିଲେ। ପରେ ପୋଲିସ ଜଙ୍ଗଲରୁ ଆର୍‌ଆଇଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା। ପରିବାର ଲୋକେ ପହଞ୍ଚତ୍ ମୃତଦେହ ଚିହ୍ନଟ କରିଥିଲେ। ସେତେବେଳେ ମୁଖ୍ୟ ଅଭିଯୁକ୍ତ ସଞ୍ଜୀତ ସାବାଳକ ଥିବାବେଳେ ଅନ୍ୟ ୨ଜଣ ନାବାଳକ ଥିଲେ। ଓରିଏଣ୍ଟ ଥାନା ପୋଲିସ ଆଇପିସି ଦଫା ୩୦୨ରେ ମାମଲା (ନଂ୧୧୬/୧୪) ରୁଜୁକରି ତଦନ୍ତ ଚଳାଇଥିଲା। ପରେ ପୋଲିସ ସଞ୍ଜୀତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri