Posted inଜାତୀୟ

ବିଭବଙ୍କୁ ଖୋଜୁଛି ୮ ପୋଲିସ ଟିମ୍‌

ନୂଆଦିଲ୍ଲୀ,୧୮ା୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ସହଯୋଗୀ ବିଭବ କୁମାରଙ୍କ ବିରୋଧରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ରାଜ୍ୟ ସଭା ସଦସ୍ୟା ସ୍ବାତୀ ମାଲିଓ୍ବାଲ ଆଣିଥିବା ସଙ୍ଗିନ ଅଭିଯୋଗ ନିର୍ବାଚନ ବେଳେ ରାଜନୈତିକ ଝଡ଼ ସୃଷ୍ଟି କରିଛି। ଦିଲ୍ଲୀ ପୋଲିସ ଏବଂ ଫରେନ୍‌ସିକ୍‌ ଟିମ୍‌ ଶୁକ୍ରବାର ସିଲିଲ୍‌ ଲେନ୍‌ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ପହଞ୍ଚତ୍ ତନାଘନା ଚଳାଇଛି। ଅପରାଧର ସିନ୍‌ ରିକ୍ରିଏଟ୍‌ କରିବା ପାଇଁ ସ୍ବାତୀଙ୍କୁ ମଧ୍ୟ ସେଠାକୁ ନିଆଯାଇଥିଲା। ଅନ୍ୟପକ୍ଷେ ବିଭବ ସ୍ବାତୀଙ୍କ ବିରୋଧରେ ପାଲଟା ଆକ୍ରମଣ ଅଭିଯୋଗ ଆଣିଛନ୍ତି।
ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ତିସ୍‌ ହଜାରି କୋର୍ଟରେ ପହଞ୍ଚତ୍ ନିଜ ବୟାନ ରେକର୍ଡ କରାଇଛନ୍ତି। ତାଙ୍କ ବୟାନ ଆଧାରରେ ବିଭବଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଜାତୀୟ ମହିଳା କମିଶନ (ଏନ୍‌ସିଡବ୍ଲ୍ୟୁ) ବିଭବଙ୍କୁ ନୋଟିସ କରିଥିବାବେଳେ ସେ ହାଜର ହୋଇ ନ ଥିଲେ। ତେଣୁ ଏନ୍‌ସିଡବ୍ଲ୍ୟୁ ଅଭିଯୁକ୍ତ ତାଙ୍କୁ ଦ୍ୱିତୀୟ ଥର ନୋଟିସ କରିଛନ୍ତି। ଦିଲ୍ଲୀ ପୋଲିସ ଅପରାହ୍ନରେ ବିଭବଙ୍କ ଘରକୁ ଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ ପାଇ ନ ଥିଲା। ତାଙ୍କୁ ଧରିବା ପାଇଁ ୮ଟି ଟିମ୍‌ ଗଠନ କରାଯାଇଛି। ବିଭବ ପଞ୍ଜାବକୁ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି। କାଳେ ସେ ମହାରାଷ୍ଟ୍ରକୁ ଚାଲିଯାଇଥିବେ ମନେକରି ସେଠାକାର ପୋଲିସ ସହ ଦିଲ୍ଲୀ ପୋଲିସ ଯୋଗାଯୋଗ କରିଛି। କେଜ୍‌ରିଓ୍ବାଲଙ୍କ ବାସଭବନରେ ପୋଲିସ ଅପରାହ୍ନ ୪ଟା ୪୫ରୁ ରାତି ପର୍ଯ୍ୟନ୍ତ ତଦନ୍ତ ଚଳାଇଥିଲା। ସେଠାରେ ସ୍ବାତୀ ତାଙ୍କ ସହ ଘଟିଥିବା ସବୁ ଘଟଣା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ବତାଇଥିଲେ। ପୋଲିସ ଟିମ୍‌ ୮ ସିସିଟିଭି କ୍ୟାମେରାରୁ ଫୁଟେଜ୍‌ ସଂଗ୍ରହ କରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନର କେତେଜଣ ସୁରକ୍ଷା କର୍ମୀଙ୍କ ମଧ୍ୟ ବୟାନ ରେକର୍ଡ କରିଛି।
ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କୁ ଭେଟିବା ପାଇଁ ଗତ ୧୩ ତାରିଖରେ ତାଙ୍କ ବାସଭବନକୁ ଯାଇଥିବାବେଳେ ଡ୍ରଇଂରୁମ୍‌ରେ ସୁରକ୍ଷା କର୍ମୀଙ୍କ ସହ ଯୁକ୍ତିତର୍କ ବେଳର ୫୨ ସେକେଣ୍ଡ ବିଶିଷ୍ଟ ଏକ ଭିଡିଓ କ୍ଲିପ୍‌ ଭାଇରାଲ ହେବାରେ ଲାଗିଛି। ସୁରକ୍ଷା କର୍ମୀମାନେ ତାଙ୍କୁ ସେଠାରୁ ଚାଲିଯିବା ପାଇଁ କହୁଥିବାବେଳେ ସ୍ବାତୀ ପୋଲିସକୁ ଫୋନ୍‌ କରୁଥିବା ଏଥିରେ ଦେଖିବାକୁ ମିଳିଛି। ଏହି ଅଭାବନୀୟ ଘଟଣା ପରେ ସ୍ବାତୀ ଟୁଇଟ୍‌ କରିଥିଲେ, ଜଣେ ‘ପଲିଟିକାଲ ହିଟ୍‌ମ୍ୟାନ୍‌’ (କେଜ୍‌ରିଓ୍ବାଲ)ଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ଲୋକେ ଆକ୍ରମଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସୁ ଆସୁ ଆକ୍ସନ ମୋଡ୍‌ରେ ଅନୁ ଗର୍ଗ: ନିଯୁକ୍ତି ପ୍ରକ୍ରିୟାକୁ ନେଇ କହିଲେ…

ଭୁବନେଶ୍ୱର,୫ା୧(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ବଜେଟରେ ଯେଉଁ ଅର୍ଥ ଭିତ୍ତିଭୂମି ତଥା କାର୍ଯ୍ୟକ୍ରମ ବାବଦରେ ରଖାଯାଉଛି ତାହାକୁ ତ୍ୱରିତ ଭାବରେ ଖର୍ଚ୍ଚ କର। ଏହାସହିତ ଇଂଲିଶ...

ଖୋର୍ଦ୍ଧାରେ ଜଣ୍ଡିସ୍‌ ଆତଙ୍କ: ଅନୁଧ୍ୟାନ ପାଇଁ ଗଲା ଜନସ୍ବାସ୍ଥ୍ୟ ଟିମ୍‌

ଭୁବନେଶ୍ୱର/ଖୋର୍ଦ୍ଧା,୫ା୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜବାହର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ବ୍ୟାପିବା ଘଟଣା ପରେ ଭୁବନେଶ୍ୱରରୁ ଜନସ୍ବାସ୍ଥ୍ୟ ବିଭାଗର ୩ ଜଣିଆ ଟିମ୍‌ ବିଦ୍ୟାଳୟକୁ ଯାଇଛନ୍ତି। ଏନେଇ...

ଦୁଇ ଝିଅ ପରେ ପୁଣିଥରେ ପିତା ହେଲେ Ambati Rayudu

ନୂଆଦିଲ୍ଲୀ,୫।୧: ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଷ୍ଟାର ବ୍ୟାଟସମ୍ୟାନ ଅମ୍ବାତି ରାୟୁଡୁ ଏବଂ ତାଙ୍କ ପତ୍ନୀ ଚେନ୍ନୁପାଲ୍ଲି ବିଦ୍ୟା ଏକ ପୁତ୍ର ସନ୍ତାନକୁ ସ୍ବାଗତ କରିଛନ୍ତି।...

ସ୍ବାସ୍ଥ୍ୟସେବାରେ ଅପହଞ୍ଚ ୩୧୬ ଗାଁ: ବୋଟ-ବାଇକ୍‌ ଆମ୍ବୁଲାନ୍ସ ହିଁ ସାହା ଭରସା

ଭବାନୀପାଟଣା,୫।୧(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାକୁ ଆକାଂକ୍ଷୀ ଜିଲାଭାବେ ସରକାର ଚୟନ କରିଛନ୍ତି। ତେବେ ପଛୁଆ ଅଞ୍ଚଳର ସାମୂହିକ ବିକାଶ ସହିତ ଲୋକଙ୍କ ଖାଦ୍ୟ ସୁରକ୍ଷା, ପରିବହନ...

Delhi Riots: ସରଜିଲ୍‌ ଇମାମ୍‌ ଓ ଉମର ଖାଲିଦଙ୍କୁ ମିଳିଲାନି ଜାମିନ, ଆଉ ୫ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟ….

ନୂଆଦିଲ୍ଲୀ,୫।୧: ଦିଲ୍ଲୀ ଦଙ୍ଗା ସହିତ ଜଡିତ ଅଭିଯୋଗରେ ଗତ ପାଞ୍ଚ ବର୍ଷ ଧରି ଜେଲରେ ଥିବା ଉମର ଖାଲିଦ ଏବଂ ସରଜିଲ୍‌ ଇମାମ୍‌ଙ୍କୁ ସୁପ୍ରିମକୋର୍ଟରୁ ଏକ...

କାରକୁ ଧକ୍କା ଦେଲା ଟ୍ରକ: ଜାତୀୟ ରାଜପଥରେ ଘଟିଗଲା…

ଧର୍ମଶାଳା,୫।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନେଉଳପୁର ନିକଟରେ ଏକ କାରକୁ ଟ୍ରକ ଧକ୍କା ଦେଇଛି, ଯାହା...

ପିକନିକ୍‌ କରିବାକୁ ଯାଇଥିଲେ, ଗାଧୋଉଥିବାବେଳେ ଖସିଗଲା ଗୋଡ଼: ୧୮ ଘଣ୍ଟା ପରେ…

ମୋହନା,୫।୧(ମନ୍ମଥ ମିଶ୍ର): ମାଙ୍କଡଡିଆଁ ଜଳପ୍ରପାତରୁ ଯୁବକଙ୍କ ମୃତଦେହ ଉଦ୍ଧାର। ପର୍ଯ୍ୟଟନ ଋତୁ ଚାଲିଥିବାବେଳେ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳୁଛି। ଯାହା ଫଳରେ ରବିବାର...

ପ୍ରମିଳା ମଲ୍ଲିକଙ୍କ ଘରେ ଯାଜପୁର ବିଜେଡି ନେତାଙ୍କ ବଡ଼ ବୈଠକ, ଏକାଠି ହେଲେ…

ଭୁବନେଶ୍ବର,୫ା୧: ପ୍ରମିଳା ମଲ୍ଲିକଙ୍କ ଘରେ ଯାଜପୁର ବିଜେଡି ନେତାଙ୍କ ମେଳି । ଆଜି ତାଙ୍କର ଭୁବନେଶ୍ବର ସରକାରୀ ବାସଭବନରେ ଯାଜପୁରର ବିଜେଡି ନେତାମାନେ ଏକାଠି ହୋଇଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri