ସୁନ୍ଦରଗଡ଼ର ୮ଖେଳାଳି ଖେଳିବେ ଜାତୀୟ କିକ୍‌ବକ୍ସିଂ

ବଡ଼ଗାଁ, ୧୩।୮(ଡି.ଏନ୍‌.ଏ.): ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଖେଳ ପ୍ରତିଭାର ଅଭାବ ନାହିଁ। କିନ୍ତୁ ଗ୍ରାମାଞ୍ଚଳରେ ଥିବା ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କୁ ପ୍ରସ୍ତୁତ କରିବାର ବ୍ୟବସ୍ଥା କରାଯାଉ ନ ଥିବାରୁ ଅନେକ ପ୍ରତିଭା ସମ୍ପନ୍ନ ଖେଳାଳି ବଣମଲ୍ଲି ଭଳି ରହି ଯାଉଛନ୍ତି। ହେଲେ ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ବ୍ଲକର ଯୋଗୀମାଲଠାରେ ଥିବା ଜନସେବା ସମିତି ସଙ୍ଗଠନ ପକ୍ଷରୁ ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କୁ ତାଲିମ ଦେବା ବ୍ୟବସ୍ଥା କରିଥିବାରୁ ଏଯାଏ ୫୦ରୁ ଊର୍ଦ୍ଧ୍ୱ ଖେଳାଳି ବକ୍ସିଂ, କିକ୍‌ବକ୍ସିଂ, ଉଷୁ ଆଦିରେ ଜାତୀୟସ୍ତରରେ ଖେଳି କୃତିତ୍ୱ ଅର୍ଜନ କରିଛନ୍ତି। ଚଳିତବର୍ଷ ତାମିଲନାଡୁର ଚେନ୍ନାଇସ୍ଥିତ ନେହେରୁ ଷ୍ଟାଡିୟମରେ ଆସନ୍ତା ୧୮ରୁ ୨୨ତାରିଖ ପର୍ଯ୍ୟନ୍ତ ଜାତୀୟ କିକ୍‌ ବକ୍ସିଂରେ ଜନସେବା ସମିତିର ୮ଜଣ ଖେଳାଳି ଅଂଶଗ୍ରହଣ କରିବେ। ସେମାନେ ହେଲେ ସୁନ୍ଦରଗଡ ଜିଲା ବିଲେଇଗଡ଼ର ବିକାଶ କୁଆ, କ୍ଷୀରୋଦ ବାଗ, ରସାନନ୍ଦ ମହାନନ୍ଦିଆ, ଯୋଗିମାଲର ଲିପ୍ସା ଷଡଙ୍ଗୀ, ପଣ୍ଡରିପାନୀ ଗାଁର ସୁସ୍ମିତା ଏକା, ଶରଧାପାଲି ଗାଁର ସୋନାଲି ପଟେଲ, ଓ ବଡ଼ଗାଁ ବ୍ଲକ ବରଙ୍ଗାକଛାର ଗାଁର ଖ୍ରୀଷ୍ଟିନା କାଣ୍ଡୁଲାନା। ବାପା ପ୍ରଦୀପ କାଣ୍ଡୁଲାନା ଓ ମା’ ଫ୍ଲୋରେନସିଆଙ୍କ ୪ଝିଅ ମଧ୍ୟରୁ ଖ୍ରିଷ୍ଟିନା ସାନଝିଅ। ଛୋଟ ବୟସରୁ ଖେଳ ପ୍ରତି ରୁଚି ରଖୁଥିବା ଖ୍ରୀଷ୍ଟିନା ସ୍କୁଲ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଉଥିଲେ। ହାଇସ୍କୁଲ ପଡୁଥିଲାବେଳେ ୨୦୧୭ରେ ଯାଜ୍ଞସେନୀ ସିଂଙ୍କ ଠାରୁ ବକ୍ସିଂ ତାଲିମ ନେଇଥିଲେ। ଜନସେବା ସମିତିର କର୍ମକର୍ତ୍ତା ରୂପକ ପ୍ରସାଦ ଖ୍ରୀଷ୍ଟିନାଙ୍କ ଖେଳ ଦେଖି ସୁନ୍ଦରଗଡ଼ ଷ୍ଟାଡିୟମରେ କୋଚିଂ ବ୍ୟବସ୍ଥା କରିଛନ୍ତି। ଖ୍ରୀଷ୍ଟିନା ବର୍ତ୍ତମାନ ଟାଙ୍ଗରପାଲି ବ୍ଲକର ଶରଧାପାଲି କଲେଜରେ ସ୍ନାତକ ଶେଷ ବର୍ଷ ଛାତ୍ରୀ। ୨୦୧୭ ମସିହାରେ ସ୍କୁଲ ସ୍ତରୀୟ ଜାତୀୟ ବକ୍ସିଂ ଡେରାଡୁନରେ ,୨୦୧୮ରେ ବକ୍ସିଂ ଫେଡେରେସନ ପକ୍ଷରୁ ପଞ୍ଜାବର ଜଳନ୍ଦର୍‌ରେ ଖେଳିଥିଲେ। ୨୦୨୦ରେ ମହାରାଷ୍ଟ୍ରରେ ଆଷ୍ଟାଡିଓ ଆଖଡାରେ ସ୍ବର୍ଣ୍ଣ ପଦକ ପାଇଥିଲେ। ଚେନ୍ନାଇରେ ୧୮ତାରିଖରୁ ହେବାକୁ ଥିବା ଜାତୀୟ କିକ୍‌ ବକ୍ସିଂରେ ସେ ଅଂଶଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରଲର: ଜାତୀୟ ରାଜପଥ ରକ୍ତଚଞ୍ଜିତ

ବଣାଇଁ, ୬।୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ଗମଲେଇ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ କିଛି ସମୟ ପୂର୍ବରୁ ଘଟିଛି ଏକ ମର୍ମନ୍ତୁଦ...

ଅସ୍ତ୍ର ଚୋରାଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ରାଉରକେଲା,୨।୧୨(ସଂଗୀତା ଜେନା): ରାଉରକେଲା ବ୍ରାହ୍ମଣୀତରଙ୍ଗ ପୋଲିସ ଏକ ଅବୈଧ ଅସ୍ତ୍ର କାରବାରର ପର୍ଦ୍ଦାଫାସ କରି ଜଣେ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ଦୁଇଟି ଦେଶୀ...

ମିଳିଲା ଜିଆରପି କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା,୧।୧୨(ସଂଗୀତା ଜେନା): ରାଉରକେଲା ରେଳବାଇ ପୋଲିସ ଅଧୀକ୍ଷକ (ଏସଏସପି) କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ଜିଆରପି କନଷ୍ଟେବଳ  ରବିବାର ରାତିରେ ନିଜ ଘରେ ଫାଶୀ ଦେଇ ଆତ୍ମହତ୍ୟା...

ସକାଳୁ ସକାଳୁ ଏନ୍‌କାଉଣ୍ଟର: ଜଣେ ନୁହେଁ ଏକାବେଳକେ ତିନି ତିନି ଜଣଙ୍କ ଦେହରେ ବାଜିଲା ଗୁଳି

ରାଉରକେଲା,୨୩।୧୧(ସଂଗୀତା ଜେନା): ସକାଳୁ ସକାଳୁ ବଡ଼ ଧରଣର ଏନ୍‌କାଉଣ୍ଟର। ଜଣଙ୍କୁ ନୁହେଁ ଏକାବେଳକେ ତିନି ତିନି ଜଣଙ୍କ ଦେହରେ ବାଜିଲା ଗୁଳି। ଏଭଳି ଘଟଣା ଘଟିଛି...

ରାଉରକେଲା NIT’ର କୃତିତ୍ୱ: ଲ୍ୟାଣ୍ଡ୍‌ ମ୍ୟାପିଂ ପାଇଁ ସ୍ବୟଂଚାଳିତ ଡ୍ରୋନ୍‌

ରାଉରକେଲା, ୨୧।୧୧(ସଙ୍ଗୀତା ଜେନା): ରାଉରକେଲାର ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)ର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଭାରତର ପ୍ରଥମ ସ୍ବୟଂଚାଳିତ ଡ୍ରୋନ ସିଷ୍ଟମ...

ପୋଲିସକୁ ଡକାୟତଙ୍କ ଖୋଲା ଚ୍ୟାଲେଞ୍ଜ:ପୁଣି କୋଇଡା ଛାତି ଉପରୁ ସଶସ୍ତ୍ର ଲୁଟ , ବନ୍ଧୁକ ଦେଖାଇ…

ବଣାଇଁ,୨୦।୧୧(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ତଥା ବଣାଇଁ ଉପଖଣ୍ଡ ଖଣି ଅଞ୍ଚଳ କୋଇଡାରେ ପୁଣି ଗତ ରାତିରେ ଏକ ଘରୋଇ ପରିବହନ ସଂସ୍ଥା ମା ତାରିଣୀ...

୨ ହାତୀ ଲଢେଇରେ ଚାଲିଗଲା ଯୁବକଙ୍କ ଜୀବନ

ରାଉରକେଲା,୧୬।୧୧(ସଙ୍ଗୀତା ଜେନା): ସୁନ୍ଦରଗଡ଼ ଜିଲା ଲାଠିକଟା ଥାନା ଅଧୀନ ଏରଗେଡା ପଡ଼ିଆରେ ରବିବାର ୨ଟି ଦନ୍ତା ହାତୀଙ୍କ ଘମାଘୋଟ ଲଢେଇ ବେଳେ ଜଣେ ଯୁବକଙ୍କ ମୃତ୍ୟୁ...

ସର୍ବଭାରତୀୟ କ୍ରୀଡା ସମାରୋହ ଉଦ୍‌ଯାପିତ: ଯୋଗଦେଲେ ମୁଖ୍ୟମନ୍ତ୍ରୀ

ରାଉରକେଲା,୧୫।୧୧(ବିପ୍ଳବ ରଞ୍ଜନ ଦାଶ): ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଜନଜାତି ଶିକ୍ଷାର୍ଥୀମାନଙ୍କ ଅନୁଷ୍ଠାନ(ନେଷ୍ଟସ) ଏବଂ ଓଡିଶା ସରକାରଙ୍କ ଅନୁସୂଚିତ ଜନଜାତି ବିକାଶ, ସଂଖ୍ୟାଲଘୁ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri