Posted inଜାତୀୟ

ସୋସିଆଲ ମିଡିଆରେ ୮ ବର୍ଷ ଝିଅର ବିବାହ ଖବର ଭାଇରାଲ, ନୋଟିସ ଜାରି କଲା ଏନ୍‌ସିପିସିଆର, ପରେ ଜଣା ପଡ଼ିଲା ସତ

ପାଟଣା,୨୯ା୫: ବିହାରର ନଓ୍ବାଡା ଜିଲାର ବାରିସଲିଙ୍ଗଜ ଥାନା ଅନ୍ତର୍ଗତ ମଞ୍ଜୋର ଗାଁରେ ଏକ ବିବାହର ଫଟୋ ଖୁବ୍‌ ତୀବ୍ର ବେଗରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଟୁଇଟରରେ ଏହି ବିବାହ ଫଟୋ ଭାଇରାଲ ହେବା ପରେ ପୋଲିସର ସନ୍ଦେହ ହୋଇଥିଲା। ଜିଲା ପ୍ରଶାସନ ଅଧିକାରୀମାନେ ଏହି ଘଟଣା ସମ୍ପର୍କରେ ଜାଣି ଗାଁରେ ପହଞ୍ଚି ଅନୁସନ୍ଧାନ କରିଥିଲେ।

ଗ୍ରାମବାସୀ କହିଛନ୍ତି, ଏହି ଝିଅଟିର ପ୍ରାୟ ମାସେ ୨ ମାସ ପୂର୍ବରୁ ଲାଖିସରାଇରେ ବିବାହ ହୋଇଥିଲା। ଝିଅର ମାମୁଘର ଜାମୁଇ ଜିଲାର ସିକନ୍ଦର ପୋଲିସ ଷ୍ଟେଶନର ଅକୌନି ଗାଁରେ ରହୁଛନ୍ତି। ମଞ୍ଜୋରରେ ଝିଅର ନିଜସ୍ବ ଘର ଅଛି। ମାତ୍ର ସେଠାରେ କେହି ରୁହନ୍ତି ନାହିଁ। ଏଥିସହିତ ଝିଅଟିର ବୟସ ବିଷୟରେ ଯାହା କୁହାଯାଉଛି ତାହା ସମ୍ପୂର୍ଣ୍ଣ ଭୁଲ ଅଟେ। ଯେଉଁମାନେ ଏହାକୁ ଟୁଇଟରରେ ଭୁଲ ପୋଷ୍ଟ କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍‌।

ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏନ୍‌ସିପିସିଆର୍‌) ଅଧ୍ୟକ୍ଷ ପ୍ରିୟଙ୍କ କାନୁନ୍‌ଗୋ ଏହି ପ୍ରସଙ୍ଗରେ ଏକ ନୋଟିସ୍‌ ଜାରି କରିଛନ୍ତି। ସେ ନିଜ ଟୁଇଟର ପେଜ୍‌ରେ ଲେଖିଛନ୍ତି, ନଓ୍ବାଡାରେ ବାଲ୍ୟ ବିବାହ ସମ୍ପର୍କରେ ସୋସିଆଲ ମିଡିଆରୁ ମିଳିଥିବା ଅଭିଯୋଗକୁ ଗ୍ରହଣ କରି ଏନ୍‌ସିପିସିଆର ଏକ ବିଜ୍ଞପ୍ତି ଜାରି କରିଛି। ଦୋଷୀମାନଙ୍କୁ ଯେକୌଣସି ପ୍ରକାରେ ଦଣ୍ଡିତ କରାଯିବ ବୋଲି ଆୟୋଗ ପ୍ରତିଶ୍ରୁତି ବଦ୍ଧ। ଦୟାକରି ଶିଶୁର ଫଟୋ ଅପ୍‌ଲୋଡ ଏବଂ ଶେୟାର କରି ନିୟମ ଉଲ୍ଲଂଘନ କରନ୍ତୁ ନାହିଁ ବୋଲି ପ୍ରିୟଙ୍କ କହିଛନ୍ତି।

କହିରଖୁଛୁ ଯେ, ମଞ୍ଜୋର ଗାଁର ବାସିନ୍ଦା ପଓ୍ବନ ସିଂଙ୍କ ଝିଅ ୨ ମାସ ତଳେ ଲାଖିସରାଇ ମନ୍ଦିରରେ ବିବାହ କରିଥିଲେ। ଗ୍ରାମବାସୀ କହିଛନ୍ତି, କୌଣସି ବିବାହ ଉତ୍ସବ ଆୟୋଜନ କରାଯାଇନାହିଁ। ଝିଅର ଆଧାରକାର୍ଡ ମଧ୍ୟ ସାମ୍ନାକୁ ଆସିଛି। ଆଧାରକାର୍ଡ ଅନୁଯାୟୀ, ତାଙ୍କ ଜନ୍ମ ୨୦୦୨ରେ। ଅର୍ଥାତ୍‌ ତାଙ୍କୁ ବର୍ତ୍ତମାନ ୧୯ ବର୍ଷ। ଯାହାକି ବିବାହ ବୟସ ହୋଇସାରିଛି। ସେ ଜଣେ ସାବାଳିକା।

ମାତ୍ର ଟୁଇଟରେ ଏକ ପୋଷ୍ଟ ଦେଖିବାକୁ ମିଳିଥିଲା। ଯେଉଁଥିରେ ଲେଖାଥିଲା ନଓ୍ବଡାର ଜଣେ ୮ବର୍ଷର ଝିଅକୁ ୨୮ ବର୍ଷ ବର ସହ ବିବାହ କରାଯାଉଛି। ଏହି ଘଟଣା ଜାଣିବା ପରେ ଡିଏଏମ୍‌ ଏକ ଟିମ୍‌ ଗଠନ କରି ସଦର ଏସଡିଓ, ଡିଏସ୍‌ପି ଏବଂ ଥାନା ପ୍ରଭାରୀଙ୍କୁ ଯାଞ୍ଚ ପାଇଁ ଗାଁକୁ ପଠାଇଥିଲେ। ଯାଞ୍ଚ ପରେ ସତକଥା ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri