୮ ଶିଳ୍ପୀ ପାଇବେ ‘ରାଜ୍ୟ ଚାରୁକଳା ପୁରସ୍କାର’

ଭୁବନେଶ୍ୱର,୧୫।୯(ବ୍ୟୁରୋ): ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ୨୦୨୨ ମସିହା ପାଇଁ ‘୪୦ତମ ରାଜ୍ୟ ଚାରୁକଳା ପୁରସ୍କାର’ ବୁଧବାର ଘୋଷଣା କରାଯାଇଛି। ୮ଜଣ ଶିଳ୍ପୀ ଏହି ପୁରସ୍କାର ପାଇବେ। ସେମାନେ ହେଲେ ଭାସ୍କର୍ଯ୍ୟରେ ଶିଳ୍ପୀ ପ୍ରତାପ ଚନ୍ଦ୍ର ଜେନା ଓ ଅଶାନ୍ତ ଦାସ, ମୁଦ୍ରଣ କଳାରେ ରବି ନାରାୟଣ ଗୁପ୍ତା ଓ ଟୁକୁନା ଡାକୁଆ, ଚିତ୍ରକଳାରେ ଅମିତ କୁମାର ଓଝା ଓ ସୀତିକାନ୍ତ ସାମନ୍ତସିଂହାର ଏବଂ ପାରମ୍ପରିକ ଚିତ୍ରରେ ରୋନିବାଳା ମହାପାତ୍ର ଓ ନିରଞ୍ଜନ ମୁଖୀ। ଏକ ସ୍ବତନ୍ତ୍ର ଉତ୍ସବରେ ମନୋନୀତ ଶିଳ୍ପୀମାନଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି, ତାମ୍ର ଫଳକ, ପ୍ରମାଣ ପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯିବ। ଏହି ଅବସରରେ ଶିଳ୍ପୀଙ୍କ ଶ୍ରେଷ୍ଠ କଳାକୃତିଗୁଡ଼ିକର ଏକ ରଙ୍ଗିନ ଚିତ୍ରପୁସ୍ତିକା ମଧ୍ୟ ଉନ୍ମୋଚନ କରାଯିବ ବୋଲି ବୁଧବାର ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ୪୦ତମ ରାଜ୍ୟସ୍ତରୀୟ ଚାରୁକଳା ପ୍ରଦର୍ଶନୀ ନିମନ୍ତେ ଓଡ଼ିଶାର ଶିଳ୍ପୀଙ୍କଠାରୁ କଳାକୃତିର ଫଟୋଗ୍ରାଫ୍‌ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟ ବିଚାରକମଣ୍ଡଳୀଙ୍କ ସୁପାରିସ ଅନୁସାରେ ୧୭୩ଜଣ ଶିଳ୍ପୀଙ୍କ କଳାକୃତିକୁ ଚୂଡାନ୍ତ ପର୍ଯ୍ୟାୟ ପାଇଁ ମନୋନୀତ କରାଯାଇଥିଲା। ପରେ ଦେଶର ବିଶିଷ୍ଟ ଶିଳ୍ପୀଙ୍କୁ ନେଇ ୫ ଜଣିଆ ବିଚାରକ ମଣ୍ଡଳୀ ୮ ଜଣ ଶିଳ୍ପୀଙ୍କୁ ସେମାନଙ୍କର ଶ୍ରେଷ୍ଠ କୃତି ପାଇଁ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ ନିମନ୍ତେ ସୁପାରିଶ କରିଥିଲେ। ଉକ୍ତ ଚୂଡାନ୍ତ ତାଲିକା ଏକାଡେମୀର କାର୍ଯ୍ୟକାରୀ ସମିତି ବୈଠକରେ ଅନୁମୋଦନ ପାଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ଦ୍ୱାରା ଏକାଡେମୀ ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଉପସଭାପତି ଶ୍ରୀନିବାସ ପଢିଆରୀ, କାର୍ଯ୍ୟକାରୀ କମିଟି ସଦସ୍ୟ ମହେନ୍ଦ୍ର ପ୍ରସାଦ ମହାପାତ୍ର, ଗଜେନ୍ଦ୍ର ପ୍ରସାଦ ସାହୁ, ଅକ୍ଷୟ କୁମାର ସାମଲ ଓ ଶ୍ୟାମ ସୁନ୍ଦର ମେହେରଙ୍କ ଉପସ୍ଥିତିରେ ରାଜ୍ୟ ପୁରସ୍କାର ଘୋଷଣା କରାଯାଇଛି। ଏକାଡେମୀର ସଚିବ ପଞ୍ଚାନନ ସାମଲ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri