ବିଜେଡିର ୮ ନୂତନ ସହପର୍ଯ୍ୟବେକ୍ଷକ

ଭୁବନେଶ୍ୱର,୮।୨(ବ୍ୟୁରୋ): ବିଜେଡି ପକ୍ଷରୁ ରବିବାର ସୁନ୍ଦରଗଡ ଜିଲା ସହିତ ୭ଟି ନିର୍ବାଚନମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି। ଏହି ୮ ନବନିଯୁକ୍ତ ସହପର୍ଯ୍ୟବେକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତ କରିଛନ୍ତି। ସୁନ୍ଦରଗଡ ଜିଲା ଲାଗି କୁନା ବିହାରୀ ଦାସଙ୍କୁ ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି। ଆସନ୍ତା ୧୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁନ୍ଦରଗଡରେ ଏକ କାର୍ଯ୍ୟକ୍ରମ ଥିବାରୁ ଏଭଳି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ସେହିପରି ତଲସରା ନିର୍ବାଚନମଣ୍ଡଳୀରେ ଦେବୀ ପ୍ରସାଦ ତ୍ରିପାଠୀ, ସୁନ୍ଦରଗଡ ନିର୍ବାଚନମଣ୍ଡଳୀ ଲାଗି ଦେବାଶିଷ ମଲ୍ଲିକ, ବଣାଇରେ ରଞ୍ଜିତ ମହାପାତ୍ର, ବୀରମିତ୍ରପୁରରେ ସଂଗ୍ରାମ କେଶରୀ ପାଇକରାୟ, ରଘୁନାଥପାଲିରେ ଶିଶିର ପରିଜା, ରାଜଗାଙ୍ଗପୁରରେ ଆଶିଷ ଚକ୍ରବର୍ତ୍ତୀ ଏବଂ ରାଉରକେଲା ଲାଗି ଅସୀତ ପଟ୍ଟନାୟକଙ୍କୁ ସହପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି।