Posted inଖେଳ

୮ରୁ ଅଲ୍‌ ଓଡ଼ିଶା ନାଲ୍‌କୋ ଟେନିସ୍‌

ଭୁବନେଶ୍ୱର,୪ା୧୨ (ସରୋଜ ଜେନା): ଭୁବନେଶ୍ୱର ଜିଲା ଟେନିସ ସଂଘ(ବିଡିଟିଏ) ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ୨୨ତମ ଅଲ୍‌ ଓଡ଼ିଶା ନାଲ୍‌କୋ ଟେନିସ୍‌ ଟୁର୍ନାମେଣ୍ଟ। ଡିସେମ୍ବର ୮-୧୦ ମଧ୍ୟରେ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ୯ ବର୍ଗରେ ୩୦୦ରୁ ଅଧିକ ଖେଳାଳି ଭାଗ ନେବାକୁ ଥିବାବେଳେ ମୋଟ ୪ ଲକ୍ଷ ୩୨ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ରବିବାର ଏ ସମ୍ପର୍କିତ ଏକ ଖବରଦାତା ସମ୍ମିଳନୀରେ ଯୋଗଦେଇ ବିଡିଟିଏ ସମ୍ପାଦକ ଶାଶ୍ୱତ ମିଶ୍ର କହିଥିଲେ, କୋଭିଡ୍‌ କାରଣରୁ ୩ ବର୍ଷ ବନ୍ଦ ରହିବା ପରେ ଏହି ଟୁର୍ନାମେଣ୍ଟ ପୁନର୍ବାର ଆରମ୍ଭ ହେବାକୁ ଯାଉଛି। ନାଲ୍‌କୋ ଏହାର ମୁଖ୍ୟ ପ୍ରାୟୋଜକ ରହିଥିବା ବେଳେ ଓଏମ୍‌ସି ଓ ଟାଟା ଷ୍ଟିଲ ସହ ପ୍ରାୟୋଜକ ରହିଛନ୍ତି। ତେଣୁ ଅଲ ଓଡ଼ିଶା ଟେନିସ ଟୁର୍ନାମେଣ୍ଟ ସହ ନାଲ୍‌କୋକୁ ଯୋଡା ଯାଇଛି। ବିଡିଟିଏ ସହ ନାଲ୍‌କୋ ୫ ବର୍ଷ ପାଇଁ ପ୍ରାୟୋଜକ ଚୁକ୍ତି ସ୍ବାକ୍ଷର କରିଛି। ୧୪ ବର୍ଷରୁ କମ୍‌ ବାଳକ-ବାଳିକା, ୧୮ ବର୍ଷରୁ କମ ବାଳକ, ମହିଳା ଓପନ, ପୁରୁଷ ଓପନ, ପୁରୁଷ ଡବଲ୍ସ, ପୁରୁଷ ଭେଟେରାନ(୪୦ ବର୍ଷରୁ ଊର୍ଦ୍ଧ୍ୱ) ଡବଲ୍ସ, ପୁରୁଷ ଭେଟେରାନ(୫୦ ବର୍ଷରୁ ଊର୍ଦ୍ଧ୍ୱ) ଏବଂ ପୁରୁଷ ଭେଟେରାନ (୬୦ ବର୍ଷରୁ ଊର୍ଦ୍ଧ୍ୱ) ଆଦି ୯ ବର୍ଗରେ ୩୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ସିଙ୍ଗଲ୍ସ ବୟସ ବର୍ଗରେ ୨୦୦ ଟଙ୍କା, ପୁରୁଷ ଓ ମହିଳା ବର୍ଗର ଓପନ ନିମନ୍ତେ ୩୦୦ ଟଙ୍କା ଏବଂ ଭେଟେରାନ ଡବଲ୍ସ ନିମନ୍ତେ ୫୦୦ ଟଙ୍କା ପ୍ରବେଶିକା ଫି ପ୍ରତିଯୋଗୀଙ୍କ ନିମନ୍ତେ ଧାର୍ଯ୍ୟ କରାଯାଇଛି। ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରବିବାର କଳିଙ୍ଗ ଷ୍ଟାଡିୟମସ୍ଥିତ ଟେନିସ ସେଣ୍ଟରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିଡିଟିଏ ସମ୍ପାଦକ ଶାଶ୍ୱତ ମିଶ୍ର, କୋଷାଧ୍ୟକ୍ଷ ଅଜୟ ସାହୁ, ଦେବୀ ବିଶ୍ୱାଳ ଏବଂ ସରୋଜ ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିତା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri